ETV Bharat / bharat

କାଶ୍ମୀରରେ ଏନକାଉଣ୍ଟର, ୩ ଆତଙ୍କୀ ସଫା

author img

By

Published : Jan 7, 2022, 8:48 AM IST

Updated : Jan 7, 2022, 9:16 AM IST

କାଶ୍ମୀର ବଡଗାମ ଜିଲ୍ଲାର ଜାଲୋସା ଗାଁରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । ଅଧିକ ପଢନ୍ତୁ

ସୁରକ୍ଷା ବାହିନୀ ଗୁଳିରେ ଜଣେ ଆତଙ୍କୀ ସଫା
ସୁରକ୍ଷା ବାହିନୀ ଗୁଳିରେ ଜଣେ ଆତଙ୍କୀ ସଫା

ଶ୍ରୀନଗର: କାଶ୍ମୀରରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । ବଡଗାମ ଜିଲ୍ଲା ଜାଲୋସା ଗାଁରେ ଗୁଳିବନିମୟ ଆରମ୍ଭ ହୋଇଛି । ଏଥିରେ ୩ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଅଞ୍ଚଳରେ ଆତଙ୍କୀ ଲୁଚିଥିବା ନେଇ ଖବର ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୋଲିସ, ଆର୍ମି ଏବଂ CRPFର ମିଳିତ ଟିମ୍ । ଏହି ସମୟରେ ଲୁଚି ରହିଥିବା ଆତଙ୍କୀ ସୁରକ୍ଷାବାହିନୀଙ୍କ ଉପରେ ଗୁଳିମାଡ କରିବାରୁ ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ ।

2022 ର ପ୍ରଥମ ସପ୍ତାହରେ, ଦକ୍ଷିଣ କାଶ୍ମୀରର ପୁଲୱାମା ଏବଂ କୁଲଗାମ ଜିଲ୍ଲାରେ ଗୁଳି ବିନିମୟରେ ପାଞ୍ଚ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜଧାନୀ ଶ୍ରୀନଗରରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ କୁପାୱାଡା ଏବଂ ଜମ୍ମୁରେ ଦୁଇ ଜଣ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି।

Last Updated : Jan 7, 2022, 9:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.