ଶ୍ରୀନଗର: ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ସୋପିଆନର କାପରେନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦାରୁ ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାକର୍ମୀ । ଏନେଇ ଜମ୍ମୁ କାଶ୍ମୀର ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । ଦୀର୍ଘ 1 ଘଣ୍ଟା ଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥରେ ଜଣେ ଆତଙ୍କୀକୁ ନିପାତ କରିଛି ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ ଜାରିଥିବା କହିଛନ୍ତି ଏଡିଜିପି ।
-
#Encounter has started at Kapren area of #Shopian. Police and Army are on the job. Further details shall follow.@JmuKmrPolice
— Kashmir Zone Police (@KashmirPolice) November 11, 2022 " class="align-text-top noRightClick twitterSection" data="
">#Encounter has started at Kapren area of #Shopian. Police and Army are on the job. Further details shall follow.@JmuKmrPolice
— Kashmir Zone Police (@KashmirPolice) November 11, 2022#Encounter has started at Kapren area of #Shopian. Police and Army are on the job. Further details shall follow.@JmuKmrPolice
— Kashmir Zone Police (@KashmirPolice) November 11, 2022
ମିଳିଥିବା ସୂଚନା ଅନୁୟାୟୀ, କାପରେନ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ସୁରକ୍ଷାବାହୀନି । ଏହା ପରେ ଫୋର୍ସ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସେନାର 44 ରାଷ୍ଟ୍ରିୟ ରାଇଫଲ୍ସ (Rashtriya Rifles) ଏବଂ ଜମ୍ମୁ କାଶ୍ମୀର ପୋଲିସ ମିଳିତ ଭାବେ ଉକ୍ତ ସ୍ଥାନକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଦୀର୍ଘ 1ଘଣ୍ଟାର ଗୁଳିବିନମୟ ପରେ ଜୈସ ଏ ମହମ୍ମଦର ଜଣେ ଆତଙ୍କୀ କାମରାନକୁ ନିପାତ କରିଛି ସୁରକ୍ଷାବାହିନୀ । ସେ କୁଲଗାମ ଓ ସୋପିଆନ ଅଞ୍ଚଳରେ ସକ୍ରିୟ ଥିଲା । ତାଠୁ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
-
One FT of JeM #terror outfit killed, identified as Kamran Bhai @ Hanees who was active in #Kulgam-#Shopian area. Search is still going on: ADGP Kashmir@JmuKmrPolice https://t.co/v8P0CFkUrp
— Kashmir Zone Police (@KashmirPolice) November 11, 2022 " class="align-text-top noRightClick twitterSection" data="
">One FT of JeM #terror outfit killed, identified as Kamran Bhai @ Hanees who was active in #Kulgam-#Shopian area. Search is still going on: ADGP Kashmir@JmuKmrPolice https://t.co/v8P0CFkUrp
— Kashmir Zone Police (@KashmirPolice) November 11, 2022One FT of JeM #terror outfit killed, identified as Kamran Bhai @ Hanees who was active in #Kulgam-#Shopian area. Search is still going on: ADGP Kashmir@JmuKmrPolice https://t.co/v8P0CFkUrp
— Kashmir Zone Police (@KashmirPolice) November 11, 2022
ଏହା ବି ପଢନ୍ତୁ...ମଦୁରାଇର ବାଣ କାରଖାନାରେ ବିସ୍ଫୋରଣ: 5ମୃତ, ଏକାଧିକ ଆହତ
ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘ଆଣ୍ଟି ଟେରର ଅପରେସନ’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । କେତେବେଳେ ଆତଙ୍କୀଙ୍କୁ ନିପାତ ତ କେବେ ସେମାନଙ୍କୁ ଗିରଫ କରିବାରେ ସୁରକ୍ଷାବଳକୁ ସଫଳତା ମିଳିଛି । ଶେଷ ଥର ପାଇଁ ନଭେମ୍ବର 1ତାରିଖରେ ଜମ୍ମ କାଶ୍ମୀର ଏକାଧୀକ ସ୍ଥାନରେ ଏନକାଉଣ୍ଟର ହୋଇଥିଲା ।
ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥରେ 4 ଆତଙ୍କୀକୁ ନିପାତ କରିଥିଲା ସେନା । ଏହାର ପୂର୍ବରୁ ଅକ୍ଟୋବର 27ରେ କୁଲଗାମରେ ଏନକାଉଣ୍ଟର ହୋଇଥିଲା ସେଥିରେ ଜଣେ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଥିଲା ସେନା । ଚଳିତ ବର୍ଷ ସୀମାରେ 40ରୁ ଅଧିକ ଥର ଏନକାଉଣ୍ଟର ହେଲାଣି ଏଥିରେ ପ୍ରାୟ 120ରୁ ଅଧିକ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସେନା ।