ETV Bharat / bharat

EPF Rate: ୮.୫%ରୁ ୮.୧%କୁ କମିଲା ଇପିଏଫ୍ ସୁଧହାର

author img

By

Published : Mar 13, 2022, 7:21 AM IST

କମିଲା ଇପିଏଫ୍ ଜମା ଉପରେ ସୁଧହାର । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୁଧହାର ୮.୫ ପ୍ରତିଶତରୁ ୮.୧ ପ୍ରତିଶତକୁ ହ୍ରାସ । ଅଧିକ ପଢନ୍ତୁ

EPF Rate: ୮.୫%ରୁ ୮.୧%କୁ କମିଲା ଇପିଏଫ୍ ସୁଧହାର
EPF Rate: ୮.୫%ରୁ ୮.୧%କୁ କମିଲା ଇପିଏଫ୍ ସୁଧହାର

ନୂଆଦିଲ୍ଲୀ: କମିଲା ଇପିଏଫ୍ ସୁଧହାର । ଇପିଏଫ(EPF)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ(Central Board of Trustees) ଇପିଏଫ ଜମା ଉପରେ ମିଳୁଥିବା ସୁଧହାର ହ୍ରାସ କରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୁଧହାର ୮.୫ ପ୍ରତିଶତରୁ ୮.୧ ପ୍ରତିଶତ କରାଯାଇଛି । ଗତ ୪ ଦଶନ୍ଧି ମଧ୍ୟରେ ଏହି ସୁଧହାର ସର୍ବନିମ୍ନ । ଗତ ଦୁଇ ଆର୍ଥିକ ବର୍ଷ ୨୦୧୯-୨୦ ଏବଂ ୨୦୨୦-୨୧ରେ ପିଏଫ୍ ଜମା ଉପରେ ସୁଧହାର ୮.୫ ପ୍ରତିଶତ ଥିଲା । ଶେଷଥର ପାଇଁ ୧୯୭୭-୭୮ ବର୍ଷରେ ସୁଧ ସର୍ବନିମ୍ନ ୮ ପ୍ରତିଶତ ଥିଲା । ଏହାପରଠୁ ୨୦୨୧-୨୨ ପାଇଁ CBT ଘୋଷଣା କରିଥିବା ସୁଧହାର ସର୍ବନିମ୍ନ । ତେଣୁ ବେତନଭୋଗୀ କର୍ମଚାରୀଙ୍କ ପାଇଁ ଏହା ଏକ ବଡ ଝଟକା ନିଶ୍ଚୟ ।

ଶୁକ୍ରବାର ଠାରୁ ରାଜସ୍ଥାନୀର ଗୌହାଟ୍ଟୀରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(EPFO)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ(Central Board of Trustees)ଚାଲିଥିଲା । ବୈଠକର ଦ୍ବିତୀୟ ଦିନ ଅର୍ଥାତ୍ ଶନିବାର ଇପିଏଫ୍ ସୁଧହାର ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ସିବିଟି(CBT) ଅଧ୍ୟକ୍ଷ ତଥା କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ ୨୦୨୧-୨୨ ପାଇଁ ଇପିଏଫ ଜମା ଉପରେ ୮.୧ ପ୍ରତିଶତ ସୁଧହାର ସୁପାରିଶ କରିଛନ୍ତି । ତେବେ ଇପିଏଫଓ ସଦସ୍ୟଙ୍କ ଖାତରେ ଏହି ସୁଧରାଶି ଜମା ହେବା ପୂର୍ବରୁ ଏହାକୁ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ କରିବ । ତେବେ ଏହି ସୁଧହାର ହ୍ରାସ ପାଇଁ ଶ୍ରମ ମନ୍ତ୍ରୀ ବଜାର ସ୍ଥିତିକୁ ଦାୟୀ କରିଛନ୍ତି ।

ପ୍ରକାଶଥାଉ କି, କର୍ମଚାରୀଙ୍କ ଭବିଷ୍ୟତର ସୁରକ୍ଷା ପାଇଁ କମ୍ପାନୀ ସେମାନଙ୍କ ଦରମାରୁ କିଛି ରାଶି କାଟି ଇପିଏଫ ଆକାଉଣ୍ଟରେ ଜମା କରିଥାଏ । ଇପିଏଫଓ ଏହି ଫଣ୍ଡର ପରିଚାଳନା କରିଥାଏ ଏବଂ ପ୍ରତିବର୍ଷ ଏହା ଉପରେ ସୁଧ ଦେଇଥାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.