ETV Bharat / bharat

ରଜୌରୀରେ ଏନକାଉଣ୍ଟର, ଜଣେ ସୁରକ୍ଷାକର୍ମୀ ଆହତ

ପୁଣି ସୀମାରେ ଗୁଳି ବିନିମୟ । ଜମ୍ମୁ କାଶ୍ମୀର ରଜୌରୀର ଥାନାମଣ୍ତିରେ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏନକାଉଣ୍ଟରରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

Encounter breaks out in Thanamandi area of Rajouri district
ରଜୌରୀରେ ଏନକାଉଣ୍ଟର ଜାରି, ସୁରକ୍ଷାକର୍ମୀ ଆହତ
author img

By

Published : Aug 19, 2021, 11:57 AM IST

Updated : Aug 19, 2021, 1:42 PM IST

ଶ୍ରୀନଗର: ପୁଣି ସୀମାରେ ଗୁଳି ବନିମୟ । ଜମ୍ମୁ କାଶ୍ମୀର ରଜୌରୀ ଜିଲ୍ଲାର ଥାନାମଣ୍ତିରେ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏଥିରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଏନେଇ ରଜୌରୀ ଏସପି ସୀମାନବି କଶାବ ସୂଚନା ଦେଇଛନ୍ତି । ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ, ଥାନା ମଣ୍ତିରେ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା । ପରେ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ପ୍ରଥମେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରିନେଇ କୁମ୍ବିଂ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ । ଆତଙ୍କୀମାନେ ସୁରକ୍ଷା ବାହିନୀକୁ ଗୁଳି ବର୍ଷଣ କରୁଥିବା ବେଳେ ସେନା ମଧ୍ୟ ଏହାର ପ୍ରତି ଜବାବ ଦେଉଛି । ଏବେବି ଆତଙ୍କୀଙ୍କୁ ସଫା କରିବା ପାଇଁ କୁମ୍ବିଂ ଜାରି ରହିଛି ।

ପ୍ରକାଶ ଥାଉକି ଲଗାତାର କିଛି ଦିନ ହେବ ଆତଙ୍କୀଙ୍କ ଉତ୍ପାତ ଦିନକୁ ଦିନ LOCରେ ବଢିବାରେ ଲାଗିଛି । ଗତ ଅଗଷ୍ଟ ୬ ତାରିଖରେ ଏଠାରେ ପୋଲିସ ଗୁଳିରେ ୨ ଆତଙ୍କୀ ସଫା ହୋଇଥିଲେ ।

Last Updated : Aug 19, 2021, 1:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.