ଗୌହାଟୀ: ଭାରତ-ଚୀନ ସୀମାର ତାଓ୍ବଙ୍ଗ ସେକ୍ଟରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଇଣ୍ଡୋ-ତିବ୍ବତ ବର୍ଡର ପୋଲିସ । ଚଳିତ ବର୍ଷ ପ୍ରାରମ୍ଭରୁ ଲଦାଖର ଭାରତ-ଚୀନ ସୀମାର ସମ୍ବେଦନଶୀଳ ପୋଷ୍ଟ ଭାବରେ ଜଣାଶୁଣା ଅରୁଣାଚଳ ପ୍ରଦେଶର ସମ୍ବେଦନଶୀଳ ତାୱାଙ୍ଗ ସେକ୍ଟରରେ ଲଗାତାର ଅନୁପ୍ରବେଶ କରିବା ଉଦ୍ୟମ ଜାରି ରଖିଛି ଚୀନ ସେନା । ଏହାକୁ ଦୃଷ୍ଟିରେ ରଖି ଆଇଟିବିପି ହାଇ ଆଲର୍ଟରେ ରହିଥିବା କଥା ସୂଚନା ଦେଇଛନ୍ତି ଆଇଟିବିପିର ଡିଆଇଜି ଜିସି ପୁରୋହିତ ।
ଇଟିଭି ଭାରତକୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାର ଦେଇ ସେ ଭାରତ-ଚୀନ ସୀମାର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି । ଡିଜି ପୁରୋହିତ କହିଛନ୍ତି ଯେ ସୀମାର ସାମଗ୍ରିକ ସୁରକ୍ଷା ସହ ଉକ୍ତ ଅଞ୍ଚଳରେ ନୂତନ ଭିତ୍ତିଭୂମି ପ୍ରତିଷ୍ଠା ଦିଗରେ ଆଇଟିବିପି ସର୍ବଦା କାମ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଛି । ଉକ୍ତ ଅଞ୍ଚଳରେ ଶତୃ ସେନା ଦ୍ବାରା ରଚାଯାଉଥିବା ଯେ କୌଣସି ଷଡଯନ୍ତ୍ରକୁ ପ୍ରତିହତ କରିବା ପାଇଁ ମଧ୍ୟ ଆଇଟିବିପି ସର୍ବାଦା ପ୍ରତିଜ୍ଞା ବଦ୍ଧ ନେଇ ପୁରୋହିତ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