ETV Bharat / bharat

Sukma Encounter: ଏନକାଉଣ୍ଟରେ 2 ନକ୍ସଲ ନିପାତ, ମୁଣ୍ଡ ପିଛା ଥିଲା ଲକ୍ଷେ ଟଙ୍କା

author img

By ETV Bharat Odisha Team

Published : Sep 5, 2023, 3:18 PM IST

ଛତିଶଗଡ ସମୀନ୍ତ ସୁକମା ଜିଲ୍ଲା ତାଡମେଟଲା ଜଙ୍ଗଲରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ 2 ନକ୍ସଲଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସିଆରପିଏଫ ଯବାନ । ଅଧିକ ପଢନ୍ତୁ

Sukma Encounte
Encounter between jawans and Naxalites in sukma

ରାୟପୁର: ନକ୍ସଲ ଯବାନ ମୁହାଁମୁହିଁ । ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲା ତାଡମେଟଲ ଜଙ୍ଗଲରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିୟମ ହୋଇଛି । ଏଥିରେ 2ଜଣ ହାଡକୋର ନକ୍ସଲଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସିଆରପିଏଫ ଯବାନ । ଘଟଣାସ୍ଥଳରୁ ବନ୍ଧୁକ ଜବତ ହୋଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ସୁକମା ଏସପି କରଣ ଚୌହାନ ନେଇ ସୂଚନା ଦେଇଛନ୍ତି ।

2 ନକ୍ସଲଙ୍କ ମୃତଦେହ ଉଦ୍ଧାର: ଛତିଶଗଡ ସମୀନ୍ତ ସୁକମା ଜିଲ୍ଲା ତାଡମେଟଲା ଜଙ୍ଗଲରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର 2 ନକ୍ସଲ ନିପାତ ହୋଇଛନ୍ତି । ସୁକମା ଏସପି କରଣ ଚୌହାନ କହିଛନ୍ତି ଗୁଳିବିନିମୟ ପରେ ସର୍ଚ୍ଚ ଅପରେସନ ସମୟରେ 2 ପୁରୁଷ ନକ୍ସଲଙ୍କ ମୃତଦେହ ମିଳିଛି । ତାଙ୍କ ନାମ ସୋଢି ଦେବା ଓ ରବା ଦେବୀ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଦୁଇଜଣ ତାଡମେଟଲାର ହୋଇଥିବା ଜଣାପଡିଛି । ତାଙ୍କ ଉପରେ ଲକ୍ଷେ ଟଙ୍କା ଲେଖାଏ ପୁରସ୍କାର ରାଶି ଘୋଷଣା ଥିଲା । ଦୁଇଜଣ ଚିନ୍ତାଗୁମ୍ପା କ୍ଷେତ୍ରରେ ଜୁନ 28 ତାରିଖରେ ଉପସରପଞ୍ଚ ଓ ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କରିଥିଲେ । ଅଗଷ୍ଟ 31ରେ ମିନାଫା ନିକଟରେ କୋରସାର ପୋଲିସ ହତ୍ୟା ଘଟଣାରେ ସାମିଲଥିଲେ ।

ଏହା ବି ପଢନ୍ତୁ...Sukma Encounter: ଛତିଶଗଡରେ ଏନକାଉଣ୍ଟର, 2 ନକ୍ସଲ ନିହତ

ଏହା ବି ପଢନ୍ତୁ...ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର; ଜଣେ ଆତଙ୍କୀ ନିପାତ, ସର୍ଚ୍ଚ ଅପରେସନ ଜାରି

ସୁକମା ଜିଲ୍ଲା ତାଡମେଟଲା ଜଙ୍ଗଲ 2010ରେ ଚର୍ଚ୍ଚାକୁ ଆସିଥିଲା । ଏହାକୁ ନକ୍ସଲଙ୍କ ଗଡ କୁହାଯାଉଥିଲା । 2010 ଏପ୍ରିଲ 6ରେ ସୁରକ୍ଷା କ୍ୟାମ୍ପ ଉପରେ ଫାୟାରିଂ ହୋଇଥିଲା । ଏଥିରେ 76 ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ଯେଉଁଥିରେ ବସ୍ତର ସହିତ ପୁରା ଦେଶ ଦୋହଲି ଯାଇଥିଲା । ବସ୍ତରର ଅଲଗା ଅଲଗା ସ୍ଥାନରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଅନେକ ସମୟରେ ଉପୁଜିଛି । ମାତ୍ର ଯେବେ ତାଡମେଟଲା କାଣ୍ଡର ଚର୍ଚ୍ଚା ହୁଏ ସେବେ ଛାଡି ଥରି ଉଠ । ନିକଟରେ ମେ 8 ତାରିଖରେ ଛତିଶଗଡ ଭେଜି ଅଞ୍ଚଳରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଯବାନଙ୍କ ଗୁଳିରେ 2 ନକ୍ସଲ ନିହତ ହୋଇଥିଲେ ।

ପ୍ରକାଶ ଥାଉ କି, ଗତ ଏପ୍ରିଲ 26 ତାରିଖରେ ଛତିଶଗଡ ଦନ୍ତେଓ୍ବାଡାର ଆରନପୁରରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଥିଲା । ଦନ୍ତେୱାଡା ପୋଲିସର ଡିଆରଜିଏ ଯବାନମାନେ ଆରାନପୁର ନିକଟ ଜଙ୍ଗଲରେ କୁମ୍ବିଂ ଅପେରସନ କରୁଥିଲେ । ଅପରେସନ ସାରି ଫେରୁଥିବା ବେଳେ ବାଟରେ ମାଓବାଦୀଙ୍କ ଦ୍ବାରା ବିଛା ଯାଇଥିବା ଆଇଡି ବିସ୍ଫୋରଣ ହୋଇଥିଲା । ଫଳରେ 10 ଯବାନ ଶହୀଦ ହେବା ସହ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.