ETV Bharat / bharat

ପଞ୍ଚଭୂତରେ ବିଲୀନ ହେଲେ ଶରଦ ଯାଦବ, ପୁଅ-ଝିଅ ଦେଲେ ମୁଖାଗ୍ନି - ପୈତୃକ ଗ୍ରାମରେ ଶରଦ ଯାଦବଙ୍କ ଶେଷକୃତ୍ୟ ସମ୍ପନ୍ନ

ମଧ୍ୟପ୍ରଦେଶ ସ୍ଥିତ ପୈତୃକ ଗ୍ରାମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ଶେଷକୃତ୍ୟ ସମ୍ପନ୍ନ । ଗୁରୁବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଅଧିକ ପଢନ୍ତୁ

ଶରଦ ଯାଦବଙ୍କ ଶେଷକୃତ୍ୟ ସମ୍ପନ୍ନ
ଶରଦ ଯାଦବଙ୍କ ଶେଷକୃତ୍ୟ ସମ୍ପନ୍ନ
author img

By

Published : Jan 15, 2023, 7:11 AM IST

ଭୋପାଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା JD(U)ର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ଯାଦବ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ଶନିବାର ମଧ୍ୟପ୍ରଦେଶ ନିର୍ମଦାପୁରମ ଜିଲ୍ଲା ସ୍ଥିତ ପୈତୃକ ଗ୍ରାମ ଆଁଖମାଉରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ଶାନ୍ତନୁ ଭୁନ୍ଦେଲା ଏବଂ ଝିଅ ଶୁଭାଷିନୀ ମୁଖାଗ୍ନି ଦେଇଛନ୍ତି । ଅନେକ ବରିଷ୍ଠ ରାଜନେତାଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଲୋକ ଉପସ୍ଥିତ ରହି ଭେଟେରାନ ରାଜେନେତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି । ଏହି ସମୟରେ ଶରଦ ଯାଦବ ଜିନ୍ଦାବାଦ୍ ସ୍କୋଗାନରେ ଗୁଞ୍ଜରିତ ହୋଇଥିଲା ସମଗ୍ର ଅଞ୍ଚଳ ।

ଶରଦ ଯାଦବ
ଶରଦ ଯାଦବ

ସୂଚନା ମୁତାବକ, ଗତକାଲି(ଶନିବାର) ଏକ ଚାଟାର୍ଡ ବିମାନ ଯୋଗେ ଶରଦ ଯାଦବଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ଭୋପାଳ ଅଣାଯାଇଥିଲା । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କଂଗ୍ରେସ ନେତା ଦିଗବିଜୟ ସିଂହ, ବିଜେପି ସଭାପତି ଭି.ଡି ଶର୍ମାଙ୍କ ସମେତ ଅନ୍ୟାନ୍ୟ ରାଜନେତାମାନେ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ସମୟରେ ଶିବରାଜ ଚୌହାନ କହିଥିଲେ ଯେ, ''ଶରଦ ଯାଦବ ତାଙ୍କର ପଡୋଶୀ ଥିଲେ । କାରଣ ସେମାନଙ୍କର ଗ୍ରାମ ନର୍ମଦା ନଦୀରୁ ଦୁଇପାର୍ଶ୍ବରେ ଅଟେ ।'' ଏହାପରେ ପାର୍ଥିବ ଶରୀରକୁ ସଡକ ପଥରେ ଭୋପାଳ ଠାରୁ ୧୦୦ କିମି ଦୂର ପୈତୃକ ଗ୍ରାମକୁ ନିଆଯାଇଥିଲା ।

ତାଙ୍କର ପୈତୃକ ଘରେ ପାର୍ଥିବ ଶରୀରକୁ କିଛି ସମୟ ରଖାଯିବା ପରେ ଗ୍ରାମ ପରିକ୍ରମା କରାଯାଇଥିଲା । ଏହାପରେ ଅପରାହ୍ନ ୫ଟା ସମୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପ୍ରକାଶଥାଉ କି, ଗତ ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ୭୫ ବର୍ଷ ବୟସରେ ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ଦେହାନ୍ତ ହୋଇଥିଲା ।

ବିହାର ରାଜନୀତିରେ ଶରଦ ଯାଦବ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ୧୯୯୪ ମସିହାରୁ ୨୦୦୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ସରକାର ବେଳେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ରହିଥିଲେ । ତେବେ ସେ ନିଜର ଜୀବନକାଳ ମଧ୍ୟରେ ୭ ଥର ଲୋକସଭାକୁ ନିର୍ବାଚିତ ହେବା ସହ ୩ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ବିହାରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୩ ମସିହାରେ ସେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.