ETV Bharat / bharat

ହସ୍ପିଟାଲରେ ଭର୍ତ୍ତି ହେଲେ ଆଇପିଏଲ ପ୍ରତିଷ୍ଠାତା ଲଲିତ ମୋଦି

author img

By

Published : Jan 14, 2023, 10:47 AM IST

କୋରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ଆଇପିଏଲ ପ୍ରତିଷ୍ଠାତା ଲଲିତ ମୋଦି । ସୋସିଆଲ ମିଡିଆରେ ଦେଲେ ସୂଚନା । ଅଧିକ ପଢନ୍ତୁ

Lalit Modi hospitalised
Lalit Modi hospitalised

ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତ ହେଲେ ଆଇପିଏଲ ପ୍ରତିଷ୍ଠାତା ଲଲିତ ମୋଦି । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ହେବା ପୂର୍ବରୁ ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହେବାରୁ ସେ ଅକ୍ସିଜେନ ସହାୟତା ନେଇଥିଲେ । ବର୍ତ୍ତମାନ ଲଣ୍ଡନର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ସେ ନିଜ ଏକ ଫଟୋ ଇଷ୍ଟାଗ୍ରାମରେ ସେୟାର କରି କୋରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି ।

ଲଳିତ କୁମାର ମୋଦି କହିଛନ୍ତି ଯେ, ''ଗତ ଦୁଇ ସପ୍ତାହ ମଧ୍ୟରେ ସେ ଦୁଇ ଥର କୋରୋନା ସଂକ୍ରମିତ ହୋଇଛନ୍ତି । ନିମୋନିଆ ମାତ୍ରା ବଢିବାରୁ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି । ବର୍ତ୍ତମାନ ମଧ୍ୟ ଚିକିତ୍ସା ଜାରି ରହିଥିବା ବେଳେ ଏକ ଫଟୋ ସେୟାର କରି ଏପରି ଲେଖିଛନ୍ତି ଲଳିତ ମୋଦି । ଇନଫ୍ଲୁଏଞ୍ଜା ଓ ଗଭିର ନିମୋନିଆ ସହ ଗତ ୨ ଦୁଇ ସପ୍ତାହ ମଧ୍ୟରେ ଦୁଇ ଥର ମୁଁ କୋଭିଡ ସଂକ୍ରମିତ ହୋଇଛି । ଏଥି ପାଇଁ ୩ ସପ୍ତାହ ପର୍ଯ୍ୟନ୍ତ ମୁଁ ଘରେ ରହିବା ପରେ ମଧ୍ୟ ଭଲ ହୋଇନଥିଲା । ଶେଷରେ ଏୟାର ଆମ୍ବୁଲାନ୍ସ ଯୋଗେ ଦୁଇ ଡାକ୍ତର ଏବଂ ଜଣେ ସୁପରଷ୍ଟାର ସୁପର- ଦକ୍ଷ ପୁଅଙ୍କ ସହିତ ମୋତେ ଲଣ୍ଡନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏୟାର ଆମ୍ବୁଲାନ୍ସରେ ଯିବା ସମୟରେ ମୁଁ ଅମ୍ଳଜାନର ସହାୟତା ନେଇଥିଲି । ମୋତେ ଏୟାର ଆମ୍ବୁଲାନ୍ସ ଯୋଗେ ନେଇଥିବାରୁ ଭିସ୍ତାରା ଜେଟକୁ ଧନ୍ୟବାଦ । ମୋତେ ହସ୍ପିଟାଲରେ ସୁରକ୍ଷିତ ଭାବେ ପହଞ୍ଚାଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ''ତିନି ସପ୍ତାହ ଧରି ସଂଘରୋଧରେ ରହିବା ପରେ ମୋତେ ମେକ୍ସିକୋରୁ ଲଣ୍ଡନକୁ ଅଣାଯାଇଥିବା ଇଷ୍ଟାଗ୍ରାମରେ କହିଛନ୍ତି ଲଳିତ ମୋଦି ।

ତେବେ ଗତବର୍ଷ ମିସ୍‌ ୟୁନିଭର୍ସ ସୁସ୍ମିତା ସେନଙ୍କ ସହ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚାକୁ ଆସିଥିଲେ ଲଳିତ ମୋଦି । ଲଲିତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୁସ୍ମିତା ସେନଙ୍କ ସହ ଏକ ଫଟୋ ପୋଷ୍ଟ କରି ତାଙ୍କୁ ବିବାହ କରିବା ନେଇ ସୂଚନା ଦେଇଥିଲେ । ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋରେ ସେ ଓ ସୁସ୍ମିତା ଏକତ୍ର ଛୁଟି ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଫଟୋ ସେୟାର କରି ଲଳିତ ଦାବି କରିଥିଲେ ଯେ, ସେ ଜଣେ ବଲିଉଡ ଅଭିନେତ୍ରୀ ସୁସ୍ମିତାଙ୍କୁ ଡେଟ କରୁଛନ୍ତି । ଲଳିତ ମୋଦିଙ୍କ ଏହି ଟ୍ୱିଟ୍ ସାମ୍ନାକୁ ଆସିବା ମାତ୍ରେ ସବୁଆଡେ ହଇଚଇ ସୃଷ୍ଟି ହୋଇଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.