ETV Bharat / bharat

Exit Polls 2022: ଉତ୍ତର ପ୍ରଦେଶରେ କ୍ଷମତା ବଜାୟ ରଖିବ BJP, ପଞ୍ଜାବରେ APP ସରକାର ! - ଉତ୍ତର ପ୍ରଦେଶ ଏକଜିଟ ପୋଲ

ଆଜି ୫ ରାଜ୍ୟରେ ଭୋଟିଂ ଶେଷ ସହ ଆସିଛି ଏକଜିଟ୍ ପୋଲ । ଏକାଧିକ ଜାତୀୟ ସଂସ୍ଥା ଦ୍ବାରା କରାଯାଇଥିବା ଏକଜିଟ୍ ପୋଲର ପୂର୍ବାକଳନ ପ୍ରକାଶ ପାଇଛି । ଉତ୍ତର ପ୍ରଦେଶରେ ବିଜେପି କ୍ଷମତା ବଜାୟ ରଖିବା ସ୍ପଷ୍ଟ ହୋଇଥିବାବେଳେ ପଞ୍ଜାବରେ ଆପ କ୍ଷମତାକୁ ଆସିବା ନେଇ ସଙ୍କେତ ମିଳିଛି । ସେହିପରି ମଣିପୁର ଓ ଉତ୍ତରାଖଣ୍ଡରେ ମଧ୍ୟ ବିଜେପି କ୍ଷମତା ବଜାୟ ରଖିବ । ଗୋଆରେ ଝୁଲା ସରକାର ନେଇ ସଙ୍କେତ । ଅଧିକ ପଢନ୍ତୁ

Exit Polls 2022: ଉତ୍ତର ପ୍ରଦେଶରେ ବିଜେପି, ପଞ୍ଜାବରେ ଆପ

author img

By

Published : Mar 7, 2022, 8:26 PM IST

ନୂଆଦିଲ୍ଲୀ: 5 ରାଜ୍ୟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଓ ପଞ୍ଜାବରେ ମତଦାନ ଶେଷ ହୋଇଛି । ତେବେ ଆସନ୍ତା ୧୦ ତାରିଖରେ ମତଗଣନା ଓ ଫଳ ପ୍ରକାଶନ ହେବାକୁ ଥିବାବେଳେ ଆଜି ଏକାଧିକ ଜାତୀୟ ସଂସ୍ଥା ଦ୍ବାରା ପ୍ରକାଶ ପାଇଛି ଏକଜିଟ୍ ପୋଲ । ବିଭିନ୍ନ ଜାତୀୟ ଗଣମାଧ୍ୟମ ଜନତାଙ୍କ ମୁଡ ପରିଖିଥିବା ବେଳେ ସେମାନଙ୍କ ପରିଂସଖ୍ୟାନ ଭିତ୍ତିକ ପୂର୍ବାକଳନ ପ୍ରକାଶ କରିଛନ୍ତି ।

ସର୍ବାଧିକ ଚର୍ଚ୍ଚାରେ ଥିବା ଉତ୍ତର ପ୍ରଦେଶରେ ବିଜେପି ପୁଣି ଥରେ କ୍ଷମତା ବଜାୟ ରଖିବା ନେଇ ସଙ୍କେତ ଦେଇଛନ୍ତି ଏକାଧିକ ଜାତୀୟ ଗଣମାଧ୍ୟମ ସଂସ୍ଥା । ସେହିପରି କଡା ଟକ୍କର ଦେଖିବାକୁ ମିଳୁଥିବା ପଞ୍ଜାବରେ ମଧ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆମ ଆଦମି ପାର୍ଟିକୁ ସରକାର ଗଠନ କରିବାରେ ମୌକା ଦେଇପାରନ୍ତି ପଞ୍ଜାବର ଜନତା ଜନାର୍ଦ୍ଦନ ।

ଉତ୍ତର ପ୍ରଦେଶରେ ମୋଟ ୪୦୩ ଆସନରେ ଭୋଟିଂ ଶେଷ ହୋଇଥିବା ବେଳେ ଏକାଧିକ ସଂସ୍ଥା ଦ୍ବାରା କରାଯାଇଥିବା ପୂର୍ବାକଳନ ଅନୁସାରେ ବିଜେପି ପୁଣିଥରେ କ୍ଷମତା ବଜାୟ ରଖିବ । ଇଣ୍ଡିଆ ନ୍ୟୁୁଜ ଅନୁସାରେ ବିଜପିକୁୁ ୨୨୨ ରୁ ୨୬୦ ଆସନ ମଧ୍ୟରେ ବିଜୟ ମିଳିବ ସେହିପରି ମୁଖ୍ୟ ପ୍ରତିଦ୍ବନ୍ଦୀ ସମାଜବାଦୀ ପାର୍ଟିକୁ ୧୩୫ ରୁ ୧୬୫ ଆସନ ମିଳିପାରେ । ସେହିପରି ନ୍ୟୁଜ-୧୮ ପଞ୍ଜାବ ଅନୁସାରେ ବିଜେପିକୁ ୨୪୦ ଆସନ, ସମାଜାବାଦୀ ପାର୍ଟିିକୁ ୧୪୦, କଂଗ୍ରେସକୁ ମାତ୍ର ୪ ଆସନରେ ସଫଳତା ମିଳବା ନେଇ ସୂଚନା ଦିଆଯାଇଛି ।

ସେହିପରି ଅନ୍ୟତମ ପ୍ରମୁଖ ଗଣମାଧ୍ୟମ CNN NEWS-18 ଅନୁସାରେ ବିଜେପିକୁ ୨୪୦ ଆସନ, ସପାକୁ ୧୪୦, ବିଏସପି ୧୭ ଓ ଅନ୍ୟମାନେ ମାତ୍ର ୬ ସିଟିରେ ବିଜୟ ହେବା ନେଇ ଆକଳନ ପ୍ରକାଶ ପାଇଛି । ତେବେ ଏକାଧିକ ସଂସ୍ଥାର ପୂର୍ବାକଳନ ଅନୁସାରେ ବିଜେପି ପୁଣିଥରେ କ୍ଷମତା ବଜାୟ ରଖିବା ସହ ଅଖିଳେଶଙ୍କ ସମାଜବାଦୀ ପାର୍ଟି ପୂର୍ବଥର ଠାରୁ ଯଥେଷ୍ଟ ଭଳ ପ୍ରଦର୍ଶନ କରିବା ସହ ବିରୋଧୀ ଦଳ ଭାବେ ସ୍ଥାନ ପାଇବାକୁ ଯାଉଥିବା ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.