ETV Bharat / bharat

Encounter in J&K: ଘାଟିରେ ଏନକାଉଣ୍ଟର ଜାରି, 5 ଆତଙ୍କୀ ନିପାତ

author img

By ETV Bharat Odisha Team

Published : Oct 26, 2023, 4:39 PM IST

Updated : Oct 26, 2023, 6:26 PM IST

ଘାଟିରେ ସେନାର ଏନକାଉଣ୍ଟର ଜାରି । ଦୁଇ ଆତଙ୍କୀ ସଫା, ଏବେ ମଧ୍ୟ ଅପରେସନ ଜାରି ରହିଥିବା କାଶ୍ମୀର ଜୋନ ପୋଲିସର ସୂଚନା । ଅଧିକ ପଢନ୍ତୁ

Encounter in Jk: ଘାଟିରେ ଏନକାଉଣ୍ଟର ଜାରି, ଦୁଇ ଆତଙ୍କୀ ନିପାତ

ଶ୍ରୀନଗର: କିଛି ଦିନର ବ୍ୟବଧାନ ପରେ ଆଜି ଘାଟିରେ ପୁଣି ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଦକ୍ଷିଣ କାଶ୍ମୀର କୂପଓ୍ବାରାର ମଚଲ ସେକ୍ଟରରେ ଆଜି (ଗୁରୁବାର) ପୂର୍ବାହ୍ନରୁ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ 5 ଆତଙ୍କୀଙ୍କୁ ନିପାତ କରିବାରେ ସେନାକୁ ସଫଳତା ମିଳିଛି । ଏବେ ମଧ୍ୟ ଅପରେସନ ଜାରି ରହିଥିବା ସ୍ଥାନୀୟ ପୋଲିସ ସୂତ୍ରରୁ ସୂଚନା ମିଳିଛି ।

କାଶ୍ମୀରର ଜୋନ ପୋଲିସ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି, ନିର୍ଦ୍ଧିଷ୍ଟ ସୂଚନା ଅନୁସାରେ, ଆଜି କୂପଓ୍ବାରାରେ ଆତଙ୍କୀଙ୍କ ଗତିବିଧି ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ ସେନା ମିଳିତ ଅପରେସନ ଆରମ୍ଭ କରିଥିଲେ । ଏବେ ସୁଦ୍ଧା 5 ଆତଙ୍କୀଙ୍କୁ ନିପାତ କରାଯାଇଛି । ଅପରେସନ ଜାରି ରହିଛି । ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ସେନା ତାର ଅପରେସନ ଜାରି ରଖିଛି । ଅନ୍ୟ କିଛି ଆତଙ୍କୀ ଆତ୍ମଗୋପନ କରୁଥିବା ସନ୍ଦେହ କରାଯାଉଛି । ଅଧିକ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅପରେସନ ଜାରି ରହିଛି ।

  • Based on a specific information provided by Kupwara Police, an #encounter has started in Machhal sector in which two #terrorists have been killed so far. Operation underway. Further details shall follow.@JmuKmrPolice

    — Kashmir Zone Police (@KashmirPolice) October 26, 2023 " class="align-text-top noRightClick twitterSection" data=" ">

Based on a specific information provided by Kupwara Police, an #encounter has started in Machhal sector in which two #terrorists have been killed so far. Operation underway. Further details shall follow.@JmuKmrPolice

— Kashmir Zone Police (@KashmirPolice) October 26, 2023

ଆଜିର ଅପରେସନ ସମ୍ପର୍କରେ କାଶ୍ମୀର ପୋଲିସ ବ୍ୟତୀତ ସେନାର ଚିନ୍ନାର କ୍ରପସ ମଧ୍ୟ ଟ୍ବିଟରେ ସୂଚନା ଦେଇଛି । ଇନପୁଟ ସୂଚନା ଆଧାରରେ ସେନା, ସ୍ଥାନୀୟ କାଶ୍ମୀର ପୋଲିସ ଓ ଇଣ୍ଟେଲିଜେନ୍ସି ଏଜେନ୍ସି ଦକ୍ଷିଣ କାଶ୍ମୀରର ଏଲଓସି ନିକଟବର୍ତ୍ତୀ କୂପଓ୍ବାରା ସେକ୍ଟରରେ ଏହି ଅପରେସନ ଜାରି ରହିଥିବା ଏକ୍ସରେ ସୂଚନା ଦେଇଛି ଚିନ୍ନାର କ୍ରପ୍ସ ।

