ETV Bharat / bharat

Emergency in Sri Lanka: ଉଦବେଗ ପ୍ରକାଶ କଲେ ଆମେରିକା ଓ ବ୍ରିଟେନ

ସରକାର ବିରୋଧୀ ପ୍ରତିବାଦ ନେଇ ଶ୍ରୀଲଙ୍କା ସରକାର ଘୋଷଣା କଲେ ଦେଶବ୍ୟାପୀ ଜରୁରୀକାଳୀନ ସ୍ଥିତି । ୟୁରୋପୀୟ ରାଷ୍ଟ୍ରମାନେ ଉଠାଇଲେ ଆପତ୍ତି । କହିଲେ ସାଧାରଣ ଲୋକଙ୍କ ସ୍ବରକୁ ଦମନ ନିଷ୍ପତ୍ତିି ସଙ୍କଟର ସମାଧାନମୁଖୀ ନୁହେଁ । ଅଧିକ ପଢନ୍ତୁ

emergency in Sri Lanka: ଉଦବେଗ ପ୍ରକାଶ କଲେ ଆମେରିକା ଓ ବ୍ରିଟେନ

author img

By

Published : May 7, 2022, 5:08 PM IST

କଲମ୍ବୋ: ଆର୍ଥିକ ସଙ୍କଟ ନେଇ ଦେଶବ୍ୟାପୀ ସରକାର ବିରୋଧୀ ଆନ୍ଦୋଳନ ଯୋଗୁଁ ସମଗ୍ର ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର । ଗତକାଲି ମଧ୍ୟରାତ୍ରୀରୁ ଏହି ଦେଶବ୍ୟାପୀ ଏମରଜେନ୍ସି କାର୍ଯ୍ୟକାରୀ ହୋଇଛି । ଏହି ନିଷ୍ପତ୍ତିକୁ ନେଇ ବ୍ରିଟେନ, ଆମେରିକା ସମେତ ଅନ୍ୟ କିଛି ୟୁରୋପୀୟ ଦେଶ ଉଦବେଗ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

ଏପରି ଜରୁରୀ ସ୍ଥିତି ଘୋଷଣା କରିବା ଆର୍ଥିକ ସଙ୍କଟର ସମାଧାନ ଦିଗରେ କୌଣସି ଫଳପ୍ରଦ ନଷ୍ପତ୍ତି ହେବ ନାହିଁ । ଦକ୍ଷିଣ ଏସିଆର ଅନ୍ୟତମ ସଫଳ ଗଣତନ୍ତ୍ର ଭାବେ ଶ୍ରୀଲଙ୍କା ନିଜର ପରିଚୟ ସୃଷ୍ଟି କରିଛି । ବର୍ତ୍ତମାନ ଦେଶରେ ଲାଗି ରହିଥିବା ଆର୍ଥିକ ସଙ୍କଟ ନେଇ ଗତ ପ୍ରାୟ ଏକ ମାସରୁ ଊର୍ଦ୍ଧ୍ବ ସମୟ ଧରି ଶ୍ରୀଲଙ୍କାର ଅଧିବାସୀମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଆସୁଛନ୍ତି ଓ ଏହା ସେମାନଙ୍କ ସାମ୍ବିଧାନିକ ଅଧିକାର ମଧ୍ୟ । କିନ୍ତୁ ବର୍ତ୍ତମାନ ସମୟରେ ସେମାନଙ୍କୁ ସ୍ବରକୁ ଦମନ କରିବା ପାଇଁ ଏପରି ଦେଶବ୍ୟାପୀ ଜରୁରୀକାଳୀନ ସ୍ଥିତି ଘୋଷଣା କରିବା କୌଣସି ସମାଧାନମୁଖୀ ନିଷ୍ପତ୍ତି ନୁହେଁ ବୋଲି ୟୁରୋପୀୟ ୟୁନିୟନର ପ୍ରିତିନିଧି ଟିମ କହିଛନ୍ତି ।

ସେହିପରି ଶ୍ରୀଲଙ୍କାରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ଜୁଲି ଚୁଙ୍ଗ ( Julie Chung) ମଧ୍ୟ ଏହି ନିଷ୍ପତ୍ତିକୁ ସ୍ବାଭାବିକ ଭାବେ ଗ୍ରହଣ କରିପାରିନାହାନ୍ତି । ଉଦବେଗ ପ୍ରକାଶ କରି ଜୁଲି କହିଛନ୍ତି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ନାଗରିକ କଣ କହୁଛନ୍ତି, ସରକାର ତାହା ଶୁଣିବା ଆବଶ୍ୟକ ଓ ସମାଧାନ ଦିଗରେ ମଧ୍ୟ ଚିନ୍ତା କରିବା ଆବଶ୍ୟକ । କିନ୍ତୁ ଏପରି ସ୍ଥିତିରେ ଜାତୀୟ ଜରୁରୀକାଳୀନ ସ୍ଥିତି ଘୋଷଣା ଉଚିତ ପଦକ୍ଷେପ ପରି ମନେ ହେଉନାହିଁ ବୋଲି ସେ କହିଛନ୍ତି । ସେହିପରି ସ୍ବିଜରଲାଣ୍ଡ, କାନାଡା ପରି ଦେଶ ମଧ୍ୟ ଏହି ନିଷ୍ପତ୍ତିକୁ ଗ୍ରହଣ କରିନାହାନ୍ତି । କେଉଁ ପରସ୍ଥିତିରେ ଶ୍ରୀଲଙ୍କା ସରକାର ଏହାକୁ ଜାରି କରିବା ପାଇଁ ଉଚିତ ମନେ କଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ଶ୍ରୀଲଙ୍କାରେ ଗତ ମାସ ଠାରୁ ଆର୍ଥିକ ସଙ୍କଟ ନେଇ ଆନ୍ଦୋଳନ ଲାଗି ରହିଛି । ସ୍ବାଧୀନତା ପରଠାରୁ ସବୁଠୁ ଉତ୍କଟ ଆର୍ଥିକ ସଙ୍କଟ ସାମ୍ନା କରୁଛି ଶ୍ରୀଲଙ୍କା । ଦେଶରେ ଖାଦ୍ୟ ସାମଗ୍ରୀ, ଶକ୍ତି, ଇନ୍ଧନ ଓ ବୈଦେଶିକ ମୁଦ୍ରା ଭଣ୍ଡାରରେ ଭୟଙ୍କର ଅଭାବ ସୃଷ୍ଟି ହୋଇଛି । ସରକାରଙ୍କ ଭୁଲ ଆର୍ଥିକ ନୀତି ଯୋଗୁଁ ଏପରି ସ୍ଥିତି ହୋଇଥିବା ଦର୍ଶାଇ ଦେଶବ୍ୟାପୀ ସରକାର ବିରୋଧୀ ପ୍ରତିବାଦ ମଧ୍ୟ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଗତକାଲି ରାଷ୍ଟ୍ରପତି ଗାତାବାୟା ରାଜପାକସେ ଦେଶବ୍ୟାପୀ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.