ETV Bharat / bharat

FARM LAWS ବିରୋଧରେ ଆନ୍ଦୋଳନ, ଜନ୍ତରମନ୍ତର ଅଭିମୁଖେ ମହିଳା ଆନ୍ଦୋଳନକାରୀ

ଆଜି କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ୮ ମାସ ପୂରିଛି । ଏହି ଦିବସ ଅବସରରେ ମହିଳା ଚାଷୀମାନେ ଜନ୍ତରମନ୍ତରରେ ଆନ୍ଦୋଳନ କରିବା ପାଇଁ ସିଂଘୁ ସୀମାରୁ ବାହିରିଛନ୍ତି । ଅଧିକ ପଢନ୍ତୁ...

FARM LAWS ବିରୋଧରେ ଆନ୍ଦୋଳନ, ଜନ୍ତରମନ୍ତର ଅଭିମୁଖେ ମହିଳା ଆନ୍ଦୋଳନକାରୀ
FARM LAWS ବିରୋଧରେ ଆନ୍ଦୋଳନ, ଜନ୍ତରମନ୍ତର ଅଭିମୁଖେ ମହିଳା ଆନ୍ଦୋଳନକାରୀ
author img

By

Published : Jul 26, 2021, 2:07 PM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଜାରି ରହିଥିବା ଆନ୍ଦୋଳନକୁ ଆଜି ୮ ମାସ ପୂରଣ ହୋଇଛି । ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ମହିଳା କିଶାନ ସଂସଦ ଆୟୋଜନ କରାଯାଇଛି । ଜନ୍ତର ମନ୍ତରରେ ୨୦୦ ମହିଳା ଚାଷୀ ଆନ୍ଦୋଳନ କରି ନିଜର ଦାବି ରଖିବେ । ଏଥିଲାଗି ଜନ୍ତରମନ୍ତର ଅଭିମୁଖେ ମହିଳାମାନେ ବାହାରିଥିବା ସୂଚନା ମିଳିଛି ।

ଜନ୍ତରମନ୍ତରରେ ମହିଳାଙ୍କ ଦ୍ବାରା ଆନ୍ଦୋଳନ କରିବା ପାଇଁ ସଂଯୁକ୍ତ କିଶାନ ମୋର୍ଚ୍ଚା ତରଫରୁ ଆୟୋଜନ କରାଯାଇଛି । ମହିଳାଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ ଆନ୍ଦୋଳନ କରାଯିବ । ଦେଶର କୃଷି, ଶିକ୍ଷା ଓ ଶ୍ରମ ଆଇନ ସମ୍ବନ୍ଧରେ ସଂସଦରେ ଏକ କଳା ଆଇନ ପାରିତ କରାଯାଇଛି ବୋଲି ଜଣେ ମହିଳା ଆନ୍ଦୋଳନକାରୀ କହିଛନ୍ତି । ସେପଟେ ଆଉ ଜଣେ ମହିଳା ଚାଷୀ କହିଛନ୍ତି ଯେ ମହିଳା, ଯୁବପିଢି, ଶ୍ରମିକ ଓ ଚାଷୀଙ୍କ ରକ୍ତ ଓ ଝାଳ ବୃଥା ପାଇଁ ନୁହେଁ, ବରଂ ଦେଶର ବିକାଶ ପାଇଁ । ଏହି ଆଇନକୁ ଦେଶରେ ଲାଗୁ କରିବାକୁ ଦିଆଯିବ ନାହିଁ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ମହିଳା ।

ଆଗାମୀ ସ୍ବାଧୀନତା ଦିବସରେ ହରିୟାଣାର ଚାଷୀ ଜିନ୍ଦ ଜିଲ୍ଲାରେ ଏକ ଟ୍ରାକ୍ଟର ରାଲି କରିବେ ବୋଲି ଚାଷୀ ନେତା ବିଜେନ୍ଦ୍ର ସିନ୍ଧୁ ରବିବାର କହିଛନ୍ତି । କୌଣସି ମନ୍ତ୍ରୀଙ୍କୁ ମଧ୍ୟ ତ୍ରିରଙ୍ଗା ପତାକାକୁ ଉତ୍ତୋଳନ କରିବାକୁ ଦିଆଯିବ ନାହିଁ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେପଟେ ମହିଳାଙ୍କ ଆନ୍ଦୋଳନକୁ ନେଇ ଜନ୍ତର ମନ୍ତରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହିତ ସେଠାରେ ଫୋର୍ସକୁ ବୃଦ୍ଧି କରାଯାଇଛି । ସିଘୁଂ ସୀମାରୁ ଆସୁଥିବା ଏହି ମହିଳାଙ୍କୁ ଯାଞ୍ଚ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି ।

ତେବେ ସୂଚନା ଥାଉ କି କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଗତବର୍ଷ ନଭେମ୍ବର ୨୬ ତାରିଖଠାରୁ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ସେମାନେ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଆସୁଛନ୍ତି । ତେବେ ସେମାନଙ୍କ ଦାବି ପୂରଣ ନ ହେଲେ ଏହିପରି ଭାବରେ ଆନ୍ଦୋଳନ ଆଗକୁ ଜାରି ରହିବ ବୋଲି କହିଛନ୍ତି ଚାଷୀନେତା ରାକେଶ ଟିକାୟତ । ଶାସନ କ୍ଷମତାରେ ଥିବା ସରକାର ନ ଶୁଣିଲେ ଆଗାମୀ ନିର୍ବାଚନରେ ଆସିବାକୁ ଥିବା ସରକାରଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.