ETV Bharat / bharat

ଥାନାର ଫେସବୁକ ପେଜ୍ ହ୍ୟାକ କରି ଅଶ୍ଳୀଳ ଭିଡିଓ ପୋଷ୍ଟ କଲା ହ୍ୟାକର - ଅସିଫନଗର ଥାନା ଫେସବୁକ ଆକାଉଣ୍ଟ ହ୍ୟାକ

ପୋଲିସ ଷ୍ଟେସନର ଫେସବୁକ ଆକାଉଣ୍ଟ ହ୍ୟାକ କରି ଅଶ୍ଳୀଳ ଭିଡିଓ ପୋଷ୍ଟ କଲା ହ୍ୟାକର । ଅଧିକ ପଢନ୍ତୁ

ଅସିଫନଗର ଥାନାର ଫେସବୁକ ପେଜ୍ ହ୍ୟାକ
ଅସିଫନଗର ଥାନାର ଫେସବୁକ ପେଜ୍ ହ୍ୟାକ
author img

By

Published : Jun 10, 2023, 10:31 AM IST

ହାଇଦ୍ରାବାଦ: ପୋଲିସ ଷ୍ଟେସନର ଫେସବୁକ ପେଜ ହ୍ୟାକ କରି ଅଶ୍ଲୀଳ ଭିଡିଓ ପୋଷ୍ଟ କଲା ହ୍ୟାକର । ହାଇଦ୍ରାବାଦ ଅସିଫନଗର ଥାନାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଏହି ଥାନାର ଅଫିସଆଲ ଫେସବୁକ ଆକାଉଣ୍ଟ ହ୍ୟାକ କରାଯାଇଛି । ହ୍ୟାକର ଆକାଉଣ୍ଟ ହ୍ୟାକ କରି ଏଥିରେ କିଛି ଆପତ୍ତିଜନକ ଭିଡିଓ ଅପଲୋଡ କରିଥିଲା । ହ୍ୟାକ ସମ୍ପର୍କରେ ଜଣାପଡିବା ମାତ୍ରେ ପୋଲିସ ତୁରନ୍ତ ଆକାଉଣ୍ଟକୁ ଅଚଳ କରିଦେଇଥିଲା । ବୁଧବାର ରାତିରେ ଅସିଫନଗର ପୋଲିସକୁ ଏଭଳି ଜଟିଳ ସ୍ଥିତିର ସାମ୍ନା କରିବାକୁ ପଡିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି ।

ପୋଲିସର ସୂଚନା ଅନୁସାରେ, ବୁଧବାର ରାତିରେ ଅସିଫନଗର ଥାନା କନେଷ୍ଟବଳ ରବୀନ୍ଦ୍ର ବାବୁ ଥାନାର ଅଫିସିଆଲ ଫେସବୁକ ଆକାଉଣ୍ଟ ଲଗ୍ ଇନ କରିବାକୁ ଚେଷ୍ଟା କରିଥିଲେ । ହେଲେ ଲଗ୍ ଇନ ହୋଇନଥିଲା । ଇଣ୍ଟରନେଟ ସମସ୍ୟା ଥିବା ଭାବି ସେ କିଛି ସମୟ ଅପେକ୍ଷା କରି ପୁଣିଥରେ ଚେକ୍ କରିଥିଲେ । କିନ୍ତୁ ପେଜ୍ ଖୋଲି ନଥିଲା । ବାରମ୍ବାର ଲଗ୍ ଇନ କରିବା ପରେ ନ ଖୋଲିବାରୁ ସେ ନିଜ ଫୋନରେ ଥାନାର ଫେସବୁକ ଆକାଉଣ୍ଟ ଯାଇ ଦେଖିଥିଲେ । ସେତେବେଳକୁ ଆକାଉଣ୍ଟରୁ ୫ଟି ଅଶ୍ଳୀଳ ଭିଡିଓ ପୋଷ୍ଟ କରାଯାଇ ସାରିଥିଲା । ଏନେଇ ସଙ୍ଗେ ସଙ୍ଗେ କନେଷ୍ଟବଳ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ । ଯାଞ୍ଚ ପରେ ଫେସବୁକ ଆକାଉଣ୍ଟ କେହି ହ୍ୟାକ କରିଥିବା ଜଣାପଡିଥିଲା ।

ପରେ ଆକାଉଣ୍ଟରୁ ଅଶ୍ଳୀଳ ଭିଡିଓଗୁଡିକୁ ଡିଲିଟ୍ କରାଯାଇ ଏହାକୁ ରିଷ୍ଟୋର କରାଯାଇଥିଲା । ତେବେ ଅସିଫନଗର ଥାନା ଅଫିସିଆଲ ଫେସବୁକ ଆକାଉଣ୍ଟରେ ୬୦୦୦ରୁ ଅଧିକ ଫଲୋର୍ସ ଅଛନ୍ତି । ଏହାକୁ ହ୍ୟାକ କରାଯିବା ପୋଲିସ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବିଦେଶରୁ ଉକ୍ତ ଆପତ୍ତିଜନକ ଭିଡିଓ ଗୁଡିକ ପୋଷ୍ଟ କରାଯାଇଛି । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ କରାଯାଉଛି ।

ପ୍ରକାଶଥାଉ କି, ସମାଜରେ ସାଇବର ଅପରାଧ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନେକ ସମୟରେ ବଡ ବଡ ରାଜନେତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ ହେବାର ଖବର ଆସୁଛି । ବିଗତ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ ହୋଇଥିଲା । କିଛି ଦିନ ତଳେ ହ୍ୟାକର ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟର ହ୍ୟାଣ୍ଡେଲ ହ୍ୟାକ କରି ପ୍ରୋଫାଇଲ ଫଟୋ ବଦଳାଇ ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.