ETV Bharat / bharat

Shopian Encounter; ଜଣେ ଆତଙ୍କୀ ନିପାତ, ସର୍ଚ୍ଚ ଅପରେସନ ଜାରି - ସୋପିଆନ ଏନକାଉଣ୍ଟର

ପୁଣି ସୀମାରେ ଗୁଳି ବିନିମୟ । ଜମ୍ମୁ କାଶ୍ମୀର ସୋପିଆନ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏଥିରେ ଜଣେ ଆତଙ୍କୀ ଟଳି ପଡିଥିବାର ସୂଚନା ମିଳିଛି । ଅଧିକ ପଢନ୍ତୁ...

Shopian Encounter ; ଜଣେ ଆତଙ୍କୀ ନିପାତ, ସର୍ଚ୍ଚ ଅପରେସନ ଜାରି

author img

By

Published : Sep 23, 2021, 7:01 AM IST

ଶ୍ରୀନଗର: ପୁଣି ସୀମାରେ ଗୁଳି ବନିମୟ । ଜମ୍ମୁ କାଶ୍ମୀର ସୋପିଆନ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏଥିରେ ଜଣେ ଆତଙ୍କୀ ଟଳି ପଡିଥିବାର ସୂଚନା ମିଳିଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଅନୁସାରେ, ଜମ୍ମୁ କାଶ୍ମୀର ସୋପିଆନ ଜିଲ୍ଲାର କଶୁଚିତ୍ରାଗ୍ରାମରେ ଆତଙ୍କବାଦୀ ରହିଥିବା ନେଇ ସେନାକୁ ଖବର ମିଳିଥିଲା ।

ପରେ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ପ୍ରଥମେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରିନେଇଥିଲା ସେନା । ପ୍ରଥମେ ଆତଙ୍କୀମାନେ ସୁରକ୍ଷା ବାହିନୀକୁ ଗୁଳି ବର୍ଷଣ କରୁଥିବା ବେଳେ ସେନା ମଧ୍ୟ ଏହାର ପ୍ରତି ଜବାବ ଦେଇଛି । ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ଏହାସହ ଏବେବି ଆତଙ୍କୀଙ୍କୁ ନିପାତ କରିବା ପାଇଁ ସେନା ପକ୍ଷରୁ ଅପରେସନ ଜାରି ରହିଛି । ଦିନକୁ ଦିନ ସୀମାରେ ଆତଙ୍କୀଙ୍କ ଉତ୍ପାତ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.