ETV Bharat / bharat

Shopian Encounter: ସେନା ଗୁଳିଲେ ଜଣେ ଆତଙ୍କୀ ସଫା, ଅପରେସନ ଜାରି

ଜମ୍ମୁ କାଶ୍ମୀର ସୋପିଆନରେ ଏନକାଉଣ୍ଟର ହୋଇଛି । ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବଳ । ଅଧିକ ପଢନ୍ତୁ

Encounter started in Shopian
ସେନା-ଆତଙ୍କବାଦୀ ମଧ୍ୟ ଗୁଳି ବିନିମୟ ଜାରି
author img

By

Published : Oct 2, 2022, 11:03 AM IST

Updated : Oct 2, 2022, 1:32 PM IST

ଶ୍ରୀନଗର: ଡବଲ ଏନକାଉଣ୍ଟର ଗୋଟିଏ ଦିନ ପରେ ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀରର ସୋପିଆନର ବାସକୁଚାନ ଇମାମସାହିବରେ ଏନକାଉଣ୍ଟର ହୋଇଛି । ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିିନିମୟ ହୋଇଥିଲା । ଏଥିରେ ଜଣେ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବଳ । ଏବେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛି ସୁରକ୍ଷାବାହିନୀ । ପୋଲିସ ଓ ସୁରକ୍ଷାବାହିନୀଙ୍କ ମିଳିତ ଅପରେସନ ଜାରି ରହିିଛି । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ ସୁରକ୍ଷାବଳର ଯବାନଙ୍କ ମିଳିତ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ 3 ଘଣ୍ଟା ଗୁଳି ବିନିମୟ ହୋଇଥିଲା । ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ଆତ୍ମଗୋପନ କରିଥିବା ଆତଙ୍କୀଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା ବଳର ଯବାନ । ସେନା, ସିଆରପିଏଫ ଓ ପୋଲିସର ମିଳିତ ଅପରେସନ ସଫଳ ହୋଇଛି । ଜଣେ ଆତଙ୍କୀ ନିପାତ ହୋଇଛି । ନିପାତ ଆତଙ୍କୀ ହେଲା ନାଓପୋରାର ନାଶିର ଅହମ୍ମଦ ଭଟ୍ଟ । ସେ ଲସ୍କର ଆତଙ୍କୀ ସଂଗଠନର ହୋଇଥିବା ଜଣାପଡିଛି ।

ଏହା ବି ପଢନ୍ତୁ...ରାଜଧାନୀରେ ନାବାଳକକୁ ଗଣଦୁଷ୍କର୍ମ, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୀଡିତ

ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘‘ଆଣ୍ଟି ଟେରର ଅପରେସନ’’କୁ ଜୋରଦାର କରିଛି ।

ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । ସେପ୍ଟେମ୍ବର 30 ତାରିଖରେ ଦକ୍ଷିଣ କାଶ୍ମୀରରେ ଡବଲ ଏନକାଉଣ୍ଟର ହୋଇଥିଲା । ସୋପିଆନ ଜିଲ୍ଲା ଚିତ୍ରାଗାମ ଓ ବାରମୁଲ୍ଲା ଜିଲ୍ଲା ପାଟ୍ଟନର ୟାଦିପୋରାରେ ଏନକାଉଣ୍ଟର ହୋଇଥିଲା । ବାରମୁଲ୍ଲାରେ ହୋଇଥିବା ଏନକାଉଣ୍ଟରରେ 2ଆତଙ୍କୀକୁ ସଫା କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଆତଙ୍କୀଙ୍କ ଉପସ୍ଥିତି ନେଇ ସୁରକ୍ଷାବାହିନୀ ବିଶେଷ ସୁତ୍ରରୁ ଖବର ପାଇବା ପରେ ସର୍ଚ୍ଚ ଅପରେସନ ଚଳାଇଥିଲା । 2 ଆତଙ୍କୀକୁ ସଫା କରିବା ସହିତ ଏକ 47, ଅସ୍ତ୍ରଶସ୍ତ୍ର ଜବତ କରିଥିଲା ।

ସେପ୍ଟେମ୍ବର ୫ ତାରିଖରେ ସୋପିଆନ ଜିଲ୍ଲାରେ ଆଉ ଏକ ଏନକାଉଣ୍ଟର ହୋଇଥିଲା । ସେହିପରି ସେପ୍ଟେମ୍ବର ୭ ତାରିଖରେ ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଦୁଇ ଆତଙ୍କୀ ନିପାତ ହୋଇଥିଲେ । ନିକଟରେ ସେପ୍ଟେମ୍ବର 26ରେ କୁଲଗାମ୍‌ ଜିଲ୍ଲାରେ ଏନକାଉଣ୍ଟରରେ 3 ଆତଙ୍କବାଦୀ ନିପାତ ହୋଇଥିଲା । ଭାରତୀୟ ସୀମା ଭିତରକୁ ପ୍ରବେଶ କରିବା ଯୋଜନାକୁ ପଣ୍ଡ କରିଥିଲେ ସୁରକ୍ଷାବାହିନୀ । ସେହିପରି ସେପ୍ଟେମ୍ବର 25ରେ କୁପୱାରାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ନିପାତ ହୋଇଥିଲେ ।

Last Updated : Oct 2, 2022, 1:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.