ନୂଆଦିଲ୍ଲୀ: ଭାରତକୁ ଖୁବ ଶିଘ୍ର ଆସିପାରେ ବିଦେଶୀ ଫାଇଜର ଟିକା । ଭ୍ୟାକ୍ସିନ ଯୋଗାଣକୁ ନେଇ ଭାରତ ସରକାରଙ୍କ ସହ ଯୋଗାଯୋଗରେ ଅଛି ଫାଇଜର କମ୍ପାନୀ ।
କମ୍ପାନୀର ମୁଖପାତ୍ର କହିଛନ୍ତି, ଭାରତରେ ଟୀକାକରଣ କାର୍ଯ୍ୟକ୍ରମର ଉପଯୋଗ ପାଇଁ ନିଜ କୋଭିଡ ଭ୍ୟାକ୍ସିନ ଉପଲବ୍ଧ କରାଇବ ଫାଇଜର । ଏନେଇ କେନ୍ଦ୍ର ସରକାରଙ୍କ ସହ କ୍ରମାଗତ ଯୋଗାଯୋଗରେ ରହିଛି ଫାଇଜର କମ୍ପାନୀ ।
ଏପଟେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଫାଇଜର ଆଉ ମୋଡର୍ଣ୍ଣା ଭଳି ବିଦେଶୀ କମ୍ପାନୀ ଉପରେ ଟ୍ରାଏଲର ସର୍ତ୍ତ ହଟାଇଦେଇଛି । ଏଭଳିସ୍ଥିତିରେ ଯଦି କୌଣସି ବିଦେଶୀ ଭ୍ୟାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କିମ୍ବା ଆମେରିକା ଏଫଡିଏରୁ ଜରୁରୀକାଳୀନ ବ୍ୟବହାରର ମଞ୍ଜୁରୀ ମିଳିସାରିଛି ତାହେଲେ ଭାରତରେ ଆଉ ଟ୍ରାଏଲର ଆବଶ୍ୟକତା ନାହିଁ ।