ETV Bharat / bharat

ମୁମ୍ବାଇରେ UNSC ବୈଠକ, ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ

author img

By

Published : Oct 28, 2022, 7:33 PM IST

ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର । ନାମ ନନେଇ ପାକିସ୍ତାନରେ ଚାଲିଥିବା ଆତଙ୍କୀ କାର୍ଯ୍ୟକଳାପକୁ ଭତ୍ସର୍ନା କରିଛନ୍ତି ବୈଦେଶିକ ମନ୍ତ୍ରୀ । ଅଧିକ ପଢ଼ନ୍ତୁ

External minister S Jaishankar targets Pakistan in UNSC meeting in Mumbai
ମୁମ୍ବାଇରେ UNSC ବୈଠକ, ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ

ମୁମ୍ବାଇ: ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର । ପାକିସ୍ତାନରେ ଚାଲିଥିବା ଆତଙ୍କୀ କାର୍ଯ୍ୟକଳାପକୁ ଭତ୍ସର୍ନା କରିଛନ୍ତି ବୈଦେଶିକ ମନ୍ତ୍ରୀ । ବିଶେଷ କରି ୨୬/୧୧ ମୁମ୍ବାଇ ଆକ୍ରମଣର ଯୋଜନା କରିଥିବା ଆତଙ୍କୀଙ୍କୁ ପାକିସ୍ତାନ ସାହାରା ଦେଇଛି ପାକିସ୍ତାନ । ଏହାକୁ ନେଇ ପାକିସ୍ତାନର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ଏସ୍‌ ଜୟଶଙ୍କର ।

ଖାଲି ସେତିକି ନୁହେଁ, ଜାତିସଂଘ ସୁରକ୍ଷା ପରିଷଦର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବୈଦଶିକ ମନ୍ତ୍ରୀ । କେତେକ କ୍ଷେତ୍ରରେ ଜାତିସଂଘ ସୁରକ୍ଷା ପରିଷଦ ପଦକ୍ଷେପ ନେବାରୁ ପଛାଇ ଯାଉଛି । ନିର୍ଦ୍ଦିଷ୍ଟ ଦେଶର ରାଜନୈତିକ ବିଚାର ଏହାର କାରଣ ହୋଇପାରେ ବୋଲି କହିଛନ୍ତି ଜୟଶଙ୍କର ।

ମୁମ୍ବାଇରେ ଆୟୋଜିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଆତଙ୍କୀ କାର୍ଯ୍ୟକଳାପ ବିରୁଦ୍ଧରେ କିଭଳି ନୂଆ ଟେକ୍ନୋଲୋଜୀ ବ୍ୟବହାର ହୋଇ ପାରିବ ତାହାକୁ ନେଇ ଆଲୋଚନା ହୋଇଛି । ଏହି ଅବସରରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଏସ୍‌ ଜୟ ଶଙ୍କର । ଜାତିସଂଘ ସୁରକ୍ଷା ପରିଷଦର ଏହି ବୈଠକ ମୁମ୍ବାଇର ତାଜମହଲ ପ୍ୟାଲେସ୍‌ରେ ଆୟୋଜିତ ହୋଇଛି ।

ଏହି ବୈଠକେ ଏସ୍‌ ଜୟଶଙ୍କର କହିଛନ୍ତି, "୨୬/୧୧ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ଏବେ ବି ଦଣ୍ଡ ନପାଇ ସୁରକ୍ଷିତ ଭାବରେ ଅଛନ୍ତି । ଏହା ଜାତିସଂଘର ସାମୂହିକ ବିଶ୍ବସନୀୟତା ଓ ଆତଙ୍କୀ କାର୍ଯ୍ୟକଳାକୁ ପ୍ରତିହତ କରିବା ପାଇଁ ସାମୁହିକ ପ୍ରୟାସକୁ କିଭଳି ରହିଛି ତାହାକୁ ଦର୍ଶାଉଛି । ଆତଙ୍କୀ ଆକ୍ରମଣର ଶିକାର କେବଳ ମୁମ୍ବାଇରେ ନୁହେଁ ସାରା ବିଶ୍ବରେ ଦେଖା ଦେଇଛି । ସେହି ସମୟରେ ପୁରା ମୁମ୍ବାଇ ବନ୍ଦୀ ଭାବରେ ରଖିଥିଲେ ଆତଙ୍କବାଦୀ । ଯେଉଁମାନେ ସୀମା ବାହାରୁ ଆସିଥିଲେ । ଏହି ଆକ୍ରମଣରେ ୧୨୩ ଭାରତୀୟ ଓ ୨୩ ଦେଶର ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା ।" ପାକିସ୍ତାନର ନାମ ନନେଇ ଟାର୍ଗେଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.