ମୁମ୍ବାଇ: କ୍ରୁଜ ଡ୍ରଗ ପାର୍ଟି ମାମଲାରେ (cruise drug party case)ରେ ଚର୍ଚ୍ଚାରେ ଥିବା ଏନସିବି(NCB) ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ପାଇଁ ବଢୁଛି ଅଡୁଆ । ୱାଙ୍ଖଡେଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଅବକାରୀ ବିଭାଗ(excise department ) । ନଭି ମୁମ୍ବାଇରେ ସମୀର ୱାଙ୍ଖଡେଙ୍କ ମାଲିକାନରେ ଥିବା ଏକ ବାର୍ ଲାଇସେନ୍ସ ମାମଲାରେ ତାଙ୍କୁ ନୋଟିସ୍ ଜାରି କରିଛି ବିଭାଗ ।
ୱାଙ୍ଖଡେ ପୁଣି ଥରେ ବିବାଦର ଶିକାର ହେଉଥିବା ଦେଖାଯାଇଛି । ଏବେ ଆଉ ଏକ ନୂଆ ଖୁଲାସା ହୋଇଛି । ଯେଉଁଥିରେ କୁହାଯାଇଛି କି ସମୀର ୱାଙ୍ଖଡେଙ୍କ ନାଁରେ ଏକ ବାରର ଲାଇସେନ୍ସ ରହିଛି । ୱାଙ୍ଖଡେ ନାବାଳକ ଥିବା ସମୟରେ ତାଙ୍କୁ ଲାଇସେନ୍ସ ମିଳିଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।
ସୂଚନା ଅନୁଯାୟୀ, ସମୀର ୱାଙ୍ଖଡେଙ୍କୁ ମାତ୍ର ୧୭ ବର୍ଷ ବୟସରେ ବାର୍ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଏଣୁ ବାର୍ ଲାଇସେନ୍ସ ନିୟମ ଖିଲାପ ମାମଲାରେ ତାଙ୍କୁ ରାଜ୍ୟ ଅବକାରୀ ବିଭାଗ କାରଣ ଦର୍ଶାଅ ନୋଟିସ ପଠାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