ଶ୍ରୀନଗର: ପୁଣି ଅଶାନ୍ତ ସୀମା । ଜମ୍ମୁ କାଶ୍ମୀରର ପୁଲଓ୍ବାମା ଜିଲ୍ଲାରେ ଖାରେଓ୍ବ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଜଣ ଆତଙ୍କୀ ନିପାତ ହୋଇଛି । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏବେବି କୁମ୍ବିଂ ମଧ୍ୟ ଜାରି ରହିଛି ।
ସୂଚନା ଅନୁସାରେ, ପୁଲଓ୍ବାମାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା । ପରେ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ପ୍ରଥମେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରିନେଇ କୁମ୍ବିଂ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ । ଆତଙ୍କୀମାନେ ସୁରକ୍ଷା ବାହିନୀକୁ ଗୁଳି ବର୍ଷଣ କରୁଥିବା ବେଳେ ସେନା ମଧ୍ୟ ଏହାର ପ୍ରତି ଜବାବ ଦେଉଛି । ସେନାର ଗୁଳିରେ ଦୁଇ ଜଣ ଆତଙ୍କୀ ନିପାତ ହୋଇଛନ୍ତି । ଆତଙ୍କୀଙ୍କୁ ସଫା କରିବା ପାଇଁ ଏବେବି କୁମ୍ବିଂ ଜାରି ରହିଛି ।
ସେପଟେ, ଗୁରୁବାର ସଂନ୍ଧ୍ୟାରେ ମାଓବାଦୀମାନେ ଶ୍ରୀନଗରର ସରାଫ କାଦଲ ସ୍ଥିତ ପୋଲିସ ଏବଂ ସିଆରପିଏଫ ଯାଞ୍ଚ ପଏଣ୍ଟରେ ଗ୍ରେନେଡ ଫିଙ୍ଗି ଥିଲେ । ଏଥିରେ ଦୁଇ ପୋଲିସ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