ETV Bharat / bharat

ETV Bharat impact: MSc ଡିଗ୍ରୀଧାରୀ ଝାଡୁଦାରଙ୍କୁୃ ମ୍ୟୁନିସିପାଲିଟିରେ ମିଳିଲା ଚାକିରି

author img

By

Published : Sep 21, 2021, 3:47 PM IST

ଇଟିଭି ଭାରତର ପ୍ରଭାବ । ଖବର ପ୍ରସାରଣ ପରେ ପିଜି ଡିଗ୍ରୀ ପ୍ରାପ୍ତ ସ୍ବିପରଙ୍କୁ ମିଳିଲା ମ୍ୟୁନିସିପାଲିଟିରେ ଚାକିରି । ଅଧିକ ପଢନ୍ତୁ...

ETV Bharat impact: MSc ଡିଗ୍ରୀ ସ୍ବିପରଙ୍କୁ ମିଳିଲା ଚାକିରି

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ(GHMC)ରେ ସ୍ବିପର ଭାବେ କାର୍ଯ୍ୟ କରୁଥିବା ପିଜି ଛାତ୍ରୀ ରଜନୀଙ୍କୁ ମିଳିଲା ଚାକିରି । ଇଟିଭି ଭାରତରେ ଖବର ପ୍ରସାରିତ ହେବା ପରେ ରଜନୀଙ୍କ ଉପରେ ପଡିଛି ମ୍ୟୁନିସିପାଲିଟି ପ୍ରଶାସନ ଏବଂ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦୃଷ୍ଟି । ଫଳରେ ତାଙ୍କୁ ମ୍ୟୁନିସିପାଲିଟିରେ ଆସିଷ୍ଟାଣ୍ଟ ଏଣ୍ଟୋମୋଲୋଜିଷ୍ଟ ବା ସହକାରୀ ଏଣ୍ଟୋମୋଲୋଜିଷ୍ଟ ଭାବେ ଦାୟିତ୍ବ ମିଳିଥିବା ଜଣାପଡ଼ିଛି ।

ମ୍ୟୁନିସିପାଲିଟି ପ୍ରଶାସନ ଏବଂ ନଗର ଉନ୍ନୟନ ମନ୍ତ୍ରୀ କେଟି ରାଓ ତାଙ୍କୁ ଆସିଷ୍ଟାଣ୍ଟ ଏଣ୍ଟୋମୋଲୋଜିଷ୍ଟ ଚାକିରି ଦାୟିତ୍ବ ଦେଇଛନ୍ତି । କେଟି ରାଓ ରଜନିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପତ୍ର ଦେଇଛନ୍ତି । ତେବେ ଏ ସମ୍ପର୍କରେ ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି । ଏକ ବ୍ୟସ୍ତବହୁଳ ଦିନ ଭିତରେ ଏହା ସବୁଠୁ ଭଲ ମୁହୂର୍ତ୍ତ ଥିଲା ବୋଲି କହିଛନ୍ତି । ଏହାସହିତ ଭବିଷ୍ୟତରେ ଏକ ଭିନ୍ନ ଭୂମିକା ଗ୍ରହଣ କରିବାକୁ ଯାଉଥିବାରୁ ସେ ରଜନୀଙ୍କୁ ଶୁଭକାମନା ଜଣାଇଛନ୍ତି ।

ରଜନି ୱାରଙ୍ଗଲ ଜିଲ୍ଲାର ପରାକଲା ଅଞ୍ଚଳରେ ନିଜ ପରିବାର ସହିତ ରହିଥାନ୍ତି । ତେବେ ତାଙ୍କ ପାଠ୍ୟକ୍ରମ ଶେଷ କରିବା ପାଇଁ ଚାଷ କରୁଥିବା ପିତାମାତା ସମସ୍ତ ପ୍ରଚେଷ୍ଟା କରିଥିଲେ । ଏହାଦ୍ବାରା ସେ ୨୦୧୩ ମସିହାରେ ଜୈବ ରସାୟନ(Organic chemistry)ରେ ସ୍ନାତକୋତ୍ତର ହାସଲ କରିଥିଲେ । ଏହାସହିତ ସେ ହାଇଦ୍ରାବାଦ ୟୁନିଭର୍ସିଟିରେ ପି.ଏଚଡ଼ି ମଧ୍ୟ ଶେଷ କରିଛନ୍ତି । ଏହାପରେ ପିତାମାତା ତାଙ୍କୁ ଏକ ଆଇନଜୀବୀଙ୍କ ସହିତ ବିବାହ କରିଥିଲେ । ରଜନିଙ୍କ ୨ଟି ସନ୍ତାନ ମଧ୍ୟ ରହିଛି ବୋଲି ସୂଚନା ମିଳିଛି ।

ରଜନି ଚାକିରି କରିବା ପାଇଁ ବିଭିନ୍ନ ପରୀକ୍ଷା ମଧ୍ୟ ଦେଉଥିଲେ । ଏହାରି ମଧ୍ୟରେ ତାଙ୍କ ସ୍ବାମୀ ହୃଦଘାତ ଜନିତ ରୋଗରେ ଆକ୍ରାନ୍ତ ହେବା ପରେ ସେ ପରିବାର ପ୍ରତିପୋଷଣ ପାଇଁ ହାଇଦ୍ରାବାଦ ମ୍ୟୁନିସିପାଲିଟିରେ ସ୍ବିପର ଭାବେ କାର୍ଯ୍ୟ କରୁଥିଲେ । ରଜନିଙ୍କ ଏହି ଦୁର୍ଦ୍ଦଶା ଜାଣିବା ପରେ ଇଟିଭି ଭାରତରେ ଏକ ଖବର ପ୍ରସାରଣ କରାଯାଇଥିଲା । ଏହାପରେ ତାଙ୍କୁ ଅନେକ ସହାୟତା ମିଳିଥିବା ବେଳେ ଶେଷରେ ମନ୍ତ୍ରୀ ମଧ୍ୟ ତାଙ୍କୁ ଚାକିରି ଦେଇଥିବା ଜଣାପଡ଼ିଛି । ତେବେ ନିଜ ଯୋଗ୍ୟତା ଅନୁସାରେ ରଜନି ଚାକିରି କରିବା ପରେ ସେ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.