ETV Bharat / bharat

ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସ କରାଇଲେ ସିଜରିଆନ ଡେଲିଭେରୀ, ନବଜାତକ ମୃତ - ଲକୃତିର ସରକାରୀ ଡାକ୍ତରଖାନା

ଡାକ୍ତରଙ୍କ କାର୍ଯ୍ୟରେ ଅବହଳା ଯୋଗୁଁ ନବଜାତକର ମୃତ୍ୟୁ ଅଭିଯୋଗ । ମୃତ ଶିଶୁର ପରିବାର ଲୋକଙ୍କ ଡାକ୍ତରଖାନା ସମ୍ମୁଖରେ ଧାରଣା । ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢନ୍ତୁ

ଡାକ୍ତରଙ୍କ ଅବହଳା ଯୋଗୁଁ ନବଜାତ ଶିଶୁ ମୃତ୍ୟୁ
ଡାକ୍ତରଙ୍କ ଅବହଳା ଯୋଗୁଁ ନବଜାତ ଶିଶୁ ମୃତ୍ୟୁ
author img

By ETV Bharat Odisha Team

Published : Aug 25, 2023, 10:30 PM IST

ହାଇଦ୍ରାବାଦ: ନର୍ସଙ୍କ ଅବହେଳା କାରଣରୁ ଆଖି ବୁଜିଲା ନବଜାତ । ତେଲେଙ୍ଗାନା ଜନଗମା ଜିଲ୍ଲା ସ୍ଥିତ ପଲକୁର୍ତ୍ତୀ ସୋସିଆଲ ହେଲ୍‌ଥ ସେଣ୍ଟରରେ ଜଣେ ନର୍ସ ସିଜରିଆନ ଡେଲିଭରି କରିବା ଯୋଗୁଁ ନବଜାତଙ୍କ ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ ଆଣିଛି । ଗତ ବୁଧବାର ଓ ଗୁରୁବାର ମଧ୍ୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ନର୍ସ ଜଣକ ଡାକ୍ତରଙ୍କ ଅନୁପସ୍ଥିତିରେ ଏହି ଡେଲିଭରି କରିଥିବାରୁ ଶିଶୁଟିର ମୃତ୍ୟୁ ଘଟିଥିବା ପରିବାର ଅଭିଯୋଗ କରିଛି । ଅଭିଯୁକ୍ତ ଡାକ୍ତର ଓ ନର୍ସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପରିବାର ପକ୍ଷରୁ ଦାବି କରି ଧାରଣା ଦିଆଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ଦର୍ଦ୍ଦେପଲ୍ଲି ଗ୍ରାମର କନ୍ନେବୋଇନା ଶ୍ରାବନ୍ତିଙ୍କୁ ପ୍ରସବ ଯନ୍ତ୍ରଣା ହେବା ପରେ ପରିବାର ତାଙ୍କୁ ପଲକୁର୍ତ୍ତୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବୁଧବାର ରାତିରେ ତାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ଗର୍ଭବତୀଙ୍କ ନର୍ମାଲ ଡେଲିଭରି ହେବ ବୋଲି ହସ୍ପିଟାଲ କର୍ମଚାରୀ କହିବା ପରେ ପରିବାର ସେଠାରେ ରହିଥିଲେ । ପରିବାର ସଦସ୍ୟଙ୍କ କହିବା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ମହିଳାଙ୍କୁ ଅତ୍ୟଧିକ ଯନ୍ତ୍ରଣା ହୋଇଥିଲା । ମାତ୍ର ଡ୍ୟୁଟିରେ ଥିବା ଡକ୍ଟର ସ୍ବପ୍ନା ସେହି ସମୟର ଉପସ୍ଥିତ ନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ ...ମୁସଲିମ ଯୋଗୁଁ ମହିଳାଙ୍କୁ ନେଲାନି ମେଡିକାଲ, ଆମ୍ବୁଲାନ୍ସରେ ନବଜାତ ମୃତ

ଡାକ୍ତରଙ୍କ ଅନୁପସ୍ଥିତି କାରଣରୁ ଷ୍ଟାଫ ନର୍ସ ସରିତା ଅନ୍ୟ କିଛି ସ୍ବାସ୍ଥ୍ୟକର୍ମୀଙ୍କ ସହିତ ମହିଳାଙ୍କ ଅପରେସନ ଆରମ୍ଭ କରିଥିଲେ । ଏହାପରେ ଜନ୍ମ ହୋଇଥିବା ନବଜାତଙ୍କୁ ଜନଗମା ଏରିଆ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହାପରେ ଗୁରୁବାର ପରିବାର ନବଜାତର ମୃତଦେହକୁ ଧରି ପଲକୁର୍ତ୍ତୀ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ । ନର୍ସ ଜଣକ ତାଙ୍କ ନବଜାତର ମୃତ୍ୟୁର କାରଣ ବୋଲି ପରିବାର ଅଭିଯୋଗ କରି ଧାରଣାରେ ବସିଥିଲା ।

ଏହାପରେ ଏହି ଡାକ୍ତର ଓ ନର୍ସମାନଙ୍କୁ ଚାକିରିରୁ ବିଦା କରିବା ଲାଗି ପରିବାର ସ୍ଲୋଗାନ ଦେଇଥିଲା । ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଲିଙ୍ଗମୁର୍ତ୍ତି ଓ ବୈଦ୍ୟ ବିଧାନ ପରିଷଦ ସୁପରଭାଇଜର ସୁଗୁନାକର ରାଜୁ ପୀଡିତଙ୍କ ପରିବାରକୁ ବୁଝାସୁଝା କରିଥିଲେ । ଏ ନେଇ ତଦନ୍ତ ହେବ । ତଦନ୍ତରେ ଯଦି ଅଭିଯୁକ୍ତ ଡାକ୍ତର ଓ ନର୍ସ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ପରିବାର ଧାରଣାରୁ ଉଠିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.