ETV Bharat / bharat

OTT ପ୍ଲାଟଫର୍ମରେ ଅଶ୍ଳୀଳ କଣ୍ଟେଣ୍ଟ, ସ୍କ୍ରିନିଂ ଜରୁରୀ କହିଲେ ସୁପ୍ରିମକୋର୍ଟ

author img

By

Published : Mar 4, 2021, 3:58 PM IST

ଓଟିଟିରେ ପ୍ରଦର୍ଶିତ କଣ୍ଟେଣ୍ଟର ସ୍କ୍ରିନିଂ ହେବାର ଆବଶ୍ୟକତା ଥିବା ନିଜ ରାୟରେ କହିଛନ୍ତି କୋର୍ଟ । ଅଧିକ ପଢନ୍ତୁ...

OTT ପ୍ଲାଟଫର୍ମରେ ଅଶ୍ଳୀଳ କଣ୍ଟେଣ୍ଟ, ସ୍କ୍ରିନିଂ ଜରୁରୀ କହିଲେ ସୁପ୍ରିମକୋର୍ଟ
OTT ପ୍ଲାଟଫର୍ମରେ ଅଶ୍ଳୀଳ କଣ୍ଟେଣ୍ଟ, ସ୍କ୍ରିନିଂ ଜରୁରୀ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: OTT ପ୍ଲାଟଫର୍ମରେ ପ୍ରଦର୍ଶିତ ବିଷୟବସ୍ତୁ ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । କିଛି ପ୍ଲାଟଫର୍ମରେ ଅଶ୍ଳୀଳ ଭିଡିଓ ଦେଖାଯାଉଥିବା କୋର୍ଟ କହିଛନ୍ତି । ତେବେ ଓଟିଟିରେ ପ୍ରଦର୍ଶିତ କଣ୍ଟେଣ୍ଟର ସ୍କ୍ରିନିଂ ହେବାର ଆବଶ୍ୟକତା ଥିବା ନିଜ ରାୟରେ କହିଛନ୍ତି କୋର୍ଟ ।

ସୁପ୍ରିମକୋର୍ଟ କହିଛନ୍ତି, ଏହା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ଦେଖିବ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର ହେବ ବୋଲି କହିଛନ୍ତି କୋର୍ଟ । ଆମାଜନ ପ୍ରାଇମର ଅପର୍ଣ୍ଣା ପୁରୋହିତଙ୍କ ଅଗ୍ରୀମ ଜାମିନ ଯାଚିକା ଉପରେ ଶୁଣାଣି କରି ଏହା କହିଛନ୍ତି ସୁପ୍ରିମକୋର୍ଟ ।

ୱେବ ସିରିଜ ତାଣ୍ଡବରେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ଅପର୍ଣ୍ଣା ପୁରୋହିତଙ୍କ ସମେତ ଅନେକ କଳାକାର ଓ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ଅପର୍ଣ୍ଣାଙ୍କ ଯାଚିକା ଖାରଜ କରିସାରିଛନ୍ତି । ଏହା ପରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ ଅପର୍ଣ୍ଣା ।

ଗୁରୁବାର ଏହି ମାମଲା ଉପରେ ମାତ୍ର 2 ମିନିଟର ଶୁଣାଣି ହୋଇଛି । ଶୁଣାଣି ଆରମ୍ଭରେ ହିଁ ବିଚାରପତି ଅଶୋକ ଭୂଷଣ କହିଥିଲେ, ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ କଣ୍ଟେଣ୍ଟ ଉପରେ ସ୍କ୍ରିନିଂ ହେବା ଜରୁରୀ । ତାଙ୍କ କହିବାର ମାନେ ଥିଲା ଯେ ଯେଉଁଭଳି ଫିଲ୍ମକୁ ସେନସର ବୋର୍ଡ ପାସ୍‌ କରେ ଠିକ ସେହିଭଳି ଓଟିଟି ପ୍ରୋଗ୍ରାମକୁ ମଧ୍ୟ ଦେଖିବା ପରେ ସାଧାରଣ ଜନତାଙ୍କୁ ଦେଖାଇବାର ସ୍ବୀକୃତି ମିଳିବା ଆବଶ୍ୟକତା ରହିଛି ।

OTT ଅର୍ଥାତ ଓଭର ଦ ଟପ ମିଡିଆ ସେବା ପାଇଁ ଆଇଟି ଅଧିନିୟମ ଆଧାରରେ ନୂଆ ନିୟମ ଜାରି କରିସାରିଛନ୍ତି କେନ୍ଦ୍ର ସରକାର । ଗତ କିଛି ଦିନରୁ ଯେଭଳି ଭାବରେ ଓଟିଟି କଣ୍ଟେଣ୍ଟରେ ଆପତ୍ତି ଜାହିର କରାଯାଇ ଆସୁଥିଲା, ଏଥିରୁ ସ୍ପଷ୍ଟ ହୋଇଯାଇଥିଲା ଯେ ନିଶ୍ଚୟ କୌଣସି ବଡ ପରିବର୍ତ୍ତନ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.