ETV Bharat / bharat

Black Box: କାହିଁକି ଗୁରୁତ୍ବପୂର୍ଣ୍ଣ, କଣ ଏହାର କାର୍ଯ୍ୟ ଜାଣନ୍ତୁ

author img

By

Published : Dec 10, 2021, 11:18 AM IST

ଯେକୌଣସି ବିମାନ ଦୁର୍ଘଟଣା ପରେ ବହୁ ଗୁରୁତ୍ବ ବହନ କରେ ଏଥିରେ ଲାଗିଥିବା ବ୍ଲାକ ବକ୍ସ । କାରଣ ଏହି ବକ୍ସ ହିଁ ଖୋଲିଥାଏ ଦୁର୍ଘଟଣା ପଛର ଗୁମର । ତେବେ ଆପଣ ଜାଣନ୍ତି କି କଣ ଏହି ବ୍ଲାକ ବକ୍ସ ? କାହିଁକି ଦୁର୍ଘଟଣା ପରେ ପ୍ରଥମେ ଖୋଜା ପଡେ ଏହାକୁ ? ଜାଣିରଖନ୍ତୁ

Black Box: କାହିଁକି ଗୁରୁତ୍ବପର୍ଣ୍ଣ, କ'ଣ ଏହାର କାର୍ଯ୍ୟ ଜାଣନ୍ତୁ

ହାଇଦ୍ରାବାଦ: ତାମିଲନାଡୁ କୁନ୍ନୁରରେ ବୁଧବାର ବାୟୁସେନା ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ଦେଶର ପ୍ରଥମ CDS ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ବୀରପୁତ୍ରକୁ ହରାଇ ସ୍ତବ୍ଧ ହୋଇଯାଇଛି ଦେଶ । ହେଲେ ସଭିଁଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, କିପରି ଘଟିଲା ଏଭଳି ଭୟାନକ ଦୁର୍ଘଟଣା ? ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଆରମ୍ଭ ହୋଇଛି ଛାନଭିନ୍ । ଇତିମଧ୍ୟରେ ଗତକାଲି(ଗୁରୁବାର) କୁନ୍ନୁରରୁ ବ୍ଲାକ ବକ୍ସ(Black Box)କୁ ଠାବ କରିଛି IAF । ଆଉ ଏହି ବ୍ଲାକ ବକ୍ସ ହିଁ କହିବ ଦୁର୍ଘଟଣା ପଛର କାରଣ । ତେବେ ଆପଣ ଜାଣନ୍ତି କି, କ'ଣ ଏହି ବ୍ଲାକ ବକ୍ସ ? କାହିଁକି ଏହା ଏତେ ଗୁରୁତ୍ବପୂର୍ଣ୍ଣ ? କ'ଣ ପାଇଁ ବିମାନ ଦୁର୍ଘଟଣା ପରେ ଖୋଜା ପଡେ ବ୍ଲାକ ବକ୍ସକୁ ?

ବ୍ଲାକ ବକ୍ସ(Black Box) କ'ଣ ?

ବ୍ଲାକ ବକ୍ସ ହେଉଛି ଯେକୌଣସି ବିମାନରେ ଲାଗିଥିବା ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ । ସାଧାରଣତଃ ଲୋକେ ଭାବନ୍ତି ଏହାର ରଙ୍ଗ କଳା ହୋଇଥିବ ତେଣୁ ଏହାର ନାମ ବ୍ଲାକ ବକ୍ସ । ହେଲେ ନାଁ, ପ୍ରକୃତରେ ବ୍ଲାକ ବକ୍ସର ରଙ୍ଗ କଳା ନୁହେଁ ବରଂ କମଳା ରଙ୍ଗ ।

