ଶ୍ରୀନଗର: ଘାଟିରେ ଏନକାଉଣ୍ଟର ଥମିବାର ନାଁ ନେଉନାହିଁ । ଆଜି (ଶନିବାର) ଅପରାହ୍ନରେ ପୁଲଓ୍ବାମା ଜିଲ୍ଲାର ଦ୍ରାବଗାମ ଏରିଆରେ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି । ଜଣେ ଆତଙ୍କୀ ନିପାତ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଏବେ ମଧ୍ୟ ଗୁଳି ବନିମୟ ଜାରି ରହିଛି । ନିହତ ଆତଙ୍କବାଦୀର ପରିଚୟ ସ୍ପଷ୍ଟ କରିନି ପୋଲିସ ।
-
#PulwamaEncounterUpdate: 01 #terrorist killed. #Operation going on. Further details shall follow.@JmuKmrPolice https://t.co/mJZKlLYwgD
— Kashmir Zone Police (@KashmirPolice) June 11, 2022 " class="align-text-top noRightClick twitterSection" data="
">#PulwamaEncounterUpdate: 01 #terrorist killed. #Operation going on. Further details shall follow.@JmuKmrPolice https://t.co/mJZKlLYwgD
— Kashmir Zone Police (@KashmirPolice) June 11, 2022#PulwamaEncounterUpdate: 01 #terrorist killed. #Operation going on. Further details shall follow.@JmuKmrPolice https://t.co/mJZKlLYwgD
— Kashmir Zone Police (@KashmirPolice) June 11, 2022
ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ କଡାକଡି କରିଥିଲା ସୁରକ୍ଷା ବଳ । ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ଗୁଳି ବନିମୟ ଆରମ୍ଭ ହୋଇଥିଲା ।ତେବେ ଘାଟିରେ ସେନା ଲଗାତର ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ କ୍ରମାଗତ ସଫଳତା ମଧ୍ୟ ପାଇବାରେ ଲାଗିଛି । ଗତ 2 ସପ୍ତାହ ମଧ୍ୟରେ ପ୍ରାୟ 10ରୁ ଉର୍ଦ୍ଧ୍ବ ହାର୍ଡକୋର ଆତଙ୍କୀଙ୍କୁ ନିପାତ କରିବା ସହ କିଛି ସକ୍ରିୟ ଆତଙ୍କବାଦୀଙ୍କୁ ଗିରଫ ମଧ୍ୟ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