ETV Bharat / bharat

Shopian Encounter: ୨ ସୁରକ୍ଷାକର୍ମୀ ଶହୀଦ, ଜଣେ ଆତଙ୍କୀ ନିପାତ

ସୋପିଆନର ଜେନାପୁର ଚେରମର୍ଗରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର । ଆତଙ୍କୀ ଗୁଳିରେ ୨ଜଣ ସୁରକ୍ଷାକର୍ମୀଙ୍କ ଶହୀଦ ହୋଇଥିବା ବେଳେ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Shopian Encounter  : ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି

author img

By

Published : Feb 19, 2022, 8:57 AM IST

Updated : Feb 19, 2022, 1:16 PM IST

ଶ୍ରୀନଗର: ସୋପିଆନ ଏନକାଉଣ୍ଟରରେ ୨ଜଣ ସୁରକ୍ଷାକର୍ମୀଙ୍କ ଶହୀଦ ହୋଇଥିବା ବେଳେ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ୨ ସୁରକ୍ଷାକର୍ମୀ ହେଉଛନ୍ତି ୧ RRର ସନ୍ତୋଷ ଯାଦବ ଏବଂ ରୋମିଟ୍ ଚୌହାନ। ଆଜି ସକାଳ ସମୟରେ ଜମ୍ମୁକଶ୍ମୀର ସୋପିଆନ ଜିଲ୍ଲା ଜେନାପୁର ଚେରମର୍ଗରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ପ୍ରଥମେ ଜଣେ ଆତଙ୍କୀ ନିପାତ ହୋଇଥିବା ବେଳେ 2 ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି ।

ସୂଚନାନୁାସାରେ, ଚେରମର୍ଗରେ ଆତଙ୍କୀ ଲୁଚିଥିବା ନେଇ ଏକ ବିଶେଷସୁତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ପ୍ରଥମେ ସେନା ଗୁଳିର ଜଣେ ଆତଙ୍କୀର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିଲେ ଆତଙ୍କୀ । ନିହତ ଆତଙ୍କୀର ପରିଚୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଇଛି ।

@ANI

Last Updated : Feb 19, 2022, 1:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.