ETV Bharat / bharat

ହରିୟାଣାରେ ପୋଲିସ ଲାଠଚାର୍ଜରେ ଆହତ କୃଷକଙ୍କ ମୃତ୍ୟୁ - ହରିୟାଣାରେ କୃଷକ ଆନ୍ଦୋଳନ

ହରିୟାଣାର କର୍ଣ୍ଣାଲରେ ଶନିବାର କୃଷକ ଆନ୍ଦୋଳନରେ ପୋଲିସର ଲାଠିଚାର୍ଜରେ ଆହତ କୃଷକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଅଧିକ ପଢନ୍ତୁ...

ପୋଲିସ ଲାଠଇ ଚାର୍ଜରେ ଆହତ କୃଷକଙ୍କ ମୃତ୍ୟୁ
ପୋଲିସ ଲାଠଇ ଚାର୍ଜରେ ଆହତ କୃଷକଙ୍କ ମୃତ୍ୟୁ
author img

By

Published : Aug 29, 2021, 8:58 PM IST

ଚଣ୍ଡିଗଡ: ହରିୟାଣାର କର୍ଣ୍ଣାଲରେ ଶନିବାର କୃଷକ ଆନ୍ଦୋଳନ ବେଳେ ପୋଲିସ ଓ କୃଷକ ମୁହାଁମୁହିଁ ହୋଇଥିଲେ। ଏଥିରେ ଲାଠିଚାର୍ଜ କରିଥିଲା ପୋଲିସ। ଏହି ଘଟଣାରେ 4 କୃଷକ ଓ 10 ପୋଲିସ କର୍ମୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଥିଲା । ଏଥିରେ ଜଣେ ଆହତ କୃଷକଙ୍କ ଆଜି ଚିକିତ୍ସାଧନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାକୁ ହରିୟାଣାରେ ନେଇ ରାଜନୀତି ତେଜିବାରେ ଲାଗିଛି ।

ହରିୟାଣା ପ୍ରଦେଶ ବିଜେପିର କାର୍ଯ୍ୟକରାଣୀ ବୈଠକ ଚାଲିଥିବାବେଳେ ସେଠାରେ କୃଷକମାନେ ଏକତ୍ରିତ ହୋଇ ସରକାର ବିରୋଧୀ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ପୋଲିସ ପହଞ୍ଚିବା ପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ପୋଲିସ ଲାଠିଚାର୍ଜ କରିଥିଲା । ପ୍ରତିକ୍ରିୟାଶୀଳ ହୋଇ କୃଷକମାନେ ମଧ୍ୟ ପୋଲିସ ଉପରେ ପଥର ମାଡ କରିଥିବା ମଧ୍ୟ ପୋଲିସ ପକ୍ଷରୁ କୁହାଯାଇଛି । ଏଥିରେ 10 ପୋଲିସ କର୍ମୀ ଆହତ ହୋଇଥିବା ମଧ୍ୟ ପୋଲିସ କହିଛି ।

ଆଜି ଜଣେ ଆହତ କୃଷକଙ୍କ ମୃତ୍ୟୁ ହେବା ପରେ ଗଭୀର ଶୋକ ପ୍ରକାଶ କରିଛି ଭାରତୀୟ କିଶାନ ୟୁନିୟନ । ମୃତ କୃଷକଙ୍କୁ କୃଷକ ମୋର୍ଚ୍ଚା ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଏକ ଶୋକ ସଭା ଆୟୋଜନ କରାଯିବା ସହ ତାଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି।

କର୍ଣ୍ଣଲରେ ପ୍ରଦେଶ ବିଜେପିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟରଙ୍କ ସମେତ ଦଳର ବହୁ ବରିଷ୍ଟ ନେତା ଯୋଗ ଦେଇଥିଲେ । 90 ବିଜେପି ପ୍ରାର୍ଥୀ, ବିଧାୟକ ଏହି ବୈଠକରେ ଉପସ୍ଥିତ ଥିଲେ। ଏହି ସମୟରେ କୃଷକମାନେ ରାସ୍ତା ଅବରୋଧ କରିବା ସହ ନାରାବାଜି କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି କୃଷକଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରିବାବେଳେ ଅଣାୟତ ପରିସ୍ଥିତି ସୃଷ୍ଟି ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.