ETV Bharat / bharat

ଗୁଜୁରାଟରେ ନକଲି କ୍ରିକେଟ ଲିଗ, 4 ଗିରଫ - ନକଲି କ୍ରିକେଟ ଲିଗ

ଏହି ଫେକ କ୍ରିକେଟ ଲିଗ ଗୁଜୁରାଟର ମେହସାଣା ଜିଲ୍ଲାର ବଡନଗରର ଏକ ଗାଁରେ ଅୟୋଜନ କରାଯାଇଥିଲା । କିଛି ଦିନ ଧରି ଏହି ନକଲି କ୍ରିକେଟ ଲିଗ ଚାଲିଥିଲା । ଏଥିରେ ନକଲି ଚେନ୍ନାଇ ସୁପର କିଙ୍ଗ୍ସ, ନକଲି ମୁମ୍ବାଇ ଇଣ୍ଡିଆନ୍ସ, ନକଲି ଗୁଜୁରାଟ ଟାଇଟନ୍ସ ଦଳ ଗଠନ କରାଯାଇଥିଲା । ମ୍ୟାଚ ଗୁଡିକର ଲାଇଭ ସ୍ଟ୍ରିମିଙ୍ଗ ୟୁଟ୍ୟୁବ ମାଧ୍ୟମରେ କରାଯାଉଥିଲା । ଅଧିକ ପଢନ୍ତୁ

ଗୁଜୁରାଟରେ ନକଲି କ୍ରିକେଟ ଲିଗ, 4 ଗିରଫ
ଗୁଜୁରାଟରେ ନକଲି କ୍ରିକେଟ ଲିଗ, 4 ଗିରଫ
author img

By

Published : Jul 11, 2022, 4:38 PM IST

ହାଇଦ୍ରାବାଦ: ଗୁଜୁରାଟ ପୋଲିସ ଏକ ନକଲି କ୍ରିକେଟ ଲିଗ୍ ରକେଟର ପର୍ଦ୍ଦାଫାଶ କରିଛି । ଏହି ନକଲି କ୍ରିକେଟ ଲିଗ ଗୁଜୁରାଟର ବଡନଗରରେ ଚାଲିଥିଲା । ଏଥିରେ ନକଲି ଚେନ୍ନାଇ ସୁପର କିଙ୍ଗ୍ସ, ନକଲି ମୁମ୍ବାଇ ଇଣ୍ଡିଆନ୍ସ, ନକଲି ଗୁଜୁରାଟ ଟାଇଟନ୍ସ ଦଳ ଗଠନ କରାଯାଇଥିଲା । ଲିଗ ମ୍ୟାଚରେ ଖେଳୁଥିବା ଖେଳାଳିଙ୍କୁ ପ୍ରତି ମ୍ୟାଚରେ 400 ଟଙ୍କା ଦିଆଯାଉଥିଲା । ତେବେ ଘଟଣାର ପର୍ଦ୍ଦାଫାଶ ପରେ ପୋଲିସ 4 ଜଣକୁ ଗିରଫ କରିଛି ।

ଏହି ଫେକ କ୍ରିକେଟ ଲିଗ ଗୁଜୁରାଟର ମେହସାଣା ଜିଲ୍ଲାର ବଡନଗରର ଏକ ଗାଁରେ ଅୟୋଜନ କରାଯାଇଥିଲା । କିଛି ଦିନ ଧରି ଏହି ନକଲି କ୍ରିକେଟ ଲିଗ ଚାଲିଥିଲା । ଏଥିରେ ନକଲି ଚେନ୍ନାଇ ସୁପର କିଙ୍ଗ୍ସ, ନକଲି ମୁମ୍ବାଇ ଇଣ୍ଡିଆନ୍ସ, ନକଲି ଗୁଜୁରାଟ ଟାଇଟନ୍ସ ଦଳ ଗଠନ କରାଯାଇଥିଲା । ମ୍ୟାଚ ଗୁଡିକର ଲାଇଭ ସ୍ଟ୍ରିମିଙ୍ଗ ୟୁଟ୍ୟୁବ ମାଧ୍ୟମରେ କରାଯାଉଥିଲା । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଋଷର ଜଣେ ଜୁଆଡୀ ଏହି ଲିଗ ମ୍ୟାଚରେ ବ୍ୟାଟ ଲଗାଇଥିଲେ । ଏହି ଘଟଣାର ପର୍ଦ୍ଦାଫାଶ ହେଲା ବେଳକୁ କ୍ରିକେଟ ଲିଗ୍ କ୍ବାର୍ଟରଫାଇନାଲ ପର୍ଯ୍ୟନ୍ତ ଖେଳାଯାଇଥିଲା ।

