ଶ୍ରୀନଗର: ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ସୋପିଆନର ମୁଞ୍ଜ ମାର୍ଗ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ( Encounter in Shopian ) । ଏଥିରେ 3 ଆତଙ୍କୀକୁ ନିପାତ କରିଛି ସେନା । ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୁତ୍ରରୁ ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଏନେଇ ଜମ୍ମୁ କାଶ୍ମୀର ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଦୀର୍ଘ 2 ଘଣ୍ଟାରୁ ଅଧିକ ସମୟର ହେବ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା ।
-
#ShopianEncounterUpdate: 03 #terrorists linked with proscribed #terror outfit LeT killed. Identification being ascertained. Further details shall follow.@JmuKmrPolice https://t.co/KW682mVBSO
— Kashmir Zone Police (@KashmirPolice) December 20, 2022 " class="align-text-top noRightClick twitterSection" data="
">#ShopianEncounterUpdate: 03 #terrorists linked with proscribed #terror outfit LeT killed. Identification being ascertained. Further details shall follow.@JmuKmrPolice https://t.co/KW682mVBSO
— Kashmir Zone Police (@KashmirPolice) December 20, 2022#ShopianEncounterUpdate: 03 #terrorists linked with proscribed #terror outfit LeT killed. Identification being ascertained. Further details shall follow.@JmuKmrPolice https://t.co/KW682mVBSO
— Kashmir Zone Police (@KashmirPolice) December 20, 2022
ମିଳିଥିବା ସୂଚନା ଅନୁୟାୟୀ, ମୁଞ୍ଜ ମାର୍ଗ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ସୁରକ୍ଷାବାହୀନି । ଏହା ପରେ ଫୋର୍ସ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ସେନାର 44 ରାଷ୍ଟ୍ରିୟ ରାଇଫଲ୍ସ (Rashtriya Rifles) ଏବଂ ଜମ୍ମୁ କାଶ୍ମୀର ପୋଲିସ ମିଳିତ ଭାବେ ଉକ୍ତ ସ୍ଥାନକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଦୀର୍ଘ 2 ଘଣ୍ଟାରୁ ଅଧିକ ସମୟ ହେବ ଗୁଳିବିନିମୟ ଜାରି ରହିଥିଲା । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ନିପାତ ଆତଙ୍କୀଙ୍କ ମଧ୍ୟରୁ 2 ଜଣଙ୍କ ପରିଚୟ ମିିଳିଛି । ଲତିଫ ଲୋନ ଯିଏକି ଜଣେ କାଶ୍ମୀର ପଣ୍ଡିତଙ୍କ ହ୍ୟାତରେ ସମ୍ପୃକ୍ତ ଥିଲା । ଉମର ନାଜିର ଯିଏକି ତିଲ ବାହାହୂର ଥାପାଙ୍କ ହତ୍ୟାରେ ଜଡିତ ଥିବା କାଶ୍ମୀର ଏଡିଜିପି ସୂଚନା ଦେଇଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ଏକେ 47 ରାଇଫଲ, 2ଟି ପିସ୍ତଲ ଜବତ ହୋଇଛି ।
ଗତକାଲି (ସୋମବାର) ପୋଲିସ ଓ ସେନାର ମିଳିତ ଅଭିଯାନରେ ଜମ୍ମୁ କାଶ୍ମୀର ବାରମୂଳାରୁ ଲସ୍କର-ଏ-ତୋଏବାର ଜଣେ ଆତଙ୍ଗବାତୀ ମହମ୍ମଦ ଇସାକ ଲୋନକୁ ଗିରଫ କରାଯାଇଛି । ଏହା ଆତଙ୍କୀ ନିକଟରୁ ଏକ ଆଇଡି, ଏକ ପିସ୍ତଲ ମାଗାଜିନ, 18 ରାଉଣ୍ଡ ଗୁଳି ଜବତ ହୋଇଛି । ଆତଙ୍କୀ ବିରୋଧରେ ୟୁଏପିଏ ଆଇନ, ବିସ୍ପୋରକ ସାମଗ୍ରୀ ଆଇନ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଅନଯାୟୀ ମାମଲା ରୁଜୁ ହୋଇଛି ।
ଏହା ବି ପଢନ୍ତୁ...Tawang faceoff: ସଂସଦରେ ବୈଦେଶିକ ମନ୍ତ୍ରୀଙ୍କ କଡା ଜବାବ, ସେନାକୁ ସମ୍ମାନ ଦିଅ
ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘ଆଣ୍ଟି ଟେରର ଅପରେସନ’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । କେତେବେଳେ ଆତଙ୍କୀଙ୍କୁ ନିପାତ ତ କେବେ ସେମାନଙ୍କୁ ଗିରଫ କରିବାରେ ସଫଳତା ହୋଇଛି ସୁରକ୍ଷାବଳ । ସୂଚନା ଅନୁସାରେ ଶେଷ ଥର ପାଇଁ ନଭେମ୍ବର 11ତାରିଖରେ ଜମ୍ମ କାଶ୍ମୀର ସୋପିଆନର କାପରେନରେ ଏନକାଉଣ୍ଟର ହୋଇଥିଲା ।
ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥରେ ଜଣେ ଆତଙ୍କୀକୁ ନିପାତ କରିଥିଲା ସେନା । ଏହାର ପୂର୍ବରୁ ନଭେମ୍ବର 1 ତାରିଖ ମଧ୍ୟ ଏକ ଏକକାଉଣ୍ଟର ହୋଇଥିଲା । ଏଥିରେ 4 ଆତଙ୍କୀଙ୍କୁ ସଫା କରିଥିଲା ସେନା । ଚଳିତ ବର୍ଷ ସୀମାରେ 50ରୁ ଅଧିକ ଥର ଏନକାଉଣ୍ଟର ହୋଇଛି । ଏଥିରେ ପ୍ରାୟ 176 ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସେନା । ଏଥିରୁ ୫୦ ବିଦେଶୀ ଆତଙ୍କୀ ଥିବା ବେଳେ ଆଉ ୧୨୬ ସ୍ଥାନୀୟ ଆତଙ୍କୀ ଅଛନ୍ତି ।