ETV Bharat / bharat

ଆଦିପୁରୁଷ ଦେଖିବେ ଗରିବ ପିଲା, ରଣବୀର ବୁକ୍ କରିବେ 10 ହଜାର ଟିକେଟ୍ - 16 ତାରିଖରେ ରିଲିଜ ହେବ ଆଦିପୁରୁଷ

ଆସନ୍ତା 16 ତାରିଖରେ ରିଲିଜ ହେବାକୁ ଯାଉଛି ଫିଲ୍ମ 'ଆଦିପୁରୁଷ' । ରିଲିଜ ପୂର୍ବରୁ ଏହା ଧମାକା ଆରମ୍ଭ କରିଥିବାବେଳେ ବଲିଉଡ ସୁପରଷ୍ଟାର ରଣବୀର କପୁର ବୁକ୍ କରିବାକୁ ଯାଉଛନ୍ତି 10,000 ଟିକେଟ୍ । ଅଧିକ ପଢନ୍ତୁ

ରଣବୀର ବୁକ୍ କରିବେ 10,000 ଟିକେଟ୍
ରଣବୀର ବୁକ୍ କରିବେ 10,000 ଟିକେଟ୍
author img

By

Published : Jun 8, 2023, 10:41 PM IST

ମୁମ୍ବାଇ: ଆଉ ମାତ୍ର 10 ଦିନ ପରେ ରିଲିଜ ହେବାକୁ ଯାଉଛି ଫିଲ୍ମ 'ଆଦିପୁରୁଷ'। ସାଉଥ ସୁପରଷ୍ଟାର ପ୍ରଭାସ ଏବଂ କ୍ରୀତି ସାନନଙ୍କ ଅଭିନୀତ ଏହି ଫିଲ୍ମର କ୍ରେଜ୍ ବଢିବାରେ ଲାଗିଛି। ରିଲିଜ ପୂର୍ବରୁ ହିଁ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଟଲିଉଡ ଏପରିକି ବଲିଉଡ ଜଗତରେ ବି ଏହାର କ୍ରେଜ୍ ଦେଖିବାକୁ ମିଳିଲାଣି। ଏହାରି ଭିତରେ ଏକ ବଡ ଖବର ସାମନାକୁ ଆସିଛି। ବଲିଉଡ ସୁପରଷ୍ଟାର ରଣବୀର କପୁର କିଣିବାକୁ ଯାଉଛନ୍ତି 10,000 ଟିକେଟ୍।

ଏହି ଖବର ସାମନାକୁ ଆସିବା ପରେ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରଶ୍ନ ଉଠିଛି, ରଣବୀର ଏତେ ସବୁ ଟିକେଟ୍ କରିବେ କ'ଣ? ଖବର ଅନୁସାରେ, ରଣବୀଣ ଟିକେଟ୍ କିଣିବା ପରେ ତାହାକୁ ଗରିବ ପିଲାଙ୍କୁ ଦାନ କରିବେ। ଯାହା ଦ୍ବାରା ଗରିବ ପିଲାମାନେ ମଧ୍ୟ ଏହି ପୌରାଣିକ ଚଳଚ୍ଚିତ୍ରକୁ ପ୍ରେକ୍ଷାଳୟରେ ଦେଖିବାର ସୁଯୋଗ ପାଇବେ। ଏକ ଏନଜିଓ ସଂସ୍ଥା ଜରିଆରେ ସେ ଟିକେଟ୍ ବଣ୍ଟନ କରିବେ ବୋଲି ଜଣାପଡିଛି। ବଲିଉଡ ଅଭିନେତା ରଣବୀରଙ୍କ ଏଭଳି ପ୍ରୟାସକୁ ଖୁବ ପ୍ରଂଶସା କରିଛନ୍ତି ଫିଲ୍ମ ନିର୍ମାତା। ତେବେ ଫିଲ୍ମ 'ଆଦିପୁରୁଷ' ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟଲାମ ଆଦି 5 ଟି ଭାଷାରେ ରିଲିଜ ହେବାକୁ ଯାଉଥିବାବେଳେ ଖୁବଶୀଘ୍ର ଆଡଭାନ୍ସ ଟିକେଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ।

  • " class="align-text-top noRightClick twitterSection" data="">

ଆସନ୍ତା 16 ତାରିଖରେ ବଡ ପରଦାରେ ରିଲିଜ ହେବ ଫିଲ୍ମ 'ଆଦିପୁରୁଷ' । ନିକଟରେ ରିଲିଜ ହୋଇଥିବା 'ଆଦିପୁରୁଷ'ର ଆକ୍ସନ ଟ୍ରେଲରରେ ରାମ ରାବଣଙ୍କ ମଧ୍ୟରେ ଲଢେଇର ଦୃଶ୍ୟ ନଜର ଆସିଛି। ଟ୍ରେଲର ଲଞ୍ଚ ପାଇଁ ତିରୁପତିର ଏକ ମେଗା ଇଭେଣ୍ଟର ଆୟୋଜନ କରାଯାଇଥିଲା। ରିଲିଜ ପୂର୍ବରୁ ପୁରା ଷ୍ଚାର କାଷ୍ଟଙ୍କୁ ତିରୁପତିରେ ଏକାଠି ହୋଇଥିବା ଦେଖିବାକୁ ମିଳିଛି।

ତେବେ ଆଉ ଖବର ହେଉଛି, ଫିଲ୍ମ ରିଲିଜ ଦିନ ପ୍ରଥମ ସିଟ୍ ପ୍ରଭୁ ହନୁମାନଙ୍କ ନାଁରେ ବୁକ୍ ରହିବ। ଅର୍ଥାତ୍ ଯେଉଁଠାରେ ବି ଏହି ଫିଲ୍ମ ରିଲିଜ ହେବ ସେଠାରେ ଥିବା ପ୍ରଥମ ସିଟକୁ ବଜରଙ୍ଗବାଲୀଙ୍କ ନାଁ ରେ ଖାଲି ଛଡାଯିବ। ନିର୍ମାତାଙ୍କ ମତରେ ଯେଉଁଠାରେ ରାମାୟଣ ରଚନା ହୁଏ, ସେଠାରେ ପ୍ରଭୁ ହନୁମାନ ବିରାଜମାନ କରିଥାନ୍ତି। ଏଣୁ ପ୍ରଭୁ ବଜରଙ୍ଗବାଲୀଙ୍କ ଉଦ୍ଦେଶ୍ୟରେ ସିଟ୍ ଖାଲି ଛଡାଯିବ ଏବଂ ଭଗବାନଙ୍କ ଉପସ୍ଥିତିରେ ଆମେ ସମସ୍ତେ ଫିଲ୍ମ ଦେଖିବା ବୋଲି ନିର୍ମାତା କହିଛନ୍ତି। ତେବେ 500 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମକୁ ଓମ୍ ରାଉତ ସ୍କ୍ରିପ୍ଟିଂ କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.