ନୂଆଦିଲ୍ଲୀ: ରାହୁଲଙ୍କୁ ଇଡିର (Enforcement Directorate) ନୂଆ ସମନ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୂଆ ସମନ ଜାରି କରିଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ଜୁନ 13ରେ ଇଡି ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ଇଡି । ପୂର୍ବରୁ ଜୁନ 8 ତାରିଖରେ ହାଜର ହେବାକୁ ନୋଟିସ ଜାରି କରିଥିଲା ।
ନ୍ୟାସନାଲ ହେରାଲ୍ଡ ମାମଲାରେ ଜୁନ ପହିଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧକ୍ଷାଙ୍କୁ ଇଡି ସମନ ଜାରି କରିଥିଲା । ଯାହା ଗାନ୍ଧୀ ପରିବାର ପାଇଁ ଅଡ଼ୁଆ ବଢ଼ାଇଥିଲା । ଜାରି ହୋଇଥିବା ସମନରେ 8 ତାରିଖରେ ଇଡି ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା । ମାତ୍ର ତାଙ୍କୁ ପୁଣିଥରେ ହାଜର ହେବାକୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ହାଜର ହେବାକୁ ଅଧିକ ସମୟ ମାଗିଥିଲେ । ଏବେ ତାଙ୍କୁ ଇଡି ଜୁନ୍ ୧୩ ତାରିଖରେ ହାଜର ହେବାକୁ ସମନ କରିଛି ।
ଏହା ବି ପଢନ୍ତୁ...ସୋନିଆଙ୍କ ପରେ କୋରୋନା କବଳରେ ପ୍ରିୟଙ୍କା
ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧିଙ୍କୁ ମଧ୍ୟ ପୂର୍ବରୁ ସମନ କରାଯାଇଥିଲା । ତାଙ୍କୁ ଜୁନ୍ ୮ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । କିନ୍ତୁ ସେ କୋରୋନାରେ ଆକ୍ରାନ୍ତ ହୋଇଥିବାରୁ ଜେରା ପାଇଁ ଯିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ।
ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ ପରେ ନ୍ୟାସନାଲ ହେରାଲ୍ଡ ମାମଲା ସାମ୍ନାକୁ ଆସିଥିଲା । ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧି ଏକ କମ୍ପାନୀ ପ୍ରତିଷ୍ଠା କରିବା ସହ ୯୦ କୋଟିର ଋଣ ଭାରରେ ବୁଡ଼ିଥିବା ଏଜେଏଲ୍ର ମାଲିକାନାକୁ ନିଜ ହାତକୁ ନେଇଥିଲେ । ୟଙ୍ଗ ଇଣ୍ଡିଆ ଲିଃ କମ୍ପାନୀ ଏହାକୁ କିଣିଥିଲା । ୨୦୧୫ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନ୍ୟାସ୍ନାଲ୍ ହେରାଲ୍ଡ ମାମଲା ବନ୍ଦ କରିଥିଲା । ଏହି ମାମଲାରେ ତଦନ୍ତ ପୁଣି ଚାଲୁ ହୋଇଛି । ନ୍ୟାସନାଲ ହେରାଲ୍ଡ ୧୯୪୨ ମସିହାର ଏକ ଖବର କାଗଜ ମାମଲା । ବ୍ରିଟିଶ ସରକାର ଏହାକୁ ଦବାଇବା ପାଇଁ କାମ କରୁଥିଲା ।