ETV Bharat / bharat

ତାମିଲନାଡୁରେ ପ୍ରବାସୀଙ୍କୁ ଆକ୍ରମଣ ଭାଇରାଲ ଭିଡିଓ: ବିହାରରେ ହୋଇଥିଲା ସୁଟ, ମୁଖ୍ୟ ଅଭିଯୁକ୍ତ ସମତେ 4 ଗିରଫ

author img

By

Published : Mar 11, 2023, 8:02 PM IST

ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ଭାଇରାଲ ଭିଡିଓ ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ 4 ଗିରଫ । ବିହାରର ଏକ ଭଡା ଘରେ ଏହି ଭିଡିଓ ସୁଟ ହୋଇଥିବା ପୋଲିସର ସୂଚନା । ଅଧିକ ପଢନ୍ତୁ

ବିହାରରେ ହୋଇଥିଲା ସୁଟ, ମୁଖ୍ୟ ଅଭିଯୁକ୍ତ ଗିରଫ

ପାଟନା: ତାମିଲନାଡୁରେ ବିହାରୀ ଓ ଉତ୍ତର ଭାରତ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣର ଭାଇରାଲ ଭିଡିଓ ନେଇ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିହାର ପୋଲିସ । ଏହି ଆକ୍ରମଣର ଭିଡିଓଟି ତାମିଲନାଡୁରେ ଘଟିିନାହିଁ ବରଂ ବିହାରରେ ସୁଟ କରାଯାଇଛି । ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ମୋଟ 4 ଜଣଙ୍କୁ ବିହାର ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ରାକେଶ ରଞ୍ଜନ କୁମାର ସହ ଅନ୍ୟ ତିନି ଅଭିଯୁକ୍ତ ଅମନ କୁମାର, ମନୀଷ କଶ୍ୟପ, ଯୁବରାଜ ସିଂ ରାଜପୁତକୁ ପୋଲିସ ଗିରଫ କରି ଜେରା କରୁଛି ।

ପୋଲିସ ଅନୁସାରେ, ମୁଖ୍ୟ ଅଭିଯୁକ୍ତ ରାକେଶ କୁମାର ଗୋପାଲଗଞ୍ଜର ବାସିନ୍ଦା ଓ ସେ ହିଁ ଏହି ମିଥ୍ୟା ଭିଡିଓ ପ୍ରସ୍ତୁତ କରି ଭାଇରାଲ କରିଥିଲା । ମାର୍ଚ୍ଚ 6 ତାରିଖରେ ସେ ଜାକନପୁରରେ ଥାନା ଅଧୀନରେ ଥିବା ବେଙ୍ଗଲୀ କଲୋନୀରେ ଏକ ଘର ଭଡାରେ ନେଇ ଏହି ଭିଡିଓ ପ୍ରସ୍ତୁତ କରିଥିଲା । ଏଥିରେ ତାର ଅନ୍ୟ ଦୁଇ ବନ୍ଧୁ ତାକୁ ସହଯୋଗ କରିଥିଲେ । ଉଭୟ ରାଜ୍ୟ ତାମିଲନାଡୁ ଓ ବିହାର ପୋଲିସକୁ ସମସ୍ୟାରେ ପକାଇବା ଓ ଲୋକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଥିବା ଅଭିଯୁକ୍ତ ପୋଲିସ ନିକଟରେ ସ୍ବୀକାର କରିଛି । ପୋଲିସ ଅଭିଯୁକ୍ତ ଠାରୁ ଏହି ସୂଚନା ପାଇବା ପରେ ଉକ୍ତ ଭଡା ଘର ମାଲିକଙ୍କୁ ମଧ୍ୟ ଅଟକ ରଖି ଜେରା କରିଥିଲା । ଭିଡିଓରେ ଦେଖାଯାଉଥିବା ଘର ତାଙ୍କର ବୋଲି ସମ୍ପୃକ୍ତ ଘର ମାଲିକ ମଧ୍ୟ ସ୍ବୀକାର କରିଥିବା ପୋଲିସ କହିଛି ।

ରାକେଶ ଏହି ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଅନ୍ୟ ଅଭିଯୁକ୍ତମାନେ ଏହାକୁ ପ୍ରସାରିତ କରିଥିଲେ । ମନୀଷ କଶ୍ୟପ ନାମକ ଅଭିଯୁକ୍ତ ଏହି ଭିଡିଓକୁ 8 ତାରିଖରେ ରିଟ୍ବିଟ କରିବା ସହ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ମଧ୍ୟ କରିଥିଲା । ପରେ ଏହା ସମଗ୍ର ବିହାରରେ ଭାଇରାଲ ହୋଇଥିଲା । ତାମିଲନାଡୁରେ ଥିବା ପ୍ରବାସୀ ଶ୍ରମିକଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ପୋଲିସ ଆହୁରି ମଧ୍ୟ କହିଛି, ଘଟଣାରେ ଗିରଫ ଅନ୍ୟତମ ଅଭିଯୁକ୍ତ ମନିଷ କଶ୍ୟପ ଏକ ଅଭ୍ୟାସଗତ ଅସାମାଜିକ । ପୂର୍ବରୁ ତାର ନାମରେ ଏକାଧିକ ଅପରାଧିକ ମାମଲା ରହିଛି । ପୋଲିସକୁ ଆକ୍ରମଣ କରିବା ସହ ପୁଲଓ୍ବାମା ଆକ୍ରମଣ ପରେ ସେ ବିହାରରେ ଥିବା କିଛି କାଶ୍ମୀର ବ୍ୟବସାୟୀଙ୍କୁ ମାଡ ମାରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସେ ପୂର୍ବରୁ ଜେଲ ମଧ୍ୟ ଯାଇସାରିଛି । ସେହିପରି ସେ ନିୟମିତ ସୋସିଆଲ ମିଡିଆରେ କିଛି ଆପତ୍ତିଜନକ ଓ ସାମ୍ପ୍ରଦାୟିକ ଭିଡିଓ ପୋଷ୍ଟ କରୁଥିବା ପୋଲିସ କହିଛି ।

ଏହି ଭିଡିଓରେ ଦୁଇ ଜଣ ବ୍ୟକ୍ତି ବନ୍ଧା ଯାଇଥିବା ଓ ନିର୍ଯାତନାର ଶିକାର ହୋଇଥିବା ଦର୍ଶାଯାଇଥିଲା । ଯାହାକୁ ତାମିଲନାଡୁର କୌଣସି ଏକ ସ୍ଥାନରେ ବିହାରୀ ଶ୍ରମିକଙ୍କ ପ୍ରତି ବର୍ବରତା ବୋଲି ଦର୍ଶାଯାଇଥିଲା । ପରେ ଉଭୟ ରାଜ୍ୟ ମଧ୍ୟରେ ଏହାକୁ ନେଇ ଛକାପଞ୍ଝା ଆରମ୍ଭ ହୋଇଥିଲା । ତାମିଲନାଡୁ ପୋଲିସ ଓ ସରକାର ଏହାକୁ ଖଣ୍ଡନ କରିବା ସହ ଏପରି କିଛି ଘଟିନଥିବା କହିଥିଲେ । ସେପଟେ ବିହାର ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଦିଗରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.