ETV Bharat / bharat

Collegium Comment: କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟରେ ଅସହମତ ପୂର୍ବତନ ପ୍ରଧାନ ବିଚାରପତି

ଦେଶର ନ୍ୟାୟିକ ବ୍ୟବସ୍ଥା ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁଙ୍କ ବୟାନରେ ଅସହମତ ହେଲେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ ଲଳିତ । କହିଲେ ବ୍ୟବସ୍ଥା ସମ୍ପୂର୍ଣ୍ଣ ସଠିକ ଓ ସ୍ଥିର । କଲେଜିୟମ ବ୍ୟବସ୍ଥାକୁ ଅସ୍ପଷ୍ଟ ଦର୍ଶାଇଥିଲେ (Kiren Rijiju on Collegium system) କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ । ଅଧିକ ପଢନ୍ତୁ

Collegium Comment: କଲିଜିୟମ ବ୍ୟବସ୍ଥା ଅସ୍ପଷ୍ଟ ! କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟରେ ଅସହମତ ହେଲେ ପୂର୍ବତନ ପ୍ରଧାନ ବିଚାରପତି

author img

By

Published : Nov 13, 2022, 4:42 PM IST

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ବିଚାରପତି ଚୟନ ପାଇଁ ପୂର୍ବରୁ ପ୍ରଚଳିତ ହୋଇ ଆସିଥିବା କଲେଜିୟମ ବ୍ୟବସ୍ଥା ସମ୍ପୂର୍ଣ୍ଣ ସଠିକ ଓ ସ୍ଥିର । ନିକଟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁଙ୍କ ମନ୍ତବ୍ୟକୁ ଏପରି ଭାବେ ଖଣ୍ଡନ କରିଛନ୍ତି ପୂର୍ବତନ ପ୍ରଧାନ ବିଚାରପତି ୟୁ.ୟୁ ଲଳିତ । ଏକ ଘରୋଇ ଗମମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ପୂର୍ବତନ ପ୍ରଧାନ ବିଚାରପତି ଲଳିତ କଲିଜିୟମ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସ୍ପଷ୍ଟ ତଥା ସ୍ଥିର ବ୍ୟବସ୍ଥା ବୋଲି ଦର୍ଶାଇଛନ୍ତି । ନିକଟରେ କେନ୍ଦ୍ର ଆଇନ୍‌ ମନ୍ତ୍ରୀ କିରଣ ରିଜଜୁ କଲେଜିୟମ ବ୍ୟବସ୍ଥା ଏକ ଅସ୍ପଷ୍ଟ ଓ ଅପାରଦର୍ଶୀ ବ୍ୟବସ୍ଥା ବୋଲି ମତ ରଖିବା ସହ ଏଥିରେ ସଂସ୍କାରମୂଳକ ପଦକ୍ଷେପର ଆବଶ୍ୟକତା ରହିଥିବା କଥା କହିଥିଲେ ।

ନିକଟରେ ପ୍ରଧାନ ବଚାରପତି ପଦରୁ ଅବସର ଗ୍ରହଣ କରିଥିବା ଜଷ୍ଚିସ ଲଳିତ କହିଛନ୍ତି, "ମନ୍ତ୍ରୀ ଦେଇଥିବା ମତାମତ ତାଙ୍କର ବ୍ୟକ୍ତିଗତ ଦୃଷ୍ଟିଭଙ୍ଗୀ ହୋଇଥାଇପାରେ । କିନ୍ତୁ ବିଚାରପତି ଚୟନ ନେଇ ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ପ୍ରଚଳିତ ହୋଇଆସିଥିବା କଲେଜିୟମ ବ୍ୟବସ୍ଥା ଏକ ସ୍ଥିର ଓ ସଠିକ ଚୟନ ପ୍ରଣାଳୀ । ଏହା ବିଚାରପତି ନିଯୁକ୍ତି ନେଇ ଏପରି ଏକ ପାରଦର୍ଶୀ ପ୍ରଣାଳୀ, ଯେଉଁଥିରେ ସମସ୍ତ ଦିଗ ଓ ଦୃଷ୍ଟିଭଙ୍ଗୀକୁ ପ୍ରାଧାନ୍ୟ ମିଳିଥାଏ । ଏହି ପ୍ରଣାଳୀରେ ଏକାଧିକ ସ୍ତରରେ ସମୀକ୍ଷା ପରେ ବିଚାରପତିଙ୍କ ନାମ ସୁପାରିଶ ହୋଇଥାଏ । ଏହି ଚନୟ ପ୍ରକ୍ରିୟାରେ ସରକାରଙ୍କ ଭାଗିଦାରୀ ମଧ୍ୟ ରହିଥାଏ । ତେଣୁ ଏହା ଏକ ସଠିକ ଓ ସ୍ଥିର ବ୍ୟବସ୍ଥା ।"

