ETV Bharat / bharat

ଆମେରିକା ଭିସା ମିଳିବା ପରେ ହେଲେ ଉତ୍ସାହିତ, ଚାଲିଗଲା ଛାତ୍ରୀଙ୍କ ଜୀବନ - ଛାତ୍ରୀଙ୍କ ଜୀବନ

ଆମେରିକାରେ ପାଠ ପଢିବା ଲାଗି ଉତ୍ସାହିତ ଥିଲେ । ଏଥିଲାଗି ଭିସା ଆବେଦନ କରିଥିଲେ । ତେବେ ଭିସା ମିଳିବା ପରେ ଉତ୍ସାହିତ ହୋଇ ଅକାଳରେ ଚାଲିଗଲା ଛାତ୍ରଙ୍କ ଜୀବନ (Youth dies of cardiac arrest after US VISA approved) । ଅଧିକ ପଢନ୍ତୁ

Youth dies of cardiac arrest after US VISA approved
ଭିସା ମିଳିବା ପରେ ଚାଲିଗଲା ଛାତ୍ରୀଙ୍କ ଜୀବନ
author img

By

Published : Dec 19, 2022, 7:23 AM IST

ଚଣ୍ଡିଗଡ଼: ଆମେରିକା ଯିବା ଲାଗି ଭିସା ମିଳି ଖୁସିରେ ଆତ୍ମବିଭୋର ହୋଇଥିଲେ ଯୁବକ । ମାତ୍ର ଏହି ଖୁସି ବେଶି ସମୟ ରହିନଥିଲା । ଅତ୍ୟଧିକ ଉତ୍ସାହିତ ହୋଇଯିବା ପରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି (Youth dies of cardiac arrest after US VISA approved) । ଏଭଳି ଅଭାବନୀୟ ଘଟଣା ପଞ୍ଜାବ ଲେହରାଗାଗା ଅଞ୍ଚଳରେ ରବିବାର ଘଟିଛି ।

ମୃତ ଯୁବକଙ୍କ ନାମ ରଞ୍ଜୋଧ ସିଂ ବୋଲି ଜଣାପଡ଼ିଛି । ମୃତକଙ୍କ ପିତାଙ୍କ କହିବାନୁସାରେ ଆମେରିକାରେ ପାଠ ପଢିବା ଲାଗି ଛାତ୍ର ଜଣକ ସ୍ବପ୍ନ ଦେଖିଥିଲେ । ଏଥିଲାଗି ସେ ଭିସା ପାଇଁ ମଧ୍ୟ ଆବେଦନ କରିଥିଲେ । ଆସନ୍ତା ୨୪ ତାରିଖରେ ଆମେରିକା ଯିବା ଲାଗି ତାଙ୍କର ବିମାନ ରହିଥିଲା । ଏଥିଲାଗି ସେ ବେଶ ଖୁସି ଥିଲେ । ସାଙ୍ଗସାଥୀଙ୍କ ଲାଗି ପାର୍ଟିର ମଧ୍ୟ ଆୟୋଜନ କରିଥିଲେ । ଏହାପରେ ସେ ପଟିଆଲା ଜିନିଷ କିଣାକିଣି କରିବା ଲାଗି ଆସିଥିବା ବେଳେ ସେ ହୃଦଘାତ ଶିକାର ହୋଇଥିଲେ ।

ଏହା ବି ପଢନ୍ତୁ- ପୁଣି ବିହାରରେ ଭୁଶୁଡି଼ଲା ପୋଲ, ଉଦଘାଟନ ପୂର୍ବରୁ ନଦୀରେ ଭାସିଗଲା ୧୩କୋଟି

ଏହାପରେ ସଙ୍ଗେ ସଙ୍ଗେ ରଞ୍ଜୋଧଙ୍କୁ ହସ୍ପିଟାଲ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷିତ କରିଥିଲେ । ଡାକ୍ତରଙ୍କ କହିବାନୁସାରେ ମୃତ ଯୁବକ ଜଣକ ଅତ୍ୟଧିକ ଖୁସି ସହ୍ୟ କରିପାରିନଥିଲେ । ଯାହାଦ୍ବାରା ସେ ହୃଦଘାତର ଶିକାର ହୋଇଛନ୍ତି । ଏଭଳି ଘଟଣା ହଜାରେ ଜଣଙ୍କ ମଧ୍ୟରେ ଜଣଙ୍କଠାରେ ଦେଖିବାକୁ ମିଳିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.