ETV Bharat / bharat

ଆଜି ବି ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗୁଛି: KCR

author img

By

Published : Feb 14, 2022, 3:57 PM IST

୨୦୧୬ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓ । କହିଲେ କେନ୍ଦ୍ର ଦେଖାଇବା ଦରକାର ପ୍ରମାଣ । ମିଛ କହି ଦେଶବାସୀଙ୍କୁ ଭ୍ରମିତ କରିଛି ବିଜେପି । ଅଧିକ ପଢନ୍ତୁ

ମୁଁ ଆଜି ବି ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗୁଛି:  KCR

ହାଇଦ୍ରାବାଦ: ୨୦୧୬ ମସିହାରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ସତ୍ୟତାକୁ ନେଇ ବିରୋଧୀ ସବୁବେଳେ ସରକାରଙ୍କୁ ଟାର୍ଗେଟ କରିଆସୁଥିବା ବେଳେ କିଛି ଦିନର ବ୍ୟବଧାନ ପରେ ପୁଣି ଏହି ପ୍ରସଙ୍ଗ ବିତର୍କକୁ ଆସିଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (KCR) ସର୍ଜିକାଲ ଷ୍ଟ୍ରାଇକର ସତ୍ୟତା ଉପରେ ପ୍ରଶ୍ନ ଉଠାଇବା ସହ ସେ କେନ୍ଦ୍ର ସରକାରଙ୍କୁ ପ୍ରମାଣ ମଧ୍ୟ ମାଗିଛନ୍ତି । ଘଟଣାକୁ ୫ ବର୍ଷ ବିତିଥିଲେ ମଧ୍ୟ ସେ ପ୍ରମାଣ ଚାହୁଁଥିବା କହିଛନ୍ତି KCR ।

ମୁଖ୍ୟମନ୍ତ୍ରୀ KCR କହିଛନ୍ତି, ବିଜେପି ସରକାର ଦେଶରେ ମିଛ ପ୍ରୋପାଗଣ୍ଡା ପ୍ରସାରିତ କରିଛି । ‘ଆଜି ମଧ୍ୟ ମୁଁ ସରକାରଙ୍କ ପାଖରୁ ପ୍ରମାଣ ଚାହୁଁଛି ବୋଲି କେସିଆର କହିଛନ୍ତି । ବିଜେପି ସର୍ଜିକାଲ ଷ୍ଟ୍ରାଇକ ପ୍ରସଙ୍ଗକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିଆସିଛି । ସୀମାରେ ଭାରତୀୟ ସେନା ଲଢୁଛି, ଶତ୍ରୁ ସହ ଲଢି ଯବାନ ଦେଶ ପାଇଁ ଶହୀଦ ହେଉଛନ୍ତି, କିନ୍ତୁ ବିଜେପି ତାକୁ ରାଜନୀତିକରଣ କରି ଫାଇଦା ପାଇବାକୁ ପ୍ରୟାସ ଜାରି ରଖିଛି ।’ ଗତକାଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କର ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କିତ ମନ୍ତବ୍ୟ ପରେ କେସିଆରଙ୍କର ଏପରି କାଉଣ୍ଟର ମନ୍ତବ୍ୟ ସାମ୍ନାକୁ ଆସିଛି ।

ହିମନ୍ତ ବିଶ୍ବଶର୍ମା କହିଥିଲେ ସିଡିଏସ ସ୍ବର୍ଗତଃ ବିପିନ ରାଓ୍ବାତଙ୍କ ନେନୃତ୍ବରେ ସର୍ଜିକାଲ ଷ୍ଟ୍ରାଇକ କରିବାରେ ସଫଳ ହୋଇଥିଲା ଭାରତୀୟ ସେନା । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ କିଛି ନେତା ସର୍ଜିକାଲ ଷ୍ଟ୍ରାଇକକୁ ପ୍ରଶ୍ନ ଉଠାଇବା ସହ ପ୍ରମାଣ ମଧ୍ୟ ମାଗିବାରେ ଲାଗିଛନ୍ତି । ରାହୁଲ ଗାନ୍ଧୀ ସତରେ ରାଜୀବ ଗାନ୍ଧୀଙ୍କ ପୁତ୍ରକି ନୁହେଁ ତାହା ପ୍ରଶ୍ନ କରାଯାଇ ପାରିବ କି ବୋଲି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ତେବେ ହିମନ୍ତଙ୍କ ମନ୍ତବ୍ୟ ଆସିବା ପରେ କେ.ସି.ଆର ମଧ୍ୟ ଏହି ଘଟଣାର ପ୍ରଶ୍ନ ଉଠାଇବା ସହ କେନ୍ଦ୍ର ସରକାର ବିରୋଧରେ ବର୍ଷିଛନ୍ତି ।

୨୦୧୬ ମସିହାରେ LOC ନିକଟବର୍ତ୍ତୀ ଉରିରେ ଭାରତୀୟ ସେନା କ୍ୟାମ୍ପ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ ୧୯ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଭାରତରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ ଜୋର ଧରିଥିଲା । ପରେ ଭାରତୀୟ ସେନା ଭାରତ-ପାକ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବା ସହ ପାକ ଅଧିକୃତ କାଶ୍ନୀରରେ ଥିବା ଆତଙ୍କୀ ଶିବିର ଉପରେ ଆକ୍ରମଣ କରିଥିଲେ । ଏଥିରେ ଅନେକ ଆତଙ୍କବାଦୀ ନିହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.