ଏହା ମଧ୍ୟ ପଢନ୍ତୁ:-କଲେଜିୟମ ଏକ ଅସ୍ପଷ୍ଟ ବ୍ୟବସ୍ଥା, କାର୍ଯ୍ୟପାଳିକାର କାର୍ଯ୍ୟ ପରିସରରେ ନ୍ୟାୟପାଳିକାର ହସ୍ତକ୍ଷେପ ଅନୁଚିତ: ରିଜଜୁ

ଗତ ସପ୍ତାହରେ ମୁମ୍ବାଇରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ପ୍ରସଙ୍ଗରେ ଭିନ୍ନ ମତ ରଖିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ । ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ବିଚାରପତି ଚୟନ ନେଇ ପୂର୍ବରୁ ପ୍ରଚଳିତ ହୋଇ ଆସିଥିବା କଲେଜିୟମ ବ୍ୟବସ୍ଥା ଏକ ଅସ୍ପଷ୍ଟ ବ୍ୟବସ୍ଥା ବୋଲି କହିଥିଲେ ରିଜଜୁ । ସେହିପରି ବିଚାରପତି ଓ ଆଇନଜୀବୀମାନେ ମଧ୍ୟ ଏହାସହ ଏକମତ ହେବେ ବୋଲି ରିଜଜୁ ମତ ରଖିଥିଲେ । ତେବେ ସେମାନେ ଏହି ବ୍ୟବସ୍ଥାକୁ ନେଇ ସନ୍ତୁଷ୍ଟ ନଥିଲେ ମଧ୍ୟ ସରକାର ଏକ ବିକଳ୍ପ ପ୍ରଣାଳୀ ଆଣିବା ପର୍ଯ୍ୟନ୍ତ, ବର୍ତ୍ତମାନର ବ୍ୟବସ୍ଥା ସହିତ କାର୍ଯ୍ୟ କରିବାକୁ ପଡିବ ବୋଲି ରିଜଜୁ ମତ ରଖିଥିଲେ ।

ସେହିପରି ସେ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଥିବା ପାର୍ଥକ୍ୟ ଓ ନ୍ୟାୟପାଳିକାର ସୀମା ପରିସର ନେଇ ମଧ୍ୟ ରିଜଜୁ ଟିପ୍ପଣୀ ଦେଇଥିଲେ । ରିଜିଜୁ କହିଥିଲେ, ନ୍ୟାୟପାଳିକା ନିଜର ସୀମା ଅତିକ୍ରମ କରି କାର୍ଯ୍ୟପାଳିକାର କ୍ଷମତା ଓ କାର୍ଯ୍ୟ ପରିସରରେ ପ୍ରବେଶ କରିବା କିମ୍ବା ହସ୍ତକ୍ଷେପ କରିବା ମଧ୍ୟ ଆଦୌ ଉଚିତ ନୁହେଁ । ଏହାକୁ ନେଇ ପୂର୍ବତନ ବିଚାରପତିଙ୍କ ମନ୍ତବ୍ୟ ମଧ୍ୟ ସାମ୍ନାକୁ ଆସିଛି । ପୂର୍ବତନ ପ୍ରଧାନ ବିଚାରପତି ଲଳିତ କଲେଜିୟମ ବ୍ୟବସ୍ଥାକୁ ପାରଦର୍ଶୀ ଦର୍ଶାଇବା ସହ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ ସହ ଅସହମତି ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.