ETV Bharat / bharat

Encounter: ସୋପୋରରେ ଏନକାଉଣ୍ଟର, ଜଣେ ଆତଙ୍କୀ ସଫା - ସୁରକ୍ଷାବାହିନୀ ଙ୍କୁ ସଫଳତା

ଜମ୍ମୁ କାଶ୍ମୀର ସୋପୋରରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ସୋମବାର ରାତିରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଆତଙ୍କୀକୁ ସଫା କରିଛି ସୁରକ୍ଷାବାହିନୀ । ଅଧିକ ପଢନ୍ତୁ...

Sopore Encounter, ଜଣେ ଆତଙ୍କୀ ସଫା
Sopore Encounter, ଜଣେ ଆତଙ୍କୀ ସଫା
author img

By

Published : Aug 24, 2021, 8:15 AM IST

Updated : Aug 24, 2021, 8:27 AM IST

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ସୋପୋରରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ସୋମବାର ରାତିରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ଆତଙ୍କୀକୁ ସଫା କରିଛି ସୁରକ୍ଷାବାହିନୀ । ଏବେବି ଗୁଳି ବିନିମୟ ଜାରି ଜରିବା ସହ ସର୍ଚ୍ଚ ଅପରେସନ କରୁଛି ଭାରତୀୟ ସେନା ।

ସୋପୋରରେ ଏନକାଉଣ୍ଟର, ଜଣେ ଆତଙ୍କୀ ସଫା

ସେହିପରି ଗତକାଲି ଶ୍ରୀନଗରରେ ପୋଲିସ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ TRFର ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ନିହତ ଦୁଇ ଆତଙ୍କବାଦୀ ହେଲେ ଲସ୍କର-ଏ-ତୋଏବାର ଟପ କମାଣ୍ଡର ଆବାସ ଶେଖ ଓ ତାର ସାଥୀ ସାକିବ ମନଜୁର ।

ପୋଲିସର ସୂଚନାଅନୁସାରେ, ଆଲୋଚିବାଗରେ ଆତଙ୍କୀ ଲୁଚି ଥିବା ନେଇ ଖବର ପାଇଥିଲା ପୋଲିସ । ଏହା ପରେ କାଶ୍ମୀର ଆଇଜି ଓ ସେଣ୍ଟ୍ରାଲ ଡିଆଇଜିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ବିଭିନ୍ନ ସ୍ଥାନକୁ ପୋଲିସ ତା ଟିମକୁ ପଠାଇଥିଲା । ଚଢାଉ ସମୟରେ ଲୁଚି ରହିଥିବା ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବାକୁ ସୁଯୋଗ ଦିଆଯାଇଥିଲା । ହେଲେ ସେମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ।

ସୁରକ୍ଷାବାହିନୀର ପାଲଟା ଜବାବରେ ଦୁଇ ଆତଙ୍କୀ ନିପାତ ହୋଇଥିଲେ । ଏହି ଦୁଇ ଆତଙ୍କୀ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ପୋଲିସ କହିଛି । ଗତବର୍ଷ ଆଇନଜୀବୀ ବାବର କ୍ବାଦରିଙ୍କ ହତ୍ୟା ମାମଲାରେ ସାମିଲ ଥିଲା ସାକିବ ମନଜୁର ।

ପୋଲିସ ଟିମର ଏହି ସଫଳତା ପାଇଁ ଆଇଜିପି ବିଜୟ କୁମାର ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିନା କ୍ଷତିରେ ଏହି ଏକ ବଡ ସଫଳତା ବୋଲି କହିଛନ୍ତି ଆଇଜିପି । ଚଳିତ ବର୍ଷ ୯୦ରୁ ଅଧିକ ଆତଙ୍କୀଙ୍କୁ ନିପାତ କରି ସାରିଛି ସୁରକ୍ଷାବାହିନୀ ଯାହା ଏକ ବଡ ସଫଳତା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Aug 24, 2021, 8:27 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.