ଶ୍ରୀନଗର: ସୀମାରେ ପୁଣି ହୋଇଛି ଗୁଳିବର୍ଷଣ । ପୁଣି ପ୍ରକମ୍ପିତ ହେଉଛି ଶ୍ରୀନଗର ସୀମା । ମଙ୍ଗଳବାର ଜମ୍ମୁକାଶ୍ମୀରର ଶ୍ରୀନଗର ଜିଲ୍ଲା ଉମରାବାଦ ଉପକଣ୍ଠରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି ।
ତେବେ ଏହି ଏନକାଉଣ୍ଟର ଜିଲ୍ଲାର ହୋକରସାର ଅଞ୍ଚଳରେ ଘଟିଥିବାବେଳେ ଏଯାବତ୍ କେହି ମୃତାହତ ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