ETV Bharat / bharat

କୁମ୍ଭମେଳାରେ ଦେଉଥିଲେ ନକଲି କୋଭିଡ ରିପୋର୍ଟ, 5ଟି ଲ୍ୟାବରେ ଚଢାଉ କଲା ED - କୁମ୍ବ ମେଳା

କୁମ୍ଭମେଳା ସମୟରେ ଶ୍ରଦ୍ଧାଳୁଙ୍କୁ ନକଲି କୋଭିଡ ରିପୋର୍ଟ ଦେଇଥିବା ଲ୍ୟାବ ଉପରେ ଚଢାଉ କରିଛି ଇଡି । ଉତ୍ତରାଖଣ୍ତର ୫ ଜିଲ୍ଲାରେ ଥିବା ୫ଟି ଲ୍ୟାବରେ ଚଢାଉ କରିଛି ଇଡି । ଅଧିକ ପଢନ୍ତୁ...

କୁମ୍ବ ମେଳାରେ ଶ୍ରଦ୍ଧାଳୁଙ୍କୁ ନକଲି କୋଭିଡ ରିପୋର୍ଟ ଦେବା ଘଟଣା : 5ଟି ଲ୍ୟାବରେ EDର ରେଡ

author img

By

Published : Aug 7, 2021, 12:22 PM IST

ନୂଆଦିଲ୍ଲୀ: କୁମ୍ଭ ମେଳା ସମୟରେ ଶ୍ରଦ୍ଧାଳୁଙ୍କୁ ନକଲି କୋଭିଡ ରିପୋର୍ଟ ଦେଇଥିବା ଲ୍ୟାବ ଉପରେ ଚଢାଉ କରିଛି ଇଡି । ଉତ୍ତରାଖଣ୍ତର ୫ ଜିଲ୍ଲାରେ ଥିବା ୫ଟି ଲ୍ୟାବରେ ଚଢାଉ କରିଛି ଇଡି । ଲ୍ୟାବ ଗୁଡିକରୁ ନକଲି ବିଲ୍, ଲାପଟପ୍, ମୋବାଇଲ୍ ଏବଂ ନଗଦ 30.9 ଲକ୍ଷ ଟଙ୍କା ସହ ଜଡିତ ଅନେକ ଦସ୍ତାବିଜ ଜବତ କରାଯାଇଛି । ଏହାସହ ଚଢାଉ ମଧ୍ୟ ଏବେବି ଜାରି ରହିଛି । ଏହି ମାମଲାର ଅଧିକ ତଦନ୍ତ ଚାଲିଛି ବୋଲି ଇଡି କହିଛି ।

ସେହି ଲ୍ୟାବ ଗୁଡିକ ପକ୍ଷରୁ ଦିଆଯାଇଥିବା ନକଲି ରିପୋର୍ଟ ଯୋଗୁଁ ହରିଦ୍ୱାରରେ କୋଭିଡ ମାମଲା ବୃଦ୍ଧି ପାଇଛି । 5.3 ପ୍ରତିଶତ ବଦଳରେ 0.18 ପ୍ରତିଶତ ରହିଛି ସଂକ୍ରମତିଙ୍କ ସଂଖ୍ୟା । ଲ୍ୟାବ ଗୁଡିକରେ ଅନେକ ବେଆଇନ କାର୍ଯ୍ୟ କରାଯାଉଥିଲା । ଅନେକ ବ୍ୟକ୍ତିଙ୍କ ପାଇଁ ଏକକ ମୋବାଇଲ୍ ନମ୍ବର, ଠିକଣା ଏବଂ ଏକ ନିର୍ଦ୍ଦିଷ୍ଟ ରେଫରାଲ୍ ଫର୍ମ (SRF) ବ୍ୟବହାର କରାଯାଉଥିଲା । ଏପରିକି କୁମ୍ଭମେଳାକୁ ଯାଇ ନଥିବା ବ୍ୟକ୍ତିଙ୍କ ନାଁରେ ମଧ୍ୟ ନକଲି ରିପୋର୍ଟ ପ୍ରସ୍ତୁତ ମଧ୍ୟ କରାଯାଇଥିଲା ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁଯାୟୀ, ଅନୁସନ୍ଧାନରୁ ଜଣାପଡିଛି ଯେ ଚଳିତ ବର୍ଷ କୁମ୍ଭ ମେଳାରୁ ଫେରୁଥିବା ଲୋକଙ୍କୁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଏବଂ ଆରଟି ପିସିଆର ପରୀକ୍ଷା ପାଇଁ କୁହାଯାଇଥିଲା । ଉତ୍ତରାଖଣ୍ତ ସରକାର କିଛି ଲ୍ୟାବ ସହ ଏନେଇ ଏକ ଚୁକ୍ତି କରିଥିଲେ।

ଲ୍ୟାବ ଗୁଡିକ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଏବଂ ଆରଟିପିସିଆର ପରୀକ୍ଷା କରିବା ପରିବର୍ତ୍ତେ, କୋରୋନା ପରୀକ୍ଷା ପାଇଁ ନକଲି ରିପୋର୍ଟ ଦେଉଥିଲେ । ଯାହା ସମ୍ପୂର୍ଣ୍ଣ ବେଆଇନ । ଅଧିକ ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ନକଲି ବିଲ ମଧ୍ୟ ହେଉଥିଲା । ଉତ୍ତରାଖଣ୍ତ ସରକାର ଲ୍ୟାବଗୁଡିକରେ 3.4 କୋଟି ଟଙ୍କା ପ୍ରଦାନ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.