ନୂଆଦିଲ୍ଲୀ: ୟୁକ୍ରେନ ଋଷିଆ ଉତ୍ତେଜନା ମୂଳକ ସ୍ଥିତି ଆଫଗାନ ସଂକଟ, ହିନ୍ଦ-ପ୍ରଶାନ୍ତ ମହାସାଗରରେ ଚୀନର ବିସ୍ତାରବାଦ ନୀତି ଓ ମହାମାରୀ କୋରନା ସଂକଟ ମଧ୍ୟରେ ଆରମ୍ଭ ହୋଇଛି କ୍ବାଡ ବୈଦେଶିକ ମନ୍ତ୍ରୀ ସମ୍ମିଳନୀ (Quad Foreign Ministers Meeting) ।
ସମ୍ମିଳନୀରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାଗ ନେଇ ଭାରତର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ଦାୟିତ୍ବ ଉପରେ ସ୍ପଷ୍ଟ ମତ ରଖିଛନ୍ତି । ଜୟଶଙ୍କର କହିଛନ୍ତି ଆମେ ବର୍ତ୍ତମାନର ସଂକଟ ସମୟରେ ମାନବ ଜାତିର ସୁରକ୍ଷା ପାଇଁ ଚାଲିଥିବା ଟିକା କରଣକୁ ଅନ୍ତିମରୁ ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ଓ କ୍ବାଡର ଢାଞ୍ଚାଗତ ପରିବର୍ତ୍ତନ ପାଇଁ ଯୋର ଦେଇଛୁ । ଜୟଶଙ୍କର ଆହୁରି କହିଛନ୍ତି ଆମେ ଚତୁର୍ଥ କ୍ବାଡ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ବିଭିନ୍ନ ବୈଶ୍ବୟିକ ସଂକଟକୁ ନେଇ ଆଲୋଚନା କରିଛୁ । ବିଶେଷ କରି କୋରନାକୁ ପରାସ୍ତ ପାଇଁ ସମସ୍ତ କ୍ବାଡ ରାଷ୍ଟ୍ର ଏକସ୍ବରରେ ସହମତ ହୋଇଛନ୍ତି ।
ସେହିପରି ଜୟଶଙ୍କର କହିଛନ୍ତି ଆମେ ଆମର ଏସିଆନ ଭାଗିଦାରୀ (ASEAN partners) ଙ୍କ କ୍ଷେତ୍ରରେ ଶାନ୍ତି, ମୈତ୍ରୀ, ସ୍ଥିରତା ଓ ବିକାଶକୁ ସମୃଦ୍ଧି କରିବା ପାଇଁ ଆମର(କ୍ବାଡ) ସମର୍ଥନ ଜାରି ରଖିବୁ । ଏହାସହ ସେ କହିଛନ୍ତି ଆମେ ଏମିତି ଏଜେଣ୍ଡା ନିର୍ମାଣ କରୁଛୁ ଯେଉଁଥିରେ ହିନ୍ଦ-ପ୍ରଶାନ୍ତ ମହାସାଗର ଅଞ୍ଚଳର ଦୃଷ୍ଟିକୋଣକୁ ଆଗକୁ ବଢାଇବ । ଆମେ ସମସାମୟିକ ମୁଦ୍ଦାକୁ ପୂରଣ କରିପାରୁଥିବା ସାମୁହିକ ପ୍ରୟାସ ମାଧ୍ୟମରେ ହିନ୍ଦ-ପ୍ରଶାନ୍ତ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ଆର୍ଥିକ ସମୃଦ୍ଧିକୁ ଆଗକୁ ବଢାଇବାକୁ ଇଛୁକ ।
ସେହିଭଳି ଜୟଶଙ୍କର କହିଛନ୍ତି ଆମ (କ୍ବାଡ) ମଧ୍ୟରେ ହୋଇଥିବା ଆଲୋଚନାରୁ ସ୍ପଷ୍ଟ ହେଉଛି ଯେ କ୍ବାଡ ସମ୍ବନ୍ଧିତ ଦେଶ ମଧ୍ୟରେ ମଜବୁଥ ଦ୍ବିପାକ୍ଷିକ ସମ୍ପର୍କ, ରଣନୀତି, ଆଭ୍ୟନ୍ତରୀଣ ସମ୍ପର୍କ, ଲୋକତାନ୍ତ୍ରିକ ମୁଲ୍ୟବୋଧ କ୍ବାଡକୁ ଏକ ଜୀବନ୍ତ ଓ ପର୍ଯ୍ୟାପ୍ତ ଢାଞ୍ଚା ସୃଷ୍ଟି କରିବାରେ ସହଯୋଗ କରିବ ।
ଅନ୍ୟପଟେ ସମସ୍ତ କ୍ବାଡ ରାଷ୍ଟ୍ର ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ ଆମେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (UNSCR) ର ପ୍ରସ୍ତାବ ଉଲ୍ଲଙ୍ଘନ କରୁଥିବା ଉତ୍ତର କୋରିଆର ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣୁ ବିରୋଧ ସହ ନିନ୍ଦା କରୁଛୁ । ଏହାବାଦ 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ, ପଠାନକୋଟ ଆକ୍ରମଣ ସହ ଭାରତ ଉପରେ ହେଉଥିବା ଆତଙ୍କି ଷଡଯନ୍ତ୍ରକୁ ମଧ୍ୟ ନିନ୍ଦା କରୁଛୁ । ଏହାସହ UNSC ର ପ୍ରସ୍ତାବ ସଂଖ୍ୟା 2593(2021) ଅନୁସାରେ ଆଫଗାନିସ୍ତାନ ମାଟି କୌଣସି ଦେଶ ବିରୋଧରେ ବ୍ୟବହାର ହେବନାହିଁ ଆଶା କରୁଛୁ । ଏହାସହ ଆନ୍ତଃରାଷ୍ଟ୍ରୀୟ ଆଇନକୁ ସମ୍ମାନ ଦେଉଛୁ ବୋଲି ମିଳିତ ବିବୃତ୍ତିରେ କୁହାଯାଇଛି ।
@ANI