ETV Bharat / bharat

ବିବାହ ପାଇଁ ଲିଙ୍ଗ ପରିବର୍ତ୍ତନ କଲେ କିନ୍ନର: ଟଙ୍କା ଓ ଗହଣା ଧରି ଫେରାର ମାରିଲା ଯୁବକ - ହରିୟାଣା ଖବର

ଯୁବକଙ୍କ ପ୍ରେମରେ ପଡିଲେ କିନ୍ନର । କୋର୍ଟ ମ୍ୟାରେଜ ପାଇଁ କଲେ ଲିଙ୍ଗ ପରିବର୍ତ୍ତନ । ହେଲେ ଟଙ୍କା ଓ ଗହଣା ନେଇ ଫେରାର ମାରିଲା ଯୁବକ । ଅଧିକ ପଢନ୍ତୁ

ବିବାହ ପାଇଁ ଲିଙ୍ଗ ପରିବର୍ତ୍ତନ କଲା କିନ୍ନର: ଟଙ୍କା ଓ ଗହଣ ଧରି ଫେରାର ମାରିଲା ଯୁବକ

author img

By

Published : Apr 16, 2023, 7:01 AM IST

ଚଣ୍ଡିଗଡ: କିନ୍ନର ସହ ହେଲା ଯୁବକଙ୍କ ପ୍ରେମ । ତଥାକଥିତ ବିବାହ କରି ଦୀର୍ଘ 7ବର୍ଷ ଧରି ଏକାସାଙ୍ଗରେ ରହିଲେ । ଅସ୍ତ୍ରୋପଚାର କରି ଲିଙ୍ଗ ପରିବର୍ତ୍ତନ କରିବା ପରେ କୋର୍ଟ ମ୍ୟାରେଜ କରିବାକୁ କହିଲେ ସମ୍ପୃକ୍ତ ଯୁବକ । କିନ୍ନରଟି ମଧ୍ୟ ଅନୁରୂପ ତାହା କଲା । ହେଲେ ହଠାତ ଯୁବକଜଣଙ୍କ ଦିନେ ସମ୍ପୃକ୍ତ କିନ୍ନରର ସୁନା ଗହଣା ଓ ନଗଦ ଟଙ୍କା ଧରି ଫେରାର ମାରିଲା । ହରିୟାଣାର ପାନିପତରେ ଏପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । କିନ୍ନରଜଣଙ୍କ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଏପରି ପ୍ରତାଡନା କରି ଫେରାର ମାରିଥିବା ଯୁବକଜଣଙ୍କର ପ୍ରକୃତ ଘର ଉତ୍ତର ପ୍ରଦେଶର ବୋଲି ଜଣାପଡିଛି ।

ପାନିପତର ଜଣେ କିନ୍ନର ଏପରି ଅଭିଯୋଗ ସହ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ ଉତ୍ତର ପ୍ରଦେଶର ଅଖିଳେଶ ନାମକ ଜଣେ ଯୁବକଙ୍କର ସହ ତାର ପ୍ରେମ ସମ୍ପର୍କ ଗଢିଉଠିଥିଲା । ସେ କ୍ୟାବ ଡ୍ରାଇଭର ଭାବେ ପାନିପାତରେ କାମ କରୁଥିଲା । ଉଭୟ ବିବାହ କରି ଏକାଠି ରହିବେ ବୋଲି ନିଷ୍ପତ୍ତି ଗ୍ରହଣ କରିଥିଲେ । ଏନେଇ କିନ୍ନର ସମାଜ ମଧ୍ୟ ସହମତି ପ୍ରକାଶ କରିଥିଲେ । ଉଭୟଙ୍କ ମଧ୍ୟରେ ବିହାହ କରି ଅଖିଳେଶ ସହ 7 ବର୍ଷ ଧରି ରହିଥିଲା । ଅଖିଳେଶ ତା ଠାରୁ ପ୍ରତିମାସ ଟଙ୍କା ନେଉଥିବା ବେଳେ କୋର୍ଟ ମ୍ୟାରେଜ ପାଇଁ ସମୟ ଗଡାଇ ଚାଲିଥିଲା ।

ପରେ ସେ ଲିଙ୍ଗ ପରିବର୍ତ୍ତନ କଲେ ସେ ତାକୁ ବିବାହ କରିବା ବୋଲି କହିଥିଲା । ଅଖିଳେଶର କଥା ଅନୁସାରେ କିନ୍ନରଜଣଙ୍କ ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କରି ଲିଙ୍ଗ ମଧ୍ୟ ପରିବର୍ତ୍ତନ କରିଥିଲା । ହେଲେ ଅଖିଳେଶ ଏବେ ତାର ସମସ୍ତ ସୁନା ଗହଣା ଓ ଟଙ୍କା ଧରି ଫେରାର ହୋଇଯାଇଛି ।

ବିବାହ ସମୟରେ କିନ୍ନର ସମାଜ ଅଖିଳେଶକୁ ଯୌତୁକ ମଧ୍ୟ ଦେଇଥିଲେ । ତାହା ମଧ୍ୟ ଅଭିଯୁକ୍ତ ଯୁବକ ନେଇ ଫେରାର ହୋଇଯାଇଥିବା କିନ୍ନର ସମାଜ ଅଭିଯୋଗ କରିଛି । କିନ୍ନରଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ଯୁବକକୁ ଗିରଫ କରାଯିବା ପାଇଁ ପୋଲିସ ଟିମ ଖୋଜାଖୋଜି ଆରମ୍ଭ କରିଛି । କିନ୍ନରଙ୍କ ସହ ଯୁବକଙ୍କ ପ୍ରେମ ଓ ଏକାଠି 7 ବର୍ଷ ରହିବା ପରେ ଏପରି ପ୍ରତାଡନାର କାହାଣୀ ଏବେ ପାନିପତରେ ଚର୍ଚ୍ଚା ସୃଷ୍ଟି କରିଛି । ସମ୍ପୃକ୍ତ ଯୁବକକୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କିନ୍ନର ସମାଜ ଦାବି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.