ଏହା ମଧ୍ୟ ପଢନ୍ତୁ:- ଏହା ମଧ୍ୟ ପଢନ୍ତୁ:-Uri Encounter Ground Report: 3ଦିନ ଧରି ଜାରି ଏନକାଉଣ୍ଟର, ଆତଙ୍କୀ ଆଡ୍ଡା ଉପରେ ବୋମା ବର୍ଷାଉଛି ଡ୍ରୋନ

ଗତମାସ (ସେପ୍ଟେମ୍ବର) ୧୬ ତାରିଖରେ ଜମ୍ମୁ-କାଶ୍ମୀର ବାରମୂଲା ଜିଲ୍ଲାର ଉରିରେ ଆତଙ୍କୀ ନିରୋଧୀ ଅପରେସନ ବେଳେ ସେନାର ୨ ଜଣ ଅଧିକାରୀ ଓ ସ୍ଥାନୀୟ ପୋଲିସର ଜଣେ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ଆତଙ୍କୀଙ୍କ ଗୁଳିରେ ଶହୀଦ ହୋଇଥିଲେ । ପରେ ଅନ୍ୟ ଜଣେ ଯବାନଙ୍କୁ ମିଶାଇ ଶହୀଦଙ୍କ ସଂଖ୍ୟା ୪ରେ ପହଞ୍ଚିଥିଲେ । ସେନାର ଏକ ତାଲିମପ୍ରାପ୍ତ କୁକୁର ମଧ୍ୟ ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲା । ଆତଙ୍କୀଙ୍କ ଗୁପ୍ତ ଆଡ୍ଡା ଚିହ୍ନଟ କରାଯାଇ ଡ୍ରୋନ ଯୋଗେ ବୋମା ବର୍ଷଣ କରିଥିଲା ସେନା । ସେନା ଏହି ଅପରେସନରେ ହେଲିକପ୍ଟର ମଧ୍ୟ ବ୍ୟବହାର କରିଥିଲା । ଉକ୍ତ ଅପରେସନରେ ଦୁଇ ଆତଙ୍କୀଙ୍କୁ ନିପାତ କରାଯାଇଥିଲା । ଚଳିତବର୍ଷ ଏହି ଅପରେସନ ସବୁଠୁ ଅଧିକ ସମୟ ଧରି ଚାଲିଥିବା ଅପରେସନ ମଧ୍ୟରେ ଅନ୍ୟତମ ଥିଲା । ତେବେ ଏବେ ପୁଣି ଏକ ଏନକାଉଣ୍ଟରରେ ସେନା ଦୁଇ ଆତଙ୍କୀଙ୍କୁ ସଫା କରିବାରେ ସଫଳତା ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଶ୍ରୀନଗର: କିଛି ଦିନର ବ୍ୟବଧାନ ପରେ ଆଜି ଘାଟିରେ ପୁଣି ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଦକ୍ଷିଣ କାଶ୍ମୀର କୂପଓ୍ବାରାର ମଚଲ ସେକ୍ଟରରେ ଆଜି (ଗୁରୁବାର) ପୂର୍ବାହ୍ନରୁ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ 5 ଆତଙ୍କୀଙ୍କୁ ନିପାତ କରିବାରେ ସେନାକୁ ସଫଳତା ମିଳିଛି । ଏବେ ମଧ୍ୟ ଅପରେସନ ଜାରି ରହିଥିବା ସ୍ଥାନୀୟ ପୋଲିସ ସୂତ୍ରରୁ ସୂଚନା ମିଳିଛି ।

କାଶ୍ମୀରର ଜୋନ ପୋଲିସ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି, ନିର୍ଦ୍ଧିଷ୍ଟ ସୂଚନା ଅନୁସାରେ, ଆଜି କୂପଓ୍ବାରାରେ ଆତଙ୍କୀଙ୍କ ଗତିବିଧି ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ ସେନା ମିଳିତ ଅପରେସନ ଆରମ୍ଭ କରିଥିଲେ । ଏବେ ସୁଦ୍ଧା 5 ଆତଙ୍କୀଙ୍କୁ ନିପାତ କରାଯାଇଛି । ଅପରେସନ ଜାରି ରହିଛି । ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ସେନା ତାର ଅପରେସନ ଜାରି ରଖିଛି । ଅନ୍ୟ କିଛି ଆତଙ୍କୀ ଆତ୍ମଗୋପନ କରୁଥିବା ସନ୍ଦେହ କରାଯାଉଛି । ଅଧିକ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅପରେସନ ଜାରି ରହିଛି ।

