ETV Bharat / bharat

ଦୁଇ କୋଟି ଟଙ୍କାର ଗହଣା ଲୁଟି ନେଲେ ନକଲି ଇଡି ଅଧିକାରୀ

author img

By

Published : Jan 25, 2023, 8:01 AM IST

ମୁମ୍ବାଇର ବ୍ୟସ୍ତବହୁଳ ଜାଭେରୀ ବଜାରରେ ବ୍ୟବସାୟୀଙ୍କଠାରୁ କୋଟିକୋଟି ଟଙ୍କା ଗହଣା ଲୁଟ । ଇଡି ଅଧିକାରୀ ଭାବେ ପରିଚୟ ଦେଇ ଦୁଇ କୋଟି ଟଙ୍କା ନେଇ ଚମ୍ପଟ । ଅଧିକ ପଢ଼ନ୍ତୁ

ବଜାରରେ ମାତୁଛନ୍ତି ନକଲି ଇଡି ଅଧିକାରୀ
ବଜାରରେ ମାତୁଛନ୍ତି ନକଲି ଇଡି ଅଧିକାରୀ

ମୁମ୍ବାଇ: ମୁମ୍ବାଇର ଜାଭେରୀ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଆପଣ ଅକ୍ଷୟ କୁମାରଙ୍କ 'ସ୍ପେଶାଲ୍ ୨୬' ଫିଲ୍ମ ଦେଖିଥିବେ ନିଶ୍ଚୟ । ଫିଲ୍ମ ଷ୍ଟାଇଲ୍‌ରେ ଏଠାରେ ମଧ୍ୟ ସମାନ ଘଟଣା ଘଟିଥିଲା ​​ । ଏହି ଚଳଚ୍ଚିତ୍ରରେ ନକଲି ଭିଜିଲାନ୍ସ ଅଧିକାରୀ ଭାବରେ ଆସି ଲୋକଙ୍କ ଘରେ ରେଡ୍‌ କରି ସବୁ ଲୁଟି ପଳାଉଥିଲେ । ସେହିଭଳି ଜଣେ ବ୍ୟକ୍ତି ଇଡି ଅଧିକାରୀ ଭାବେ ପରିଚୟ ଦେଇ ଜାଭେରୀ ବଜାରର ଜଣେ ବ୍ୟବସାୟୀଙ୍କଠାରୁ କୋଟିକୋଟି ଟଙ୍କାର ଗହଣା ଲୁଟି ନେଇଛି । ବାସ୍ତବରେ, ଇଡି ନାମ ଶୁଣିବା ମାତ୍ରେ ଲୋକମାନେ ଭୟରେ ଥରି ଉଠୁଛନ୍ତି । ଏହାର ଫାଇଦା ଉଠାଇ ଅସାଧୁ ବ୍ୟକ୍ତିମାନେ ନକଲି ଇଡି ଅଧିକାରୀ ଭାବରେ ପରିଚୟ ଦେଇ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ୪ ଜଣ ଅଜ୍ଞାତ ବ୍ୟକ୍ତି ଜଣେ ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ନିଜକୁ ଇଡି ଅଧିକାରୀ ବୋଲି କହି ରେଡ କରିଥିଲେ । ଅଭିଯୁକ୍ତମାନେ ଅଭିଯୋଗକାରୀ ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ଜଣେ କର୍ମଚାରୀଙ୍କ ହାତ ବାନ୍ଧିଥିବା ଦେଇଥିଲେ ସୂଚନା ମିଳିଛି । ଏହାପରେ କାର୍ଯ୍ୟାଳୟରୁ ୨୫ ଲକ୍ଷ ଟଙ୍କା ଏବଂ ତିନି କିଲୋଗ୍ରାମ ସୁନା ନେଇ ସେଠାରୁ ଚମ୍ପଟ ମାରିଥିଲେ । ୩ କିଲୋଗ୍ରାମ ସୁନା ଚୋରି ସୁନାର ମୋଟ ମୂଲ୍ୟ ଏକ କୋଟି ସାତ ଲକ୍ଷ ବୋଲି କୁହାଯାଉଛି ।

ପୋଲିସର ସୂଚନାନୁସାରେ, ଆଇପିସିର ଧାରା ୩୯୪, ୫୦୬ (୨) ଏବଂ ୧୨୦ ବି ଅନୁଯାୟୀ ୪ ଜଣ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଚାଲିଛି । ସେପଟେ ସିସିଟିଭି ସାହାଯ୍ୟରେ ଅଭିଯୁକ୍ତଙ୍କ ସନ୍ଧାନ ଆରମ୍ଭ କରିଛି ପୋଲିସ । ବ୍ୟବସାୟୀଙ୍କ ଦୋକାନ ତଥା ଅଞ୍ଚଳରେ ଲାଗିଥିବା ସିସିଟିଭି ସାହାଯ୍ୟରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି । ଚାରିଜଣ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।

ମୁମ୍ବାଇର ଏଭଳି ବ୍ୟସ୍ତବହୁଳ ଜାଭେରୀ ବଜାରରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏହି ଘଟଣାକୁ ନେଇ ଅନେକ ବ୍ୟବସାୟୀ ଭୟଭୀତ ହୋଇପଡିଛନ୍ତି । ମୁମ୍ବାଇର ଜାଭେରୀ ବଜାରରେ ନକଲି ଇଡି ଅଧିକାରୀଙ୍କ କହି କୋଟିକୋଟି ଟଙ୍କା ଲୁଟି ନେଇଥିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଆୟକର ବିଭାଗ ଅଧିକାରୀ ପରିଚୟ ଦେଇ ନକଲି ଚଢଉ କରି ପରିଚୟ ଦେଇ କୋଟିକୋଟି ଟଙ୍କା ଲୁଟି ନେଇ ଥିଲେ ଦୁର୍ବୃତ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.