ETV Bharat / bharat

ବାଂଲାଦେଶରୁ ଆବୁଧାବି ଯାଉଥିବା ବିମାନର ଇଞ୍ଜିନରେ ତ୍ରୁଟି: ଅହମ୍ମଦାବାଦରେ ଜରୁରୀ ଅବତରଣ

author img

By

Published : Jun 7, 2022, 7:23 PM IST

ବାଂଲାଦେଶରୁ ଆବୁଧାବି ଯାଉଥିଲା ଏୟାର ଆରବିଆ ଏୟାର-ଲାଇନ୍ସର ବିମାନ । ଇଞ୍ଜିନରେ ତ୍ରୁଟି କାରଣରୁ ଅହମ୍ମଦାବାଦରେ ଜରୁରୀ ଅବତରଣ । ସମସ୍ତ ଯାତ୍ରୀ ସୁରକ୍ଷିତ । ତଦନ୍ତ ନିର୍ଦ୍ଦେଶ ଦେଲା DGCA । ଅଧିକ ପଢନ୍ତୁ

ଅହମ୍ମଦାବାଦରେ ଜରୁରୀ ଅବତରଣ
ଅହମ୍ମଦାବାଦରେ ଜରୁରୀ ଅବତରଣ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ବାଂଲାଦେଶରୁ ଆବୁଧାବି ଯାଉଥିବା ବିମାନ । ଏୟାର ଆରବିଆ ଏୟାର-ଲାଇନ୍ସର ବିମାନର ଗୋଟିଏ ଇଞ୍ଜିନରେ ତ୍ରୁଟି ଦେଖାଯିବା ଫଳରେ ବିମାନଟି ଅହମ୍ମଦାବାଦ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ଏହି ଘଟଣାରେ ବେସାମରିକ ଉଡାଣ ମନ୍ତ୍ରଣାଳୟ (DGCA) ତଦନ୍ତ ନିର୍ଦ୍ଦେଶ ଦେଇଛି ।

କେଉଁ ପରିସ୍ଥିତିରେ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଗଲା ତାର ତଦନ୍ତ କରାଯିବା । ପ୍ରାଥମିକ ତଦନ୍ତ DGCAର ଏୟାରକ୍ରାଫ୍ଟ ତଦନ୍ତକାରୀ ବ୍ୟୁରୋକୁ ହସ୍ତାନ୍ତର କରାଯାଇଛି । ସାଉଦି ଆରବିଆ ଏୟାର ଲାଇନ୍ସର A320- A6-AOT ବିମାନଟି ବାଂଲାଦେଶରୁ ଉଡାଣ ଭରିଥିଲା । ଭାରତୀୟ ଆକାଶ ସୀମାରେ ଉଡୁଥିବା ବେଳେ ବିମାନର ଗୋଟିଏ ଇଞ୍ଜିନରେ କିଛି ଯାନ୍ତ୍ରିକ ତ୍ରୁଟିଥିବା ସୂଚନା ପାଇଥିଲେ ବିମାନର ବୈଷୟିକ ଟିମ । ବିମାନରେ ECAM ଚେତାବନୀ ମଧ୍ୟ ଜାରି ହୋଇଥିଲା । ପରେ ବିମାନଟି ଅହମ୍ମଦାବାଦ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ।

ତେବେ ବିମାନଟି ସୁରକ୍ଷିତ ଭାବେ ବିମାନ ବନ୍ଦରରେ ଅବତରଣ କରିଥିଲା । ସମସ୍ତ ଯାତ୍ରୀଙ୍କ ସମେତ ବିମାନ କ୍ର୍ୟୁ ସଦସ୍ୟ ମଧ୍ୟ ସୁସ୍ଥ ଅଛନ୍ତି । ସମ୍ପୃକ୍ତ ବିମାନ କମ୍ପାନୀ ପକ୍ଷରୁ ମଧ୍ୟ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ ବିମାନର ନିରୀକ୍ଷଣ କରିବା ପାଇଁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଭାରତୀୟ ବେସାମରିକ ଉଡାଣ ମନ୍ତ୍ରଣାଳୟ DGCA ମଧ୍ୟ ନିଜ ଆଡୁ ତଦନ୍ତ ନିର୍ଦ୍ଦେଶ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.