  • Based on a specific information provided by Kupwara Police, an #encounter has started in Machhal sector in which two #terrorists have been killed so far. Operation underway. Further details shall follow.@JmuKmrPolice

    — Kashmir Zone Police (@KashmirPolice) October 26, 2023 " class="align-text-top noRightClick twitterSection" data=" ">

ଆଜିର ଅପରେସନ ସମ୍ପର୍କରେ କାଶ୍ମୀର ପୋଲିସ ବ୍ୟତୀତ ସେନାର ଚିନ୍ନାର କ୍ରପସ ମଧ୍ୟ ଟ୍ବିଟରେ ସୂଚନା ଦେଇଛି । ଇନପୁଟ ସୂଚନା ଆଧାରରେ ସେନା, ସ୍ଥାନୀୟ କାଶ୍ମୀର ପୋଲିସ ଓ ଇଣ୍ଟେଲିଜେନ୍ସି ଏଜେନ୍ସି ଦକ୍ଷିଣ କାଶ୍ମୀରର ଏଲଓସି ନିକଟବର୍ତ୍ତୀ କୂପଓ୍ବାରା ସେକ୍ଟରରେ ଏହି ଅପରେସନ ଜାରି ରହିଥିବା ଏକ୍ସରେ ସୂଚନା ଦେଇଛି ଚିନ୍ନାର କ୍ରପ୍ସ ।

ଏହା ମଧ୍ୟ ପଢନ୍ତୁ:- ଏହା ମଧ୍ୟ ପଢନ୍ତୁ:-Uri Encounter Ground Report: 3ଦିନ ଧରି ଜାରି ଏନକାଉଣ୍ଟର, ଆତଙ୍କୀ ଆଡ୍ଡା ଉପରେ ବୋମା ବର୍ଷାଉଛି ଡ୍ରୋନ

ଗତମାସ (ସେପ୍ଟେମ୍ବର) ୧୬ ତାରିଖରେ ଜମ୍ମୁ-କାଶ୍ମୀର ବାରମୂଲା ଜିଲ୍ଲାର ଉରିରେ ଆତଙ୍କୀ ନିରୋଧୀ ଅପରେସନ ବେଳେ ସେନାର ୨ ଜଣ ଅଧିକାରୀ ଓ ସ୍ଥାନୀୟ ପୋଲିସର ଜଣେ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ଆତଙ୍କୀଙ୍କ ଗୁଳିରେ ଶହୀଦ ହୋଇଥିଲେ । ପରେ ଅନ୍ୟ ଜଣେ ଯବାନଙ୍କୁ ମିଶାଇ ଶହୀଦଙ୍କ ସଂଖ୍ୟା ୪ରେ ପହଞ୍ଚିଥିଲେ । ସେନାର ଏକ ତାଲିମପ୍ରାପ୍ତ କୁକୁର ମଧ୍ୟ ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲା । ଆତଙ୍କୀଙ୍କ ଗୁପ୍ତ ଆଡ୍ଡା ଚିହ୍ନଟ କରାଯାଇ ଡ୍ରୋନ ଯୋଗେ ବୋମା ବର୍ଷଣ କରିଥିଲା ସେନା । ସେନା ଏହି ଅପରେସନରେ ହେଲିକପ୍ଟର ମଧ୍ୟ ବ୍ୟବହାର କରିଥିଲା । ଉକ୍ତ ଅପରେସନରେ ଦୁଇ ଆତଙ୍କୀଙ୍କୁ ନିପାତ କରାଯାଇଥିଲା । ଚଳିତବର୍ଷ ଏହି ଅପରେସନ ସବୁଠୁ ଅଧିକ ସମୟ ଧରି ଚାଲିଥିବା ଅପରେସନ ମଧ୍ୟରେ ଅନ୍ୟତମ ଥିଲା । ତେବେ ଏବେ ପୁଣି ଏକ ଏନକାଉଣ୍ଟରରେ ସେନା ଦୁଇ ଆତଙ୍କୀଙ୍କୁ ସଫା କରିବାରେ ସଫଳତା ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 26, 2023, 6:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.