ETV Bharat / bharat

Pulwama Encounter: ସୁରକ୍ଷାକର୍ମୀଙ୍କ ଗୁଳିଲେ ୨ ଆତଙ୍କୀ ସଫା - ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର

ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ପୁଲୱାମା ଅଞ୍ଚଳରେ ନୈନା ବଟପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨ ଆତଙ୍କୀଙ୍କୁ ନିହତ କରିଛି ସେନା । ଅଧିକ ପଢନ୍ତୁ

ପୁଲୱାମାରେ ସୁରକ୍ଷାକର୍ମୀ- ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

author img

By

Published : Mar 10, 2022, 11:37 AM IST

Updated : Mar 10, 2022, 4:59 PM IST

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ପୁଲୱାମା ଅଞ୍ଚଳରେ ନୈନା ବଟପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କୀ ନିପାତ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛନ୍ତି ସୁରକ୍ଷାବାହିନୀ । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିିଛି ।

ଘଟଣାସ୍ଥଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ଖବର ପାଇଥିଲା ସୁରକ୍ଷାକର୍ମୀ । ଏହା ପରେ ସଦଳବଳେ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଚଳାଇଥିଲା । ନିହତ ଦୁଇ ଆତଙ୍କୀ ଲସ୍କର ଏ ତୋଏବାର ବୋଲି ସ୍ପଷ୍ଟ ହୋଇଛି । ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରିଛି ସୁରକ୍ଷାବାହିନୀ ।

ଶ୍ରୀନଗର ପୋଲିସ ହାଜରାବାଲ ଅଞ୍ଚଳରେ ଶ୍ରୀନଗର ପୋଲିସ ଜଣେ ଆତଙ୍କୀଙ୍କୁ ସଫା କରିଛି । ଏ ନେଇ ସୂଚନା ଦେଇଛନ୍ତି କାଶ୍ମୀର ଜୋନ ପୋଲିସ । ସେଠାରେ ଆଉ ଦୁଇ ଆତଙ୍କୀ ଉପସ୍ଥିତ ଥିବା ସୂଚନା ମିଳିଛି । ପୁଲୱାମା ଜିଲ୍ଲା ହସ୍ପିଟାଲରେ ଜଣେ ଏଟିଏମ ସକ୍ୟୁରିଟି ଗାଡଙ୍କ ଉପରେ ଗୁଳି ଚଳାଇଛନ୍ତି ।

ପ୍ରକାଶ ଥାଉ କି, ଗତ ଫେବୃଆରୀ ୨୫ରେ ସୋପିଆନରେ ସୁରକ୍ଷାକର୍ମୀଙ୍କ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସୋପିଆନ ଜିଲ୍ଲାର ଆମିସିପୋରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହେବାରୁ ୨ ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ଜମ୍ମୁକାଶ୍ମୀର ପୋଲିସ ସୂଚନା ଦେଇଥିଲା ।

@ANI

Last Updated : Mar 10, 2022, 4:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.