ETV Bharat / bharat

Kulgam Encounter: 2 ଆତଙ୍କୀଙ୍କ ଆତ୍ମସମର୍ପଣ

author img

By

Published : Jul 6, 2022, 9:10 AM IST

Updated : Jul 6, 2022, 9:06 PM IST

ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର କୁଲଗାମର ହାଡିଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଅଧିକ ପଢନ୍ତୁ

Kulgam Encounter: 2 ଆତଙ୍କୀଙ୍କ ଆତ୍ମସମର୍ପଣ
Kulgam Encounter: 2 ଆତଙ୍କୀଙ୍କ ଆତ୍ମସମର୍ପଣ

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର କୁଲଗାମର ହାଡିଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଦୁଇ ସ୍ଥାନୀୟ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି ।

ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୂଚନା ପାଇଥିଲେ ସୁରକ୍ଷାବାହିନୀ । ଅଞ୍ଚଳକୁ ଘେରାବନ୍ଦୀ କରି ଜମ୍ମୁକାଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଦୁଇ ଆତଙ୍କୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ବାପାମାଆ ଓ ପୋଲିସର ଅନୁରୋଧ ପରେ ଆତ୍ମସମର୍ପଣ କରିଥିଲେ ଦୁଇ ଆତଙ୍କୀ । ସେମାନଙ୍କଠୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ପ୍ରକାଶ ଥାଉ କି, ଚଳିତ ବର୍ଷ ସୀମାରେ 30ରୁ ଅଧିକ ଥର ଏନକାଉଣ୍ଟର ହୋଇଛି । ଶେଷ ଥର ପାଇଁ କୁଲଗାମ୍‌ ଜିଲ୍ଲା ନୌପୁରାରେ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ଦୁଇ ଆତଙ୍କୀ ନିପାତ ହୋଇଥିଲା । ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ 35ରୁ ଅଧିକ ଆତଙ୍କୀ ନିପାତ ହୋଇଛନ୍ତି ।

Last Updated : Jul 6, 2022, 9:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.