ETV Bharat / bharat

ଟିଏମସି ନେତାଙ୍କ ଘରୁ ମିଳିଲା EVM ଓ VVPAT, ସେକ୍ଟର ଅଫିସର ନିଲମ୍ବିତ - ପଶ୍ଚିମବଙ୍ଗ ନର୍ବାଚନ ଖବର

ଟିଏମସି ନେତାଙ୍କ ଘରୁ ମିଳିଛି EVM ଓ VVPAT । ଏହାକୁ ନେଇ କଡା ପଦକ୍ଷେପ ନେଇଛି ନିର୍ବାଚନ କମିସନ । ତୁରନ୍ତ ସେକ୍ଟର ଅଫିସରଙ୍କୁ ନିଲମ୍ବନ କଲା ନିର୍ବାଚନ କମିସନ । ଏହି କାର୍ଯରେ ଯେଉଁମାନେ ଲିପ୍ତ ରହିଛନ୍ତି ସେମାନଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...

EVM  ଓ VVPAT recover in TMC leadet residency
ଟିଏମସି ନେତାଙ୍କ ଘରୁ ମିଳିଲା EVM ଓ VVPAT ,ସେକ୍ଟର ଅଫିସର ନିଲମ୍ବିତ
author img

By

Published : Apr 6, 2021, 9:34 AM IST

Updated : Apr 6, 2021, 10:29 AM IST

କୋଲକାତା: ପଶ୍ଚିମବଙ୍ଗରେ ଚାଲିଛି ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ନିର୍ବାଚନ ସମୟରେ ଟିଏମସି ନେତାଙ୍କ ଘରୁ ମିଳିଛି EVM ଓ VVPAT । ଏହାକୁ ନେଇ କଡା ପଦକ୍ଷେପ ନେଇଛି ନିର୍ବାଚନ କମିସନ । ଏହି କାର୍ଯରେ ଯେଉଁମାନେ ଲିପ୍ତ ରହିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ଭାରତୀୟ ନିର୍ବାଚନ କମିଶନ ।

ଟିଏମସି ନେତାଙ୍କ ଘରୁ ମିଳିଲା EVM ଓ VVPAT, ସେକ୍ଟର ଅଫିସର ନିଲମ୍ବିତ

ପଶ୍ଚିମବଙ୍ଗ ଉଲୁବୁରିଆ ବିଧାନସଭା ଆସନରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଉଲୁବୁରିଆ ବିଧାନସଭା ଆସନରେ ତୃଣମୂଳ କଂଗ୍ରେସ ନେତାଙ୍କ ଘରୁ ମିଳିଛି EVM ଓ VVPAT । ଟିଏମସି ନେତାଙ୍କ ଘରେ ଇଭିଏମ ଓ ଭିଭିପ୍ୟାଟ ମିଳିବା ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଏହା ପରେ ଏହି ଅଞ୍ଚଳରେ ଦାୟିତ୍ବରେ ଥିବା ସେକ୍ଟର ଅଫିସରଙ୍କ ନିଲମ୍ବିନ କରାଯାଇଛି । ଏହାପରେ ସାଧାରଣ ପର୍ଯ୍ୟବେକ୍ଷକ ଥିବା ନିଜର ପୱନ ଘଟଣାର ଅନୁଧ୍ୟାନ କରି ଇଭିଏମ ଓ ଭିଭିପ୍ୟାଟକୁ ଯାଞ୍ଚ କରିଥିଲେ । ଏହା ପରେ ଏହା ଠିକ ଥିବା ଜଣାପଡିବା ସହ ତୁରନ୍ତ ଷ୍ଟୋରରୁମକୁ ନିଆଯାଇଛି ।

ସୂଚନାଥାଉକି ପଶ୍ଚିମବଙ୍ଗରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ରାଜ୍ୟର 31 ଟି ଆସନରେ ଚାଲିଛି ନିର୍ବାଚନ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି । କୋରୋନା କଟକଣା ସହ ଚାଲିଛି ନିର୍ବାଚନ । ରାଜ୍ୟରେ ନିର୍ବାଚନ ସମୟରେ ହିଂସା ଦୃଷ୍ଟିରେ ବିଭିନ୍ନ ଅଞ୍ଚଳରେ 144 ଧାରା ଜାରି କରାଯାଇଛି ।

@ANI

Last Updated : Apr 6, 2021, 10:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.