ETV Bharat / bharat

ଶିକ୍ଷାବିତରୁ ରାଜନେତା: ଉଜ୍ଜୈନରୁ ହ୍ୟାଟ୍ରିକ୍ ବିଜୟୀ ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ - ଓବିସି ମୁଖ୍ୟମନ୍ତ୍ରୀ

Mohan Yadav New CM of Madhya Pradesh: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମଧ୍ୟପ୍ରଦେଶ ସରକାରର ମଙ୍ଗୁଆଳ ହୋଇଛନ୍ତି ମୋହନ ଯାଦବ । ନୂଆ ଚେହେରା ଭାବେ ମୋହନଙ୍କୁ ରାଜ୍ୟର କମାଣ ଦେଇଛି ବିଜେପି । ମଧ୍ୟପ୍ରଦେଶର ୧୯ତମ ମୁଖ୍ୟମନ୍ତ୍ରୀ ହେବେ ମୋହନ । ୨୦୧୩ରୁ ୨୦୨୩, ବିଧାୟକରୁ ମୁଖ୍ୟମନ୍ତ୍ରୀ । ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରି ଓବିସି କାର୍ଡ ଖେଳିଛି ବିଜେପି । କେମିତି ଥିଲା ମୋହନଙ୍କ ରାଜନୈତିକ ଯାତ୍ରା ? ଅଧିକ ପଢ଼ନ୍ତୁ,

ଉଜ୍ଜୈନରୁ ହ୍ୟାଟ୍ରିକ୍ ବିଜୟୀ 'ମୋହନ ଯାଦବ' ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Dec 11, 2023, 6:24 PM IST

ଭୋପାଳ: ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନଙ୍କ ଯୁଗର ଅନ୍ତ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ନୂଆ ମୁହଁକୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି । ମୋହନ ଯାଦବ ହୋଇଛନ୍ତି ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ମୋହନଙ୍କ ନାଁରେ ମୋହର ଲଗାଇଛି ଦଳ । ବିଧାନସଭା ଫଳାଫଳ ପ୍ରକାଶ ଆଠ ଦିନ ପରେ ମଧ୍ୟପ୍ରଦେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଛି । ଛତିଶଗଡ଼ରେ ପଛୁଆ ବର୍ଗ କାର୍ଡ ପରେ, ମଧ୍ୟ ପ୍ରଦେଶରେ ଓବିସି କାର୍ଡ ଖେଳିଛି ଭାରତୀୟ ଜନତା ପାର୍ଟି ।

ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ମୋହନ ଯାଦବ । ମୋହନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେବା କଥା ଚିନ୍ତା କରି ନଥିଲେ । ମୁଖ୍ୟମନ୍ତ୍ରୀ ପଦରେ ସୁଯୋଗ ଦେଇଥିବାରୁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଏବଂ ରାଜ୍ୟସ୍ତରୀୟ ନେତାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । 'ମୁଖ୍ୟମନ୍ତ୍ରୀ ଭାବେ ସମସ୍ତ କର୍ତ୍ତବ୍ୟ ପୂରଣ କରିବାକୁ ପୁରା ପ୍ରୟାସ କରିବି । ମୁଁ ମୋର ଶ୍ରେଷ୍ଠ ପ୍ରଦାନ କରିବି । '

ମୋହନ ଯାଦବ: ଡକ୍ଟର ମୋହନ ଯାଦବ । ଶିକ୍ଷାବିତରୁ ରାଜନେତା । ଦକ୍ଷିଣ ଉଜ୍ଜୈନ ବିଧାନସଭା ଆସନରରୁ ବିଧାୟକ। ତିନି ତିନିଥର ବିଧାୟକ । ମୁଖମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ କ୍ୟାବିନେଟରେ ଶିକ୍ଷାମନ୍ତ୍ରୀ । ସେ ୨୦୧୩ ଠାରୁ ମଧ୍ୟପ୍ରଦେଶ ବିଧାନସଭାରେ ବିଧାୟକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ୨୦୧୮ ଏବଂ ୨୦୨୩ ସମାନ ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି ମୋହନ ।

ରାଜନୀତିରେ ମୋହନ: ଦୀର୍ଘ ଦିନ ଧରି ବିଜେପି ସହ ଯୋଡ଼ି ହୋଇ ରହିଛନ୍ତି ମୋହନ । ୨୦୧୩ରେ ପ୍ରଥମ ଥର ପାଇଁ ଉଜ୍ଜୈନ ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ । ପରେ ୨0୧୮ରେ ପୁଣି ଥରେ ଉଜ୍ଜୈନ ଆସନରୁ ତାଙ୍କୁ ଲଢ଼ାଇଥିଲା ବିଜେପି ଏବଂ କ୍ରମାଗତ ଦ୍ବିତୀୟ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୨୩ରେ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇ ହ୍ୟାଟ୍ରିକ କରିଛନ୍ତି ମୋହନ । ୨୦୨୩ ନିର୍ବାଚନରେ ସେ ୧୩ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୨୦୨୦ରୁ ତତକାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ କ୍ୟାବିନେଟରେ ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଛନ୍ତି ମୋହନ । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଶୃଙ୍ଖଳା, ଦକ୍ଷତା ଏବଂ ଦୃଢ଼ ସଂଗଠକ ଭାବେ ପରିଚିତ ମୋହନ ଯାଦବ, ହିନ୍ଦୁତ୍ବ ବିଚାରଧାରାରେ ବିଶ୍ବାସୀ। ଦଳ ଏବଂ ଦଳୀୟ ନୀତି ପ୍ରତି ଆନୁଗତ୍ୟ ହିଁ ମୋହନଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ସାହାଯ୍ୟ କରିଛି ।

୧୯୬୫ ମାର୍ଚ୍ଚ ୨୫ରେ ଉଜ୍ଜୈନରେ ଜନ୍ମଗ୍ରହଣ । ପିଲାଟି ବେଳୁ ପାଠପଢ଼ା ପ୍ରତି ଥିଲା ବେଶ୍ ଆଗ୍ରହ । ଉଜ୍ଜୈନରୁ ମାଟ୍ରିକ ଏବଂ ଯୁକ୍ତ ଦୁଇ ପାସ୍ ପରେ, ବିଜ୍ଞାନରେ ସ୍ନାତକ କରିଥିଲେ । ପରେ ଆଇନରେ ସ୍ନାତକ (LLB), ଏମଏ , ଏମବିଏ ଏବଂ ପିଏଚଡି କରିଥିଲେ। ମୋହନ ଯାଦବଙ୍କ ପତ୍ନୀ ସୀମା ଯାଦବ । ସେମାନଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ଶିବରାଜ ସିଂହ ଚୌହାନଙ୍କ ପରେ ମଧ୍ଯ ପ୍ରଦେଶରେ ଆରମ୍ଭ ହୋଇଛି ମୋହନ ଯାଦବଙ୍କ ଯୁଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.