ଏହି ନକଲି କ୍ରିକେଟ ଲିଗ ଦଳରେ ସ୍ଥାନୀୟ ଲୋକମାନଙ୍କୁ ବ୍ୟବହାର କରାଯାଇ ଖେଳରେ ସାମିଲ କରାଯାଇଥିଲା । ଏହି ଲିଗ ମ୍ୟାଚ ଦଳରେ କ୍ରିକେଟର ମାନେ ସିଏସକେ, ଏମଆଇ, ଆରସିବି ଜର୍ସି ଗୁଡିକ ବ୍ୟବହାର କରୁଥିଲେ । ସୂଚନା ଅନୁଯାୟୀ ଇଣ୍ଡିଆନ ପ୍ରିମିୟର ଲିଗ (IPL) ଶେଷ ହେବା ପରେ ପରେ ଏହି ନକଲି କ୍ରିକେଟ ଲିଗ ଆରମ୍ଭ ହୋଇଥିଲା । ଏହି ନକଲି କ୍ରି୍କେଟ ଲିଗ ମ୍ୟାଚରେ 5 ଟି ଏଚଡି କ୍ୟାମେରା, ୱକିଟକି, ସହିତ ଅମ୍ପୟାରିଙ୍ଗ ମଧ୍ୟ କରାଯାଇଥିଲା । ଇଣ୍ଟରନେଟରୁ ଷ୍ଟାଡିୟମର କଳାହଳ ଶବ୍ଦ ମଧ୍ୟ ଡାଉନଲୋଡ କରାଯାଇଥିଲା । ଏହି ସବୁ ଆୟୋଜନ ମାଧ୍ୟମରେ ରୁଷରେ ଥିବା ଲୋକମାନଙ୍କୁ ଅସଲି ମ୍ୟାଚ ଭଳି ଲାଗୁଥିଲା । ମିରଟର ଜଣେ ବ୍ୟକ୍ତି ଏହି ଲିଗ ମ୍ୟାଚର କମେଣ୍ଟ୍ରି କରୁଥିଲା ଯାହାର ସ୍ବର ପ୍ରଖ୍ୟାତ କମେଣ୍ଟେଟର ହର୍ଷ ଭୋଗଲେଙ୍କ ଭଳି ରହିଥିଲା । ଏହି ଘଟଣାର ପର୍ଦ୍ଦାଫାଶ ପରେ କମେଣ୍ଟେଟର ହର୍ଷ ଭୋଗଲେ ଘଟଣା ସମ୍ପର୍କରେ ନିଜେ ଟ୍ବିଟ କରିଛନ୍ତି ।

ଏହି ଘଟଣାରେ ମେହସାଣା ପୋଲିସ ଚାରି ଜଣକୁ ଗିରଫ କରି ଘଟଣା ବାବଦରେ ଜେରା କରିଛି । ପୋଲିସ ଅଧିକାରୀ ଭବେଶ ରାଠୋର ଏହି ଘଟଣା ବାବଦରେ କହିଛନ୍ତି, ଋଷରେ ରହୁଥିବା ଏକ ବ୍ୟକ୍ତି ଗୁଜୁରାଟ ମୋଲିପୁର ଫେରିବା ପରେ ଏହି ଜୁଆଡି ମାନଙ୍କର ପର୍ଦ୍ଦାଫାଶ କରିଥିଲା । ଏହି ନକଲି ଲିଗ ମ୍ୟାଚ ଜୁଆ ଖେଳ ଅନୁସାରେ ଆୟୋଜନ କରାଯାଇଥିଲା । ଏଥିରେ ସାମିଲ ଅଛି ଋଷ । ଏହାର ବ୍ୟାଟିଂ ଏକ ଟେଲିଗ୍ରାମ ଚ୍ୟାନେଲ ଦ୍ବାରା ଚାଲିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.