ETV Bharat / bharat

ଗେଷ୍ଟ ହାଉସରେ ଚାଲିଥିଲା ନକଲି ଥାନା, ଅଭିଯୋଗ ସମାଧାନ ଆଳରେ ଲୁଟୁଥିଲେ ଟଙ୍କା

author img

By

Published : Aug 18, 2022, 10:11 PM IST

ବିହାରରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଦଲାଲଙ୍କର ନାହିଁ ଖାତିର । ଗେଷ୍ଟ ହାଉସକୁ ନକଲି ଥାନା କରି ଲୁଟୁଥିଲେ ଟଙ୍କା । ପୋଲିସ ଚଢାଉ ପରେ ନକଲି ମହିଳା ଅଧିକାରୀଙ୍କ ସହ ଏକାଧିକ ଗିରଫ । ଦେଶୀ ବନ୍ଧୁକ, ପୋଲିସ ପୋଷାକ ଓ କାଗଜପତ୍ର ଜବତ । ଅଧିକ ପଢନ୍ତୁ

ଗେଷ୍ଟ ହାଉସରେ ଚାଲିଥିଲା ନକଲି ଥାନା, ଅଭିଯୋଗ ସମାଧାନ ଆଳରେ ଲୁଟୁଥିଲେ ଟଙ୍କା
ଗେଷ୍ଟ ହାଉସରେ ଚାଲିଥିଲା ନକଲି ଥାନା, ଅଭିଯୋଗ ସମାଧାନ ଆଳରେ ଲୁଟୁଥିଲେ ଟଙ୍କା

ପାଟନା: ଗେଷ୍ଟ ହାଉସରେ ଚାଲିଥିଲା ନକଲି ଥାନା । ପାରିଶ୍ରମିକ ସୂତ୍ରରେ ଆସିଥିଲେ ଅଧିକାରୀ ଓ କର୍ମଚାରୀ । ଥାନାରେ ଥିଲା ପୋଲିସ ପୋଷାକ, ବନ୍ଧୁକ ଓ ଅନ୍ୟ ଆବଶ୍ୟକୀୟ କାଗଜପତ୍ର । ଅଭିଯୋଗ ନେଇ ଥାନାକୁ ଆସୁଥିବା ଦୁଇ ପକ୍ଷଙ୍କ ଠାରୁ ସମାଧାନ ଆଳରେ ମଗା ଯାଉଥିଲା ଟଙ୍କା ଓ ପରେ ତାଗିଦ କରିବା ସହ ଧମକ ଦେଇ ପଠାଇ ଦିଆଯାଉଥିଲା । ହେଲେ ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଚଢାଉ ପରେ ଏପରି କିଛି ନାଟକୀୟ ଓ ଆଶ୍ଚର୍ଯ୍ୟଚକିତ କଲା ପରି ଘଟଣା ସାମ୍ନାକୁ ଆସିଛି ବିହାରର ବାଙ୍କା ସହରରୁ ।

ଗେଷ୍ଟ ହାଉସରେ ଭଡାସୂତ୍ରରେ ଚାଲିଥିଲା ଥାନା:-

ସହରର ଏକ ଗେଷ୍ଟ ହାଉସକୁ ଥାନାରେ ରୁପାନ୍ତରଣ କରିଥିଲା ମାଷ୍ଟରମାଇଣ୍ଡ । ଜଣେ ମହିଳାଙ୍କ ସମେତ କିଛି ବ୍ୟକ୍ତିଙ୍କୁ ନକଲି ଅଧିକାରୀ ଓ କର୍ମଚାରୀ ଭାବେ ଭଡା ସୂତ୍ରରେ ମଧ୍ୟ ରଖାଯାଇଥଲା । ନକଲି ଥାନାର ପ୍ରଭାରୀ ଦାୟିତ୍ବରେ ଥିଲେ ଅନିତା ନାମ୍ନୀ ଜଣେ ମହିଳା। ସେ ସାଙ୍ଗରେ ଏକ ଦେଶୀ ମଧ୍ୟ ବନ୍ଧୁକ ରଖିଥିଲେ । ଅନ୍ୟ ସମସ୍ତ ନକଲି କର୍ମଚାରୀଙ୍କୁ 5ଶହ ଦୈନିକ ପାରିଶ୍ରମିକ ମଧ୍ୟ ମିଳୁଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନରେ ଗିରଫଦାରୀ ପରେ ଏପରି ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

କେମିତି ଜାଣି ପାରିଲାନି ପୋଲିସ:-

ଏପରି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଓ ସ୍ଥାନୀୟ ପ୍ରଶାସନର କାର୍ଯ୍ୟଶୈଳୀ ପଦାରେ ପଡିଛି । ପୋଲିସର 24 ଘଣ୍ଟିଆ ପାଟ୍ରୋଲିଂ ସତ୍ତ୍ବେ ମଧ୍ୟ ଦଲାଲ ସହରରେ ଏକ ନକଲି ଥାନା ସଞ୍ଚାଳିତ କରିବାକୁ କିପରି ସାହସ କଲେ, ସେ ନେଇ ମଧ୍ୟ ବଡ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି । ଅନ୍ୟପଟେ ନକଲି ମହିଳା ଅଧିକାରୀଙ୍କ ସହ କିଛି ଅଭିଯୁକ୍ତ ଗିରଫ ହୋଇଥିଲେ ସୁଦ୍ଧା ମାଷ୍ଟରମାଇଣ୍ଡ କିନ୍ତୁ ପୋଲିସ ହାତରୁ ଫେରାର ହୋଇଯିବାରେ ସଫଳ ହୋଇଛି । ତାକୁ ଧରିବା ପାଇଁ ପ୍ରାୟସ ଜାରି ରହିଥିବା ସ୍ଥାନୀୟ SDPO କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.