ETV Bharat / bharat

ଛତିଶଗଡରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, 5 ଯବାନ ଶହୀଦ

author img

By

Published : Apr 3, 2021, 4:28 PM IST

Updated : Apr 3, 2021, 7:23 PM IST

ଛତିଶଗଡରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ 5 ଯବାନ ଶହୀଦ । ଅଧିକ ପଢନ୍ତୁ....

ଛତିଶଗଡରେ ନକ୍ସଲ ଓ ସୁରକ୍ଷାକର୍ମୀ ଗୁଳିବିନିମୟ , ଜଣେ ଜବାନ ଶହୀଦ

ରାୟପୁର: ଛତିଶଗଡରେ ସିଲଗେର ଜଙ୍ଗଲରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ 5 ଜଣ ଯବାନ ଶହୀଦ ହୋଇଥିବାବେଳେ 10ରୁ ଉର୍ଦ୍ଧ୍ବ ଯବାନ ଆହତ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ଜଣେ ମହିଳା ନକ୍ସଲଙ୍କ ମୃତଦେହ ଜବତ ହୋଇଛି । ଅନ୍ୟ କିଛି ନକ୍ସଲ ମଧ୍ୟ ମୃତାହତ ହୋଇ ଥାଇପାରନ୍ତି ବୋଲି ପୋଲିସ କହିଛି । ଏନେଇ ନକ୍ସଲ ଅପରେସନ ଡିଆଇଜି ପ୍ରେସ ମିଟରେ ସୂଚନା ଦେଇଛନ୍ତି ।

ଛତିଶଗଡରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳିବିନିମୟ, 5 ଯବାନ ଶହୀଦ

ମିଳିଥିବା ସୂଚନା ଅନୁସାରେ ଛତିଶଗଡର ସିଲଗେର ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରିଥିବା ସୂଚନା ମିଳିବା ପରେ ସେଠାରେ ଡିଆରଜି ଓ ସିଆରପିଏଫ ପକ୍ଷରୁ ମିଳିତ କୁମ୍ବିଂ ଅପରେଶନକୁ ଜୋରଦାର କରାଯାଇଥିଲା । ପରେ ନକ୍ସଲ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ 5 ଯବାନ ଶହୀଦ ହୋଇଛନ୍ତି । ସେହିପରି ସୁରକ୍ଷାକର୍ମୀଙ୍କ ଗୁଳିରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ । ଏଥିରେ ଅନେକ ନକ୍ସଲ ମୃତାହତ ହୋଇଥିବାବେଳେ ଜଣେ ମହିଳା ନକ୍ସଲଙ୍କ ମୃତଦେହ ଜବତ କରିଛି ପୋଲିସ । ଅନ୍ୟପଟେ ଏହି ଅପରେସନରେ 5 ଶହ ସୁରକ୍ଷାକର୍ମୀ ନିୟୋଜିତ ଥିବା ମଧ୍ୟ ପୋଲିସ କହିଛି । ଏବେ ସୁଦ୍ଧା ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଚାଲିଛି । ଛତିଶଗଡ ପୋଲିସ ମହାନିର୍ଦ୍ଦେଶ ଓ ନକ୍ସଲ ଦମନ ଅଭିଯାନର ସ୍ବତନ୍ତ୍ର ପୋଲିସ ଅଧିକାରୀମାନେ ଘଟଣା ଉପରେ ନଜର ରଖିବା ସହ ପୋଲିସ ମୁଖ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରଖିଥିବା ନ-କ୍ସଲ ଅପରେଶନ ଡିଆଇଜି ପ୍ରେସମିଟରେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 3, 2021, 7:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.