୧୯୫୦ ମସିହାରେ ଅଷ୍ଟ୍ରେଲୀୟ ବୈଜ୍ଞାନିକ ଡେଭିଡ ୱେରନ(David Warren) ବ୍ଲାକ ବକ୍ସ ଉଦ୍ଭାବନ କରିଥିଲେ । ବିଶେଷଜ୍ଞଙ୍କ ଭାଷାରେ ଏହାକୁ ଇଲେକ୍ଟ୍ରୋନିକ ଫ୍ଲାଇଡ ଡାଟା ରେକର୍ଡିଂ କୁହାଯାଏ । ବ୍ଲାକ ବକ୍ସର ଦୁଇଟି ଅଂଶ ରହିଛି । ଗୋଟିଏ ହେଲା FDR ଏବଂ ଅନ୍ୟଟି CVR । ବିମାନଟି ଉଡିବା ସମୟରେ ଏହାର ଗତି, ଉଚ୍ଚତା, ପବନର ବେଗ, ତାପମାତ୍ରା, ଇନ୍ଧନ ସ୍ତର, ଅଟୋ ପାଇଲଟ ସ୍ଥିତି ସହିତ ଅନେକ କିଛି ରେକର୍ଡ କରିଥାଏ । ଏପରିକି କିକପିଟରେ ପାଇଲଟ୍ ଓ କୋ-ପାଇଲଟ୍ କଣ କଥା ହେଉଥିଲେ ତାହା ମଧ୍ୟ ରେକର୍ଡ କରିଥାଏ ଏହି ବକ୍ସ । ତେଣୁ ଗୋଟିଏ ବିମାନ ଦୁର୍ଘଟଣାଗସ୍ତ ହେବା ପରେ ଏହାର ବ୍ଲାକ ବକ୍ସକୁ ଖୋଜା ଯାଇଥାଏ ଏବଂ ଏଥିରୁ ଘଟଣା ପଛର କାରଣ ଜଣାପଡେ ।

ଦୁର୍ଘଟଣା ପରେ କାହିଁକି ନଷ୍ଟ ହୁଏନି ବ୍ଲାକ ବକ୍ସ(Black Box) ?

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ କି ଦୁର୍ଘଟଣା ପରେ ବ୍ଲାକ ବକ୍ସ ନଷ୍ଟ ହୁଏ ନାହିଁ କାହିଁକି । କାରଣ ବ୍ଲାକ ବକ୍ସଟି ଶକ୍ତିଶାଳୀ ଧାତୁ ଟାଇଟାନିୟମରେ ନିର୍ମିତ । ଏହାକୁ ବିମାନ ପଛ ଭାଗରେ ଅତି ସୁରକ୍ଷିତ ଭାବେ ଖଞ୍ଜା ଯାଇଥାଏ । ଏହା ଏକ ଘଣ୍ଟା ଯାଏଁ ୧୧୦୦ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରେ । ତେଣୁ ଭୟଙ୍କର ଦୁର୍ଘଟଣା ପରେ ମଧ୍ୟ ବ୍ଲାକ ବକ୍ସ ସମ୍ପୂର୍ଣ୍ଣ ସୁରକ୍ଷିତ ଥାଏ । ଏପରିକି ବିମାନ ଜଳିଗଲା ପରେ ମଧ୍ୟ ବ୍ଲାକ ବକ୍ସ ନଷ୍ଟ ହେବାର ସମ୍ଭାବନା ବହୁ କମ୍ । ପାଣିରେ ପଡିଲେ ମଧ୍ୟ ଏହା ନଷ୍ଟ ହୁଏ ନାହିଁ । ସେହିପରି ବ୍ଲାକ ବକ୍ସ ବିନା ବିଜୁଳିରେ ଏକ ମାସ ଯାଏଁ କାମ କରିପାରେ । ତେଣୁ ଦୁର୍ଘଟଣାଗ୍ରସ୍ତ ବିମାନକୁ ଖୋଜିବାରେ ବିଳମ୍ବ ହେଲେ ବି ବ୍ଲାକ ବକ୍ସରେ ସଂରକ୍ଷିତ ଡାଟା ସୁରକ୍ଷିତ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.