ETV Bharat / bharat

ସ୍ବାଧୀନତା ଦିବସ ପୂର୍ବରୁ କାଶ୍ମୀରରେ ଏନକାଉଣ୍ଟର, ଜଣେ ସୁରକ୍ଷାକର୍ମୀ ଆହତ

author img

By

Published : Aug 14, 2022, 10:31 PM IST

ସ୍ବାଧୀନତା ଦିବସର ପୂର୍ବଦିନ ଘାଟିରେ ଏନକାଉଣ୍ଟର ଜାରି । ଜଣେ ସୁରକ୍ଷାକର୍ମୀ ଓ ଜଣେ ଆତଙ୍କୀ ଆହତ ସୂଚନା । ଏବେ ମଧ୍ୟ ଜାରି ରହିଛି ଗୁଳି ବିନିମୟ । ଅଧିକ ପଢନ୍ତୁ

ସ୍ବାଧୀନତା ଦିବସ ପୂର୍ବରୁ କାଶ୍ମୀରରେ ଏନକାଉଣ୍ଟର, ଜଣେ ସୁରକ୍ଷାକର୍ମୀ ଓ ଜଣେ ଆତଙ୍କୀ ଆହତ

ଶ୍ରୀନଗର: ଆସନ୍ତାକାଲି ଦେଶ 76ତମ ସ୍ବାଧୀନତା ଦିବସ ପାଳନ କରିବାକୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଘାଟିରେ ଆରମ୍ଭ ହୋଇଛି ଏନକାଉଣ୍ଟର । ଶ୍ରୀନଗର ଉପକଣ୍ଠ ନୋହଟାରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଇନପୁଟ ସୂଚନା ମିଳିବା ପରେ ପ୍ରଥମେ ସର୍ଚ୍ଚ ଅପରେସନ ଓ ପରେ ଏନକାଉଣ୍ଟର ଜାରି ରହିଛି । ସ୍ଥାନୀୟ ପୋଲିସ ଓ ସିଆରପିଏଫର ମିଳିତ ଟିମ ଏହି ଏନକାଣ୍ଟର ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଜଣେ ସୁରକ୍ଷାକର୍ମୀ ଓ ଜଣେ ଆତଙ୍କବାଦୀ ଆହତ ହୋଇଥିବାର ସୂଚନା ମିଳିଛି ।

ଆହତ ହୋଇଥିବା ସୁରକ୍ଷାକର୍ମୀଙ୍କ ନାମ କ୍ୟାପଟେନ ସର୍ଫରାଜ ଅହମ୍ମଦ ବୋଲି ସ୍ପଷ୍ଟ ହୋଇଛି । ଗୁଳି ଲାଗିବା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ଆହତ ହୋଇଥିବା ଆତଙ୍କୀ ସମ୍ପର୍କରେ ପୋଲିସ ସ୍ପଷ୍ଟ କରିନାହିଁ । ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି । ଏକାଧିକ ଆତଙ୍କୀ ଉକ୍ତ ସ୍ଥାନରେ ଆତ୍ମଗୋପନ କରିଥିବା ସନ୍ଦେହରେ ଏନକାଉଣ୍ଟର ଜାରି ରହିଛି । ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି ସୁରକ୍ଷାବଳର ଯବାନ ।

ଆସନ୍ତାକାଲି 76ତମ ସ୍ବାଧୀନତା ଦିବସ ପାଳନ ବେଳେ ସମ୍ଭାବ୍ୟ ଆତଙ୍କୀ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଶ୍ରୀନଗର ସମେତ ଘାଟିର ବିଭିନ୍ନ ସମ୍ବେଦଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗୁଇନ୍ଦା ବଭାଗକୁ ମଧ୍ୟ ସକ୍ରିୟ କରାଯିବା ସହ କୌଣସି ସ୍ଥାନରେ ସନ୍ଦେହଜନକ ଗତିବିଧି ନେଇ ସୂଚନା ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁରକ୍ଷାବଳ ସମସ୍ତ ପ୍ରସ୍ତୁତି ଶେଷ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.