ETV Bharat / bharat

2020 ଦିଲ୍ଲୀ ଦଙ୍ଗା, ବିଧାନସଭା କମିଟିରେ ହାଜର ହେବେ FaceBook କର୍ତ୍ତୃପକ୍ଷ

author img

By

Published : Nov 16, 2021, 5:20 PM IST

2020 ଦିଲ୍ଲୀ ଦଙ୍ଗା ଘଟଣାରେ FaceBook ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କଲା ଦିଲ୍ଲୀ ବିଧାନସଭା କମିଟି । ୧୮ ତାରିଖରେ ହାଜର ହେବାକୁ ନୋଟିସରେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

2020 ଦିଲ୍ଲୀ ଦଙ୍ଗା, ବିଧାନସଭା କମିଟିରେ ହାଜର ହେବେ FaceBook କର୍ତ୍ତୁପକ୍ଷ

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ଦଙ୍ଗା ଘଟଣାରେ ଦିଲ୍ଲୀ ବିଧାନସଭା କମିଟି ସାମ୍ନାରେ ହାଜର ହେବେ ‘ଫେସବୁକ ଇଣ୍ଡିଆ’ କର୍ତ୍ତୃପକ୍ଷ । ଫେସବୁକ ଇଣ୍ଡିଆର ପବ୍ଲିକ ପଲିସି ନିର୍ଦ୍ଦେଶକ ଶିବନାଥ ଥୁକ୍ରାଲ ଏବଂ ଆଇନଗତ ବ୍ୟାପାର ନିର୍ଦ୍ଦେଶକ ଜି.ଭି ଆନନ୍ଦଭୂଷଣ ଦିଲ୍ଲୀ ବିଧାନସଭା କମିଟି ସମ୍ମୁଖରେ ହାଜର ହେବାକୁ ନୋଟିସ ପାଇଛନ୍ତି । ସଂସ୍ଥାର ଉଭୟ ଅଧିକାରୀ ନଭେମ୍ବର 18 ରେ କମିଟି ସମ୍ମୁଖରେ ହାଜର ହେବେ ବୋଲି ସୂଚନା ରହିଛି ।

2020 ମସିହା ଫେବୃଆରୀରେ, ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ନାଗରିକତ୍ବ ସଂଶୋଧନ ଆଇନ(CAA) ସମର୍ଥନକାରୀ ଓ ବିରୋଧୀ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟିଥିଲା । ଏହା ପରେ ଦଙ୍ଗାର ଯାଞ୍ଚ ପାଇଁ ଦିଲ୍ଲୀ ବିଧାନସଭା ଦ୍ୱାରା ଶାନ୍ତି କମିଟି ଗଠନ କରାଯାଇଥିଲା । ଚଳିତବର୍ଷ ଜୁଲାଇ 9 ତାରିଖରେ ଏହି କମିଟି ଭାରତରେ ବହୁଳ ଭାବେ ବ୍ୟବହୃତ ସୋସିଆଲ ମିଡିଆ ଆପ ଫେସବୁକ କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କିତ ପୋଷ୍ଟ ପ୍ରସାରଣ ନେଇ ପ୍ରଶ୍ନ କରିପାରିବେ ବୋଲି କହିଥିଲେ କମିଟିକୁ ଅନୁମତି ଦେଇଥିଲେ ସର୍ବୋଚ୍ଚ କୋର୍ଟ ।

ତେବେ ସୁପ୍ରିମକୋର୍ଟଙ୍କ ଠାରୁ ଅନୁମତି ପାଇବା ପରେ ଏହି କମିଟି ଫେସବୁକ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି । ଏହି କମିଟିରେ AAP ନେତା ରାଘବ ଚଢା ଅଧ୍ୟକ୍ଷତା କରୁଛନ୍ତି । ଦିଲ୍ଲୀ ହିଂସା ସମୟରେ ଫେସବୁକରେ ବ୍ୟବହାରକାରୀଙ୍କ ଦ୍ବାରା ବହୁଳ ଭାବେ ହିଂସା ସମୟର ଅନେକ ଆପତ୍ତିଜନକ ପୋଷ୍ଟ କରାଯାଇଥିଲା ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.