ETV Bharat / bharat

ଉଦୟପୁରରେ ରେଳ ଧାରଣାରେ ବିସ୍ଫୋରଣ: ରେଳସେବା ବନ୍ଦ, ଘଟଣାସ୍ଥଳରେ NIA ଟିମ୍‌

ରାଜସ୍ଥାନ ଉଦୟପୁରରେ ରେଳ ଧାରଣାରେ ବିସ୍ଫୋରଣ । ରେଳସେବା ପ୍ରଭାବିତ ହୋଇଛି । ଘଟଣାସ୍ଥଳରେ NIA ଟିମର ତଦନ୍ତ ଆରମ୍ଭ (Explosion on railway track in Rajasthan)। କଡା କାର୍ଯ୍ୟାନୁଷ୍ଠାନ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ

ଉଦୟପୁରରେ ରେଳ ଧାରଣାରେ ବିସ୍ଫୋରଣ: ରେଳସେବା ବନ୍ଦ, ଘଟଣାସ୍ଥଳରେ NIA ଟିମ

author img

By

Published : Nov 13, 2022, 10:51 PM IST

ଜୟପୁର: ରାଜସ୍ଥାନର ଉଦୟପୁରରେ ରେଳ ଧାରଣାରେ ବିସ୍ଫୋରଣ ଘଟିଛି (Explosion on railway track in Rajasthan)। ଫଳରେ ଉକ୍ତ ରୁଟରେ ରେଳସେବା ସାମୟିକ ଭାବେ ପ୍ରଭାବିତ ହେବା ସହ ବନ୍ଦ ରହିଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳନି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ଓ ରେଳ ସୁରକ୍ଷା ବଳର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ଏହି ଘଟଣାରେ ରେଳମନ୍ତ୍ରୀ ବୈଷ୍ଣବ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇ କହିଛନ୍ତି, ଘଟଣାକୁ ଅତି ଗମ୍ଭୀରତାର ସହ ନିଆଯାଉଛି । ଘଟଣାସ୍ଥଳରେ ଜାତୀୟ ତଦନ୍ତକାରୀ ସଂସ୍ଥା, RPF ଓ ସ୍ଥାନୀୟ ପୋଲିସର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । ବିସ୍ଫୋରଣଟି ଉଦୟପୁର ସହରରୁ ପ୍ରାୟ 35 କି.ମି ଦୂରରେ ହୋଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଥିବା ସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ରେଳମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ତଦନ୍ତ ଜାରି ରହିଥିବା ସହ ରେଳ ଧାରଣା ମଧ୍ୟ ମରାମତି ଜାରି ରହିଛି । କିଛି ଘଣ୍ଟା ମଧ୍ୟରେ ମରାମତି କାର୍ଯ୍ୟ ଓ ପ୍ରାଥମିକ ତଦନ୍ତ ସରିବା ପରେ ରେଳ ଚଳାଚଳ ପୁଣି ଥରେ ସ୍ବାଭାବିକ ହେବା ନେଇ ରେଳବାଇ ପକ୍ଷରୁ ସୂଚନା ମିଳିଛି । ଟ୍ରେନ ଦୁର୍ଘଟଣା କରାଇବା ଉଦ୍ଦେଶ୍ୟରେ ରେଳ ଧାରଣାରେ ବିସ୍ଫୋରଣ ଘଟାଇ ଏଭଳି ଷଡଯନ୍ତ୍ର କରାଯାଇଥିବା ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.